‘ସତ୍‌ସଙ୍ଗ ମଣିଷ ଭିତରେ ସକାରାତ୍ମକ ଭାବ ସୃଷ୍ଟି କରୁଛି’

ଭୁବନେଶ୍ୱର,୯ା୨(ବନ୍ଦନା ସେଠୀ): ସତ୍‌ସଙ୍ଗ ମଣିଷ ଭିତରେ ଏକ ସକାରାତ୍ମକ ଭାବ ସୃଷ୍ଟି କରିଚାଲିଛି। ଏହା ମଣିଷ ଭିତରେ ପାରସ୍ପରିକତା ବୃଦ୍ଧି କରୁଛି। ଭ୍ରାତୃଭାବ ସୃଷ୍ଟି ସହ ସୁସ୍ଥ ସମାଜ ଗଠନରେ ଏହା ସହାୟକ ହେଉଛି ବୋଲି ପୂର୍ତ୍ତ, ଅବକାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ ଏବଂ ଭୁବନେଶ୍ୱର ସତ୍‌ସଙ୍ଗ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ରବିବାର ବରିମୁଣ୍ଡସ୍ଥିତ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୁଧା ସର୍ଜ୍ଜନା ମହାମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ହରିଚନ୍ଦନ ସତ୍‌ସଙ୍ଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରତ୍ୟୁଷରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ବାଲିଯାତ୍ରା ପଡ଼ିଆ ନୂଆ ରୂପ ପାଇଥିଲା। ସେହିପରି ବାଲିଯାତ୍ରା ପଡ଼ିଆରେ ନିର୍ମିତ ସୁଦୃଶ୍ୟ ମନ୍ଦିରରେ ଉଷା କୀର୍ତ୍ତନ, ପ୍ରାତଃ ବିନତୀ, ସମବେତ ନାମଜପ, ସଦ୍‌ଗ୍ରନ୍ଥ ପାଠରେ ପରିବେଶ ଭାବମୟ ହୋଇଉଠିଥିଲା। ଏହାପରେ ଭ୍ରାତୃ ମଞ୍ଚରେ ଭଜନ, କୀର୍ତ୍ତନ, ଯାଜନ ଏବଂ ପିଲାମାନଙ୍କ ଦ୍ୱାରା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ପୂର୍ବତନ ଏମ୍‌ପି ଅମର ପଟ୍ଟନାୟକ ଯୋଗଦେଇ କହିଲେ, ଗୁରୁକୈନ୍ଦ୍ରିକ ଜୀବନ ଭଲ ମଣିଷ ହେବାରେ ସହାୟକ ହୋଇଥାଏ। ସମ୍ମାନିତ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭାଜପା ନେତା ଚିତ୍ତରଞ୍ଜନ କଂସ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଶେଷଜ୍ଞମାନେ ଯୋଗଦେଇ ବିଭିନ୍ନ ରୋଗର ନିରାକରଣ ତଥା ସହଜ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପରିବେଷଣ ଥିଲା ‘ଦଶାବତାରମ୍‌’ କାର୍ଯ୍ୟକ୍ରମ। ଏହା ଉପସ୍ଥିତ ଦର୍ଶକଙ୍କୁ ଖୁବ୍‌ ଆକର୍ଷିତ କରିଥିବାବେଳେ ନାଟକ ‘ପରଶମଣି’ ସମସ୍ତଙ୍କୁ ଅଭିଭୂତ କରିଥିଲା। ମେଡିକାଲ କ୍ୟାମ୍ପ୍‌ରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଡାକ୍ତରୀ ପରାମର୍ଶ ଲାଭ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେଇଥିଲେ। ସନ୍ଧ୍ୟା ବିନତୀ ପରେ ‘ହ୍ବାଇଟ୍‌ ବ୍ୟାଣ୍ଡ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ମିଳନୀରେ ସହ-ପ୍ରତି ଋତିକ୍‌ ଡ.ଅଭୟ କୁମାର ପରିଡ଼ା, ଇଂ କଳିଙ୍ଗ କେଶରୀ ରଥ, ଶାଶ୍ୱତ ପରିଡ଼ା, ରଜନୀକାନ୍ତ ପାଣି, କୃପାନିଧି ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ, ରଘୁନାଥ ପାଣି ଏବଂ କମଳାକ୍ଷ ପରିଡ଼ା ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri