Posted inଖେଳ

ସନ୍ତୋଷ ଟ୍ରଫି: ଗ୍ରୁପ୍‌ ‘ଡି’ରେ ଓଡ଼ିଶା

ନୂଆଦିଲ୍ଲୀ, ୨୭।୭ (ପି.ଟି.): ଘରୋଇ ଫୁଟବଲର ମର୍ଯ୍ୟାଦାଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ୭୭ତମ ସଂସ୍କରଣ ପାଇଁ ଗ୍ରୁପିଂ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଓଡ଼ିଶା ଗ୍ରୁପ୍‌ ‘ଡି’ରେ ଦିଲ୍ଲୀ, ଲଦାଖ, ପଞ୍ଜାବ, ହରିୟାଣା ଓ ୩୨ଥର ଚାମ୍ପିୟନ ବେଙ୍ଗଲ ସହିତ ସ୍ଥାନ ପାଇଛିି। ଏହାକୁ ପ୍ରତିଯୋଗିତାର କଷ୍ଟସାଧ୍ୟ ଗ୍ରୁପ୍‌ ଭାବେ ବିବେଚନା କରାଯାଉଛି। ସନ୍ତୋଷ ଟ୍ରଫିରେ ଭାଗ ନେଉଥିବା ୩୬ ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ର ଟପ୍ପର ଏବଂ ୪ଟି ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନୀୟ ଦଳ ଗତଥରର ଚାମ୍ପିୟନ କର୍ନାଟକ ଓ ରନରଅପ୍‌ ମେଘାଳୟକୁ ନେଇ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ୩୨ଥର ଚାମ୍ପିୟନ ଓ ୧୪ ଥର ରନରଅପ୍‌ ବେଙ୍ଗଲ ୨୦୧୬-୧୭ ପରଠାରୁ ଟାଇଟଲ ହାସଲ କରିପାରିନାହିଁ। ୧୯୯୩ରୁ ୧୯୯୯ ମଧ୍ୟରେ ଏହି ଦଳ କ୍ରମାଗତ ୬ ଥର ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟ ଇତିହାସରେ ଏହା ସବୁଠାରୁ ସଫଳ ଦଳ। ୮ ଥର ଚାମ୍ପିୟନ ପଞ୍ଜାବ ଦ୍ୱିତୀୟ ସଫଳ ଦଳର ମାନ୍ୟତା ପାଉଛି। କେରଳ ୭ ଥର ଚାମ୍ପିୟନ ହୋଇଛି। ୨୦୨୨-୨୩ ସନ୍ତୋଷ ଟ୍ରଫି ଫାଇନାଲ ପ୍ରଥମଥର ବିଦେଶରେ ଅନୁଷ୍ଠିତ ହୋଇଥିଲା। ରିୟାଧରେ ଆୟୋଜିତ ଫାଇନାଲରେ ମେଘାଳୟକୁ ହରାଇ କର୍ନାଟକ ଟାଇଟଲ ହାସଲ କରିଥିଲା।
ଗ୍ରୁପ୍‌ ‘ଇ’ରେ ଓଡ଼ିଶା ମହିଳା ଦଳ
ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ମୋଟ ୩୫ଟି ଦଳ ଅଂଶଗ୍ରହଣ କରିବେ। ଗ୍ରୁପ୍‌ ‘ଏ’ରୁ ‘ଇ’ ପର୍ଯ୍ୟନ୍ତ ୬ଟି ଲେଖାଏ ଏବଂ ଗ୍ରୁପ୍‌ ‘ଏଫ୍‌’ରେ ୫ଟି ଦଳ ସ୍ଥାନ ପାଇଛନ୍ତି। ଏହାର ଗ୍ରୁପ୍‌ ‘ଇ’ରେ ଓଡ଼ିଶା ସ୍ଥାନ ପାଇଛି। ପ୍ରତି ଗ୍ରୁପ୍‌ର ୬ ଶୀର୍ଷ ଦଳ ଏବଂ ୪ଟି ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନୀୟ ଦଳ ଗତ ସଂସ୍କରଣର ଫାଇନାଲିଷ୍ଟ ତାମିଲନାଡ଼ୁ ଓ ହରିୟାଣା ସହିତ ଫାଇନାଲ ରାଉଣ୍ଡରେ ଅବତୀର୍ଣ୍ଣ ହେବେ। ୨ଟି ଯାକ ଟୁର୍ନାମେଣ୍ଟର ତାରିଖ ଓ ଭେନ୍ୟୁ ପରେ ପ୍ରକାଶ ପାଇବ।
ସନ୍ତୋଷ ଟ୍ରଫି ଗ୍ରୁପିଂ
ଗ୍ରୁପ୍‌ ‘ଏ’: କେରଳ, ଗୋଆ, ଛତିଶଗଡ଼, ଗୁଜରାଟ, ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର।
ଗ୍ରୁପ୍‌ ‘ବି’: ପଞ୍ଜାବ, ହରିୟାଣା, ଓଡ଼ିଶା, ଦିଲ୍ଲୀ, ଲଦାଖ, ବେଙ୍ଗଲ।
ଗ୍ରୁପ୍‌ ‘ସି’: ମଣିପୁର, ଝାଡ଼ଖଣ୍ଡ, ତାମିଲନାଡ଼ୁ, ନାଗାଲାଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ।
ଗ୍ରୁପ୍‌ ‘ଡି’: ରେଲଓ୍ବେ, ବିହାର, ଚଣ୍ଡିଗଡ଼, ରାଜସ୍ଥାନ, ଆସାମ, ହିମାଚଳ ପ୍ରଦେଶ।
ଗ୍ରୁପ୍‌ ‘ଇ’: ସର୍ଭିସେସ, ଉତ୍ତରାଖଣ୍ଡ, ମିଜୋରାମ, ପଣ୍ଡିଚେରୀ, ସିକ୍ମିମ, ଦାଦ୍ରା ଆଣ୍ଡ ନଗର ହାବେଳି, ଡାମନ ଆଣ୍ଡ ଡିଉ।
ଗ୍ରୁପ୍‌ ‘ଏଫ୍‌’: ମହାରାଷ୍ଟ୍ର, ତେଲେଙ୍ଗାନା, ଆଣ୍ଡାମାନ ଆଣ୍ଡ ନିକୋବର, ଆନ୍ଧ୍ର ପ୍ରଦେଶ, ଲକ୍ଷଦୀପ, ତ୍ରିପୁରା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri