ଅନ୍ତର୍ଜାତୀୟ ମହିଳା ଦିବସ: ସସ୍ମିତାଙ୍କ ଦେହରେ ଏବେ ବି ରହିଛି ପୋଲିସ ଗୁଳି

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। ଏହିଦିନରେ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସ ଗୁଳିମାଡ଼ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଏବେ ବି ତାଜା ରହିଛି। ଯନ୍ତ୍ରଣା ସତ୍ତ୍ୱେ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜକନିକା ଥାନା ନମତରା ଗ୍ରାମର ସସ୍ମିତା ଜେନାଙ୍କ ତଳିପେଟରେ ଲାଗିଥିବା ପୋଲିସ ଗୁଳି ଅଦ୍ୟାବଧି ବାହାରିନାହିଁ। ଏ ନେଇ ହୋଇଥିବା ଆର୍‌ଡିସି ତଦନ୍ତର ରିପୋର୍ଟ ମଧ୍ୟ ପ୍ରକାଶ ପାଇନାହିଁ। ସେହିପରି ଉପଯୁକ୍ତ କ୍ଷତିପୂରଣ ମିଳି ନ ଥିବା ନମତରା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ପୋଲିସର ୨ ଗୁଳି ଖାଇଥିବା ମହିଳା ବେଙ୍ଗ ଜେନା କହିଛନ୍ତି, ୧୦ ବର୍ଷ ଧରି ସ୍ବାଭାବିକ ଜୀବନଯାତ୍ରାରେ ବ୍ୟତିକ୍ରମ ହୋଇଛି। ଦଳିତ ପରିବାରରେ ସର୍ବଦା ଆର୍ଥିକ ଦୁର୍ଗତି ଥାଏ। ଏହାକୁ ଭରଣାକରି ହେଉ ନ ଥିବାବେଳେ ନମତରା ବଜାରରେ ଥିବା ମଦ ଦୋକାନରେ ଗ୍ରାମର ଅର୍ଦ୍ଧାଧିକ ପୁରୁଷଙ୍କ ସମୟ ବିତୁଥିଲା। ମଦ ପିଇବା ପରେ ପରିବାରର ମହିଳା ଓ ଶିଶୁଙ୍କ ଯାତନା ବଢ଼ୁଥିଲା। ଗ୍ରାମର ସମସ୍ତ ମହିଳା ଏହି ଦୋକାନ ବନ୍ଦ କରିବା ପାଇଁ ପ୍ରଶାସକ ଓ ରାଜନେତାଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏଥିପାଇଁ ଗ୍ରାମର ମହିଳାମାନେ ମହିଳା ଦିବସରେ ମଦ ଦୋକାନ ନିକଟରେ ଏହାକୁ ବନ୍ଦ ପାଇଁ ଏକାଠି ହୋଇଥିଲେ। ମାତ୍ର ଜିଲା ପୋଲିସ ପକ୍ଷରୁ ଆଖିବୁଜା ଗୁଳିମାଡ଼ ବଜାର ସମେତ ଘର ମଧ୍ୟରେ ହୋଇଥିଲା। ଏଥିରେ ୩୭ ଜଣ ଗୁରୁତର ହୋଇଥିଲେ। ଗୁଳିମାଡ଼ ସତ୍ତ୍ୱେ ମଦ ବିରୋଧରେ ଆନ୍ଦୋଳନ ଥମି ନ ଥିବା ସେ ପ୍ରକାଶ କରିଛନ୍ତି। ତତ୍କାଳୀନ ସମୟର ନବମ ଶ୍ରେଣୀର ଛାତ୍ରୀ ରଶ୍ମିତା ଜେନା କହିଛନ୍ତି, ଟିଉଶନରୁ ଫେରୁଥିବା ସମୟରେ ପୋଲିସର ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କ ଶରୀରରେ ୨ଟି ଗୁଳି ବାଜିଥିଲା। ଚିକିତ୍ସା ପରେ ପାଠପଢ଼ା ବନ୍ଦ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରୀ ରୀତା ଜେନା କହିଛନ୍ତି, ପୋଲିସର ଗୁଳିମାଡ଼ ଜୀବନର ଗତିପଥକୁ ବଦଳାଇ ଦେଇଛି। ପାଠପଢ଼ା ଭଲ ନ ହେବାରୁ ମାଟ୍ରିକ ପରୀକ୍ଷାରେ ଭଲ ହେଲା ନାହିଁ। ଅଧିକାଂଶ ସମୟରେ ଗୁଳିମାଡ଼ ହୋଇଥିବା ଆଣ୍ଠୁୁ ଯନ୍ତ୍ରଣା ଦେଉଛି। ଚାଲିବା ଏବେ ବି ଠିକ୍‌ ହୋଇନାହିଁ।
ଘଟଣା ସସ୍ମିତାଙ୍କ କ୍ଷେତ୍ରରେ ହୋଇଛି। ତାଙ୍କ ଦେହରୁ ଏ ପର୍ଯ୍ୟନ୍ତ ଗୁଳି ବାହାରି ପାରିନାହିଁ। ଓଡ଼ିଶା ନିଶା ନିବାରଣ ଅଭିଯାନର ସକ୍ରିୟ ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ୨୦୧୫ ମାର୍ଚ୍ଚ ୮ ତାରିଖର ଏହି ଘଟଣା ରାଜ୍ୟ ସାରା ଚର୍ଚ୍ଚାରେ ରହିଥିଲା। ଏହି ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୧୨ ତାରିଖରେ ସେଣ୍ଟ୍ରାଲ ଆର୍‌ଡିସିଙ୍କୁ ଦାୟିତ୍ୱ ଦେଇଥିଲେ। ୨୦୧୬ ସେପ୍ଟେମ୍ବର ସୁଦ୍ଧା ତତ୍କାଳୀନ ଆର୍‌ଡିସି ଅଖିଳ ବିହାରୀ ଓତା ମୋଟ ୫୭ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଅକ୍ଟୋବରରେ ଏହାର ରିପୋର୍ଟ ମିଳିବ ବୋଲି ସୂଚନା ଦେଇଥିଲେ। ଅଦ୍ୟାବଧି ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଜିଲା ପୋଲିସର ଏପରି ଅମାନୁଷିକ କାର୍ଯ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ସେହିପରି ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ନାମକୁ ମାତ୍ର କ୍ଷତିପୂରଣ ମିଳିଛି। ତୁରନ୍ତ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ଗୁଳି ବାଜିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ସସ୍ମିତାଙ୍କୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ତତ୍କାଳୀନ ସମୟରେ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri