ଶନିର ଚନ୍ଦ୍ର ଦେଖିବାକୁ ମୋମୋ ପରି, ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୬।୯: ଆମେରିକାର ସ୍ପେସ ଏଜେନ୍ସି ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଫଟୋ ଶେୟାର କରିଛି। ନାସା ମହାକାଶର ନୂଆ ନୂଆ ତଥ୍ୟ ସମ୍ବନ୍ଧରେ ମହାକାଶପ୍ରେମୀମାନଙ୍କୁ ସୂଚନା ଦେଇଥାଏ। ନିକଟରେ ପୋଷ୍ଟ କରାଯାଇଥିବା ଏକ ଫଟୋରେ ନାସା କ୍ୟାପସନରେ ଲେଖିଛି, ମୋମୋ, ପୋକୋଡା,ପାସ୍ତା ଏସବୁ ଭିତରୁ ଆପଣ ଏହି ଫଟୋରେ କଣ ଦେଖୁଛନ୍ତି।

ନାସା ଜାରି କରିଥିବା ଫଟୋ ହେଉଛି ଶନିର ଚନ୍ଦ୍ର। ଯାହାର ନାମ ପାନ। କ୍ୟାସିନି ମହାକାଶଯାନ ଦ୍ୱାରା ଏହାର ଫଟୋ ନିଆଯାଇଛି। ନାସା କହିଛି ଯେ ଉଭୟ ଚିତ୍ର ବିଭିନ୍ନ ଦିଗରୁ ନିଆଯାଇଛି। ବାମ ପାର୍ଶ୍ୱରେ ଥିବା ଫଟୋରେ ପାନର ଉପରୁ ନିଆଯାଇଥିବାବେଳେ ଡାହାଣ ପାର୍ଶ୍ୱରେ ଥିବା ଫଟୋ ତଳୁ ନିଆଯାଇଛି।

ନାସାର ରିପୋର୍ଟ ଅନୁଯାୟୀ, ଶନିର ବହୁତଗୁଡିଏ ଛୋଟ ଚନ୍ଦ୍ର ଭିତରୁ ପାନ ଅନ୍ୟତମ। ଶନିର ବଳୟରେ ରହି ଏହା ପରିକ୍ରମା କରିଥାଏ। ଏହା ୮୩ହଜାର ମାଇଲ ଉଚ୍ଚତାରେ ରହି ପ୍ରତି ୧୩.୮ଘଣ୍ଟାରେ କକ୍ଷପଥକୁ ଥରଟିଏ ପରକ୍ରମା ଶେଷ କରିଥାଏ। ଏହା ୧୯୯୦ରେ ବୈଜ୍ଞାନିକ ଏମ. ଶୋଲେଟରଙ୍କ ଦ୍ୱାରା ପ୍ରଥମେ ଆବିଷ୍କୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri