ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ

ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି । କିଛି ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ସସ୍ମିତ କହିଛନ୍ତି, ଯେତେବେଳେ ବି ରାଜ୍ୟ ଭାଜପା, ବିଜେଡି ନେତାଙ୍କୁ ଟାର୍ଗେଟ କରନ୍ତି, ପ୍ରଥମେ ସେମାନେ କୁହନ୍ତି ସେ ଗୁଣ୍ଡା, ତାଙ୍କ ଘର ଜେଲରେ । ହେଲେ ବିଜୁ ଜନତା ଦଳରୁ ବହିଷ୍କୃତ ହେଲା ପରେ ସେହି ନେତାଙ୍କୁ କୋଳେଇ ନିଏ ଭାଜପା। ଭାଜପା ୱାଶିଂ ମେଶିନରେ ସଫା ହେଲାପରେ, ସେହି ଦାଗି ନେତାଙ୍କୁ ସେମାନେ କର୍ମଠ ଆଉ କର୍ମବୀର ବୋଲି କୁହନ୍ତି । ଆଉ ଦଳୀୟ ଟିକେଟ ଦେଇ ପୋଷ୍ଟର ବୟ କରନ୍ତି ବୋଲି କହିଛନ୍ତି ସେ।

ଏହି ଅବସରରେ ସେ କେନ୍ଦ୍ରାପଡା ଭାଜପା ଏମ୍‌ପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୦ ମସିହାରେ ତାଙ୍କ କମ୍ପାନୀ ଗରିବ ଲୋକଙ୍କ ପାଖରୁ ଚଞ୍ଚକତା କରି ଜମି ଜବରଦଖଲ କଲା, ହେଲେ ସେହି ନେତାଙ୍କୁ ୱାଶିଂ ମେଶିନରେ ପୁରାଇ ସଫା କରିଦେଲା ଭାଜପା। ଖାଲି ସେତିକି ନୁହେଁ, ଆଜି ସେ ବିଜୁଳି ବିଲ୍‌ କଥା ଚର୍ଚ୍ଚା କରୁଛନ୍ତି । କିନ୍ତୁ ତାଙ୍କରି କମ୍ପାନୀର ୪୮୦ କୋଟି ବିଜୁଳି ବିଲ ବାକି ଥିଲା । ଆଉ ବିଲ ମାଗିବାରୁ ସେ ସୁପ୍ରିମକୋର୍ଟ ଚାଲିଯାଇଥିଲେ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ସେହିଭଳି ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନେବା ସହିତ ଏହି ଦୁଇ ନେତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ସସ୍ମିତ । ଏହି ଦୁଇ ନେତା ବିଜେଡିରୁ ବହିଷ୍କୃତ ହେବା ପରେ ଭାଜପା ତାଙ୍କୁ ଦଳରେ ସାମିଲ କରିବା ସହିତ ଟିକେଟ ଦେଇଛି । ଏହି ଦୁଇ ନେତା ମଧ୍ୟ ଭାଜପାର ୱାଶିଂ ମେଶିନରେ ସଫା ହେଇଯାଇଛନ୍ତି ବୋଲି କହି ବିଜେଡି ମୁଖପାତ୍ର ରାଜ୍ୟ ଭାଜପା ଉପରେ ବର୍ଷିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri