Categories: Home Leftଖେଳ

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ ଟାଇଟଲ ବିଜେତା ଏହି ଭାରତୀୟ ଯୋଡ଼ି ଶନିବାର ଅନୁଷ୍ଠିତ ଫାଇନାଲରେ ମାଲେସିଆର ତଥା ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଗୋହ ସେଜ୍‌ ଫେଇ ଓ ନୂର ଇଜୁଦ୍ଦିନଙ୍କୁ ୧୯-୨୧, ୨୨-୨୦, ୨୧-୧୬ରେ ହରାଇ ଦେଇଛନ୍ତି।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ଦୀର୍ଘ ୮୨ ମିନିଟ ଧରି ଚାଲିଥିଲା। ୫୦୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ଭାରତୀ ଯୋଡ଼ିଙ୍କର ଏହା ଥିଲା ତୃତୀୟ ଏବଂ ଚଳିତ ସିଜନରେ ପ୍ରଥମ ଫାଇନାଲ। ସେମିଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ଥିବାରୁ ଭାରତୀୟ ଯୋଡ଼ି କ୍ଳାନ୍ତ ହୋଇ ପଡ଼ିଥିବା ସ୍ବାଭାବିକ। ଫାଇନାଲରେ ସେମାନେ ଇଣ୍ଡୋନେସିଆର ଲିଓ ରୋଲି କାର୍ନାଣ୍ଡୋ ଓ ଡାନିଏଲ ମାର୍ଟିନଙ୍କୁ ଭେଟିବେ।

Share