ପ୍ରବାସୀଙ୍କ ଅର୍ଥ ହଡ଼ପ କରି ବନ୍ଧାହେଲେ ସରପଞ୍ଚ, ପିଇଓଙ୍କ ସ୍ବାମୀ

ବାସୁଦେବପୁର/ପଦ୍ମପୁର,୨୮ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆଶୁଣି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ୨ ହଜାର ଟଙ୍କା ମଧ୍ୟରୁ ଶହେ ଟଙ୍କା କମ୍‌ କରି ୧୯ଶହ ଟଙ୍କା ଦେବା ଘଟଣାରେ ଚୂଡ଼ାମଣି ସାମୁଦ୍ରିକ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଦ୍ୱୟ ହେଲେ ସରପଞ୍ଚଙ୍କ ପ୍ରତିନିଧି ଶରତ ମଳିକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ବାମୀ ଚିନ୍ମୟ ପାଢ଼ୀ। ଏନେଇ ଥାନାରେ ଏକ ମାମଲା (ନଂ.୪୪/୨୦୨୦) ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ,ଏହି ଘଟଣାରେ ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟୀ ପଣ୍ଡାଙ୍କୁ ନିଲମ୍ବନ କରାଯାଇଥିଲା। ଗିରଫ ଦୁଇ ବ୍ୟକ୍ତିଙ୍କ ଜାମିନ ମଞ୍ଜୁର ହୋଇଥିବା ସୂଚନା ମିଳିଛି।