ଭୂ-ପୃଷ୍ଠର ଜଳସ୍ତର ମାପିବ ସାଟେଲାଇଟ୍‌

ଓ୍ବାଶିଂଟନ୍‌,୧୫।୧୨ : ବିଶ୍ୱର ଅନେକ ଦେଶରେ ଏବେ ଜଳକଷ୍ଟ ବଡ଼ ସମସ୍ୟା ପାଲଟିଛି। ଜଳର ଅପବ୍ୟବହାର ସାଙ୍ଗକୁ ଭୂ-ପୃଷ୍ଠରେ ଜଳସ୍ତର କମିବା ଯୋଗୁ ଅନେକ କୋଟି ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହି ସମସ୍ୟାର ପ୍ରମୁଖ କାରଣ କ’ଣ ହୋଇଥାଇପାରେ? ପୃଥିବୀ ପୃଷ୍ଠରେ କେତେ ପରିମାଣର ଜଳ ଗଚ୍ଛିତ ହୋଇରହିଛି? ସେ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ମହାକାଶକୁ ସାଟେଲାଇଟ୍‌ ପ୍ରେରଣ କରିବାକୁ ଯାଉଛି। ଏହି ଉପଗ୍ରହ ଭୂ-ପୃଷ୍ଠରେ ଥିବା ଜଳସ୍ତର ମାପ କରିବ।

ସଦର୍ନ କାଲିଫର୍ନିଆର ଭନ୍ଦେନବର୍ଗ ୟୁଏସ୍‌ ସ୍ପେସ୍‌ ଫୋର୍ସ ବେସ୍‌ରୁ ନାସା ଗୁରୁବାର ସର୍‌ଫେସ୍‌ ଓ୍ବାଟର ଆଣ୍ଡ୍‌ ଓସେନ୍‌ ଟୋପୋଗ୍ରାଫି (ଏସ୍‌ଡବ୍ଲ୍ୟୁଓଟି) ସାଟେଲାଇଟ୍‌ ଲଞ୍ଚ କରିବ। ସ୍ପେସ୍‌ଏକ୍ସର ଫାଲକନ୍‌ ୯ ରକେଟ୍‌ ଦ୍ୱାରା ଏହି ଉପଗ୍ରହକୁ ପଠାଯିବ। ପୂର୍ବରୁ ଭୂ-ପୃଷ୍ଠ ଜଳରାଶିକୁ ନେଇ କରାଯାଇଥିବା ଅଧ୍ୟୟନ ତୁଳନାରେ ଏସ୍‌ଡବ୍ଲ୍ୟୁଓଟି ମିଶନ ସଫଳତାର ସହ ଅଧିକ ତଥ୍ୟ ଉପଲବ୍ଧ କରାଇବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଜଳଚକ୍ରକୁ ବୁଝିବା, ଜଳବାୟୁ ପରିବର୍ତ୍ତନ ଦ୍ୱାରା ମହାସାଗରରେ ଦେଖାଯାଉଥିବା ପରିବର୍ତ୍ତନ ସହିତ ମରୁଡ଼ି ଓ ବନ୍ୟା ସଂକ୍ରାନ୍ତରେ ଅଧିକ ତଥ୍ୟ ଏସ୍‌ଡବ୍ଲ୍ୟୁଓଟି ତଥ୍ୟ ଯୋଗାଇବ। ଅନ୍ୟପକ୍ଷେ ଭୂ-ପୃଷ୍ଠରେ କେତେ ପରିମାଣରେ ଶୁଦ୍ଧଜଳ ଗଚ୍ଛିତ ହୋଇରହିଛି। ଭୂ-ପୃଷ୍ଠ ଜଳ ସମ୍ପର୍କିତ ଅନେକ ତଥ୍ୟ ଏହି ଉପଗ୍ରହ ଦ୍ୱାରା ହସ୍ତଗତ ହୋଇପାରିବ।

ଲସ୍‌ ଏଞ୍ଜେଲସରେ ଥିବା ନାସାର ଜେଟ୍‌ ପ୍ରୋପଲସନ୍‌ ଲାବୋରେଟୋରି ଏହି ସାଟେଲାଇଟ୍‌କୁ ନିର୍ମାଣ କରିଛି। ଦୀର୍ଘ ୨୦ ବର୍ଷ ଧରି ନାସାର ବୈଜ୍ଞାନିକମାନେ ଏସ୍‌ଡବ୍ଲ୍ୟୁଓଟି ମିଶନ୍‌ ଉପରେ କାର୍ଯ୍ୟ କରିଆସୁଛନ୍ତି। କଟିଙ୍ଗଏଜ୍‌ ମାଇକ୍ରୋଓ୍ବେଭ୍‌ ରାଡାର ଟେକ୍ନୋଲୋଜି ବ୍ୟବହାରରେ ଏହି ଉପଗ୍ରହ ତିଆରି କରାଯାଇଛି। ମହାସାଗର, ନଦୀ, ହ୍ରଦ ଏବଂ ବଡ଼ ଜଳାଶୟଗୁଡ଼ିକ କିପରି ଭାବେ ବାୟୁମଣ୍ଡଳୀୟ ତାପକୁ ଗ୍ରହଣ କରୁଛି ଏବଂ ତାହାର କାର୍ଯ୍ୟ ପ୍ରଣାଳୀ ଉପରେ ଏସ୍‌ଡବ୍ଲ୍ୟୁଓଟି ତଥ୍ୟ ଯୋଗାଇବ। ସାଟେଲାଇଟ୍‌ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଆଧାର କରି ଭୂ-ପୃଷ୍ଠ ଜଳକୁ କିପରି ସଂରକ୍ଷିତ ରଖାଯିବ ଓ ଜଳର ଅପଚୟମାତ୍ରାକୁ କମାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହଜ ହେବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri