ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ଶନିଙ୍କ ଗତି ଧୀର ହୋଇଥିବାରୁ ସେ ଗୋଟିଏ ରାଶି କିମ୍ବା ନକ୍ଷତ୍ରରେ ଦୀର୍ଘ ସମୟ ରହିଥାନ୍ତି। ତେଣୁ ତାଙ୍କ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନକୁ ଜ୍ୟୋତିଷରେ ବେଶ ଗୁରୁତ୍ୱ ଦିଆଯାଏ। ପଞ୍ଜିକା ଅନୁଯାୟୀ, ଶନିଦେବ ବର୍ତ୍ତମାନ ରେବତୀ ନକ୍ଷତ୍ରରେ ଗୋଚର କରୁଛନ୍ତି। ୯ ଅକ୍ଟୋବର ୨୦୨୬ ସନ୍ଧ୍ୟା ୭ଟା ୨୮ ମିନଟ୍‌ରେ ଶନି ରେବତୀ ନକ୍ଷତ୍ର ଛାଡ଼ି ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ।
ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁଯାୟୀ, ଶନି ଗୋଟିଏ ନକ୍ଷତ୍ରରେ ଦୀର୍ଘ ସମୟ ରହୁଥିବାରୁ ତାଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମଧ୍ୟ ଦୀର୍ଘ ସମୟ ରହିପାରେ। ଏଥର ଶନିଙ୍କ ଏହି ଗୋଚର ପ୍ରାୟ ୮୩ ଦିନ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ଉତ୍ତରଭାଦ୍ରପଦ ନକ୍ଷତ୍ରର ସ୍ବାମୀ ନିଜେ ଶନିଦେବ ବୋଲି ଜ୍ୟୋତିଷରେ ମାନ୍ୟତା ରହିଛି। ତେଣୁ ଶନିଙ୍କ ନିଜ ସ୍ବାମିତ୍ୱ ଥିବା ନକ୍ଷତ୍ରରେ ପ୍ରବେଶକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ।

ଏହି ପରିବର୍ତ୍ତନ ସମୟରେ କର୍ମ, ଶୃଙ୍ଖଳା, ଆର୍ଥିକ ସ୍ଥିତି ଓ ଜୀବନର ସ୍ଥିରତା ସହ ଜଡ଼ିତ ବିଷୟଗୁଡ଼ିକ ପ୍ରଭାବିତ ହୋଇପାରେ ବୋଲି ଜ୍ୟୋତିଷ ଶାସ୍ତ୍ରର ମତ ରହିଛି। କେତେକ ରାଶିର ଲୋକଙ୍କୁ ପରିଶ୍ରମର ଭଲ ଫଳ ମିଳିବା ସହ ଦୀର୍ଘଦିନ ଧରି ଅଟକିଥିବା କାମ ଆଗକୁ ବଢ଼ିପାରେ।

ଏହି ୫ ରାଶିଙ୍କୁ ମିଳିପାରେ ଲାଭ

ଜ୍ୟୋତିଷ ମାନ୍ୟତା ଅନୁଯାୟୀ ଶନିଙ୍କ ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶରୁ ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଲୋକେ ବିଶେଷ ଲାଭ ପାଇପାରନ୍ତି।

-ବୃଷ:ଆର୍ଥିକ ଦୃଷ୍ଟିରୁ ଏହି ସମୟ ଲାଭଦାୟକ ହୋଇପାରେ। ଆୟ ବଢ଼ିବା ସହ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ସ୍ଥିରତା ଆସିପାରେ। ଚାକିରି କିମ୍ବା ବ୍ୟବସାୟରେ ପରିଶ୍ରମର ଭଲ ଫଳ ମିଳିବାର ସମ୍ଭାବନା ରହିଛି।
-ମିଥୁନ:କ୍ୟାରିୟର କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ନୂଆ ଦାୟିତ୍ୱ ମିଳିବା ସହ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିପାରେ। ଆୟର ନୂଆ ଉତ୍ସ ମଧ୍ୟ ସୃଷ୍ଟି ହୋଇପାରେ।
-କନ୍ୟା: ଦୀର୍ଘଦିନ ଧରି ଅଟକିଥିବା କାମରେ ଗତି ଆସିପାରେ। ଚାକିରି ଓ ବ୍ୟବସାୟରେ ସ୍ଥିରତା ବଢ଼ିବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନା ଆଗକୁ ବଢ଼ିବାର ସୁଯୋଗ ମିଳିପାରେ।
– ତୁଳା: ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଭଲ ଫଳ ମିଳିପାରେ। କାମରେ ଥିବା ବାଧା ଦୂର ହେବା ସହ ପରିଶ୍ରମର ଉଚିତ ଫଳ ମିଳିପାରେ। ଧନ ସଞ୍ଚୟ କରିବାରେ ମଧ୍ୟ ସଫଳତା ମିଳିବାର ଯୋଗ ରହିଛି।
-ମକର: କ୍ୟାରିୟରରେ ସ୍ଥିରତା ଆସିବା ସହ ନୂଆ ଦାୟିତ୍ୱ ମିଳିପାରେ। ଦୀର୍ଘଦିନର ପରିଶ୍ରମର ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଧ୍ୟ ଭଲ ହୋଇପାରେ।

 

Dharitri – Odisha’s No.1 Odia Daily

 

Share