ସାକ୍ଷୀଗୋପାଳ,୫ା୧(କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ/ଭରତ ରାଉତ) ଚଳିତ ବର୍ଷ ୧୦ମ ସତ୍ୟବାଦୀ ମହୋତ୍ସବ ଫେବୃଆରୀ ୫ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସ୍ଥାନୀୟ ପ୍ରଶାସନ ଏବଂ ମହୋତ୍ସବ କମିଟିର ସମନ୍ୱୟ ବୈଠେରେ ବିଡିିଓ ଦେବାଶିଷ ନାୟକ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ପଞ୍ଚସଖା ଜ୍ୟୋତି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରାରମ୍ଭିକ ଦିବସରେ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର କହିଥିଲେ।
ସେହିପରି ସ୍ଥାନୀୟ କଳାକାର ଓ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କମିଟି ସମ୍ପାଦକ ଦୀପକ ଶତପଥି କହିଥିଲେ। ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଯୋଗଦେଇ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କହିଥିଲେ।
ବୈଠକରେ ସତ୍ୟବାଦୀ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅଗ୍ନି ନିରାପତ୍ତା, ଆଶୁ ଚିକିତ୍ସା, ପରିମଳ, ପାନୀୟଜଳ, ଶୌଚାଳୟ ସହିତ ବିଭିନ୍ନ ବିଭାଗର ପ୍ରଦର୍ଶନ ମଣ୍ଡପ ଖୋଲାଯିବା ନେଇ ଆଲୋଚନା ହୋଇଥିଲା।
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଲୋକସଜ୍ଜା ବକୁଳ ବନଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଝଲସିବ। ବୈଠକରେ ଜିଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଂଯୋଜକ ଜାନକୀ ବରାଳ, ଦିଲୀପ ମହାନ୍ତି, ବିଶ୍ୱଜିତ ମହାପାତ୍ର, ଭଗବାନ ବେହେରା, ତ୍ରିଲୋଚନ ରଥ, ଅଭୟ ନାଥ, ଗୌତମ ମିଶ୍ର, ସତୀଶ ମିଶ୍ର ଓ ଅଶୋକ ରାଉତରାୟଙ୍କ ସମେତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


