ହକ୍‌ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ବସିଲେ

ଅନୁଗୋଳ,(ଅମିତ କୁମାର ସାମଲ)/ କଣିହଁା, (ସଚିଦାନନ୍ଦ ପ୍ରଧାନ), ପାଲଲହଡ଼ା, (ଦିବ୍ୟଜ୍ୟୋତି ଦାଶ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/
ବଇଣ୍ଡା (ପରିକ୍ଷିତ ସାହୁ), ୧୨।୭: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ ମଙ୍ଗଳବାର ତାଙ୍କ ଗସ୍ତ ଶେଷ କରିଛନ୍ତି। ତେବେ ଦ୍ୱିତୀୟ ଦିନରେ ୫-ଟି ସଚିବ ଅନୁଗୋଳ, ପବିତ୍ରନଗର, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ଗସ୍ତ କରି ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିଥିଲେ। ମନ୍ଦିର ବୁଲି ଦେବଦେବୀଙ୍କ ଦର୍ଶନ କରିଥିଲେ। ଜନସାଧାରଣ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଏଥିସହ ଚଳିତବର୍ଷ ଶେଷ ସୁଦ୍ଧା ପାଲଲହଡ଼ା ଏବଂ ଅଗଷ୍ଟ ୨୦୨୪ ସୁଦ୍ଧା ଆଠମଲ୍ଲିକ ଓ କିଶୋଗରନଗର ମେଗା ପାଇପ୍‌ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ଅନୁଗୋଳ ସହରରେ ହୋଇଥିବା ମିଶନ ଶକ୍ତି କାଫେରେ ଜଳଖିଆ କରିବା ସହ ମିଶନ ଶକ୍ତି କମିଶନର କମ୍‌ ସେକ୍ରେଟେରି ସୁଜାତା ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରି ମହିଳାମାନଙ୍କ ସହିତ କଥା କରାଇଥିଲେ।
ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ ପ୍ରଥମେ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର କମିଟି ଓ ପୁରୋହିତଙ୍କ ସହିତ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ନେଇ ମନ୍ଦିର କମିଟି, ପୁରୋହିତ ଏବଂ ଜନସାଧାରଣଙ୍କ ସହ କଥା ହୋଇଥିଲେ। ପରେ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସଚିବ ଛାତ୍ରମାନଙ୍କ ସହିତ ବାସ୍କେଟ୍‌ ବଲ୍‌ ଖେଳିଥିଲେ। ଅନୁଗୋଳ ଗସ୍ତ ସାରି ୫-ଟି ସଚିବ କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏହାପରେ ପାଲଲହଡା ଉପଖଣ୍ଡ ଷ୍ଟାଡିୟମରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜିଲାର ଏହି ଉପାନ୍ତ ଅଞ୍ଚଳରେ ଥିବା ମିଶନ ଶକ୍ତି ମା’ମାନଙ୍କୁ ଋଣ ପ୍ରଦାନ ଦିଗରେ ଅଧିକ କାର୍ଯ୍ୟ କରିବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ମଧ୍ୟାହ୍ନରେ ଆଠମଲ୍ଲିକରେ ପହଞ୍ଚି ମା’ ମାହେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ମନ୍ଦିରର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ। ଆଠମଲ୍ଲିକରୁ ନିଜ ଚାକିରି ଜୀବନ ଆରମ୍ଭ କରିଥିବାରୁ ଖୁସିବ୍ୟକ୍ତ କରିବା ସହିତ ୨୦୦୧ରେ ମହାନଦୀ ବନ୍ୟା ସମ୍ପର୍କରେ ଅବତାରଣା କରିଥିଲେ। ଶେଷରେ କିଶୋରନଗର ବରପଡ଼ିଆରେ ପହଞ୍ଚି ଉପସ୍ଥିତ ଜନସାଧାରଣ, ମହିଳା ଗ୍ରୁପ୍‌ ସଦସ୍ୟ, ଅଲେଖ ମହିମା ସନ୍ନ୍ୟାସୀଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହି ଅଞ୍ଚଳରେ ଥିବା ମନ୍ଦିର, ମଠଗୁଡିକର ବିକାଶ ହେବ। ସରକାରଙ୍କ ପକ୍ଷରୁ ଯେଉଁ ଅର୍ଥ ଆସିବ, ସେଥିରେ ସ୍ବଚ୍ଛତାର ସହ କାମ କରାଗଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ୫-ଟି ସଚିବ କହିଥିଲେ। ୫-ଟି ସଚିବଙ୍କ ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଡିଆଇଜି ବ୍ରିଜେଶ ରାୟ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri