ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ସରପଞ୍ଚ

ଖଇରା, ୨୧ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଞ୍ଚାୟତରେ ବିଭିନ୍ନ ଯୋଜନାକୁ ନେଇ ପ୍ରାକ୍ତନ ଲୋକ ପ୍ରତିନିଧି ଓ ବର୍ତ୍ତମାନର ଲୋକ ପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିବା ପରେ କୁପାରୀ ରାଜନୀତି ସରଗରମ ହୋଇପଡିଛି। କିଛିଦିନ ତଳେ କୁପାରୀରେ ରହୁଥିବା ଅନ୍ୟ ରାଜ୍ୟର ଲୋକଙ୍କ ଆଧାର ସଂଶୋଧନ ଓ ଖାଦ୍ୟ ସୁରକ୍ଷା ଯୋଜନା ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ଓ ବର୍ତ୍ତମାନର ଏମ୍‌ପି ପ୍ରତିନିଧି ଜୟନ୍ତ କୁମାର ରାଉତ ବର୍ତ୍ତମାନର ସରପଞ୍ଚଙ୍କୁ ଏଥିପାଇଁ ଦାୟୀ କରିଥିଲେ। ପ୍ରତିବାଦରେ ସୋମବାର ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଦାସ, ସମିତିସଭ୍ୟ ଅକ୍ଷୟ ଜେନା, ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ଦୁଇ ପ୍ରସଙ୍ଗ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ହିତାଧିକାରୀ ବାଦ୍‌ ସମେତ ଅନେକ ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ା ଏଥିପାଇଁ ରାଉତଙ୍କ କାର୍ଯ୍ୟ ଉପରେ ଅଙ୍ଗୁଳି ଉଠାଇଛନ୍ତି। ୨୦୨୨ରେ ସେମାନେ କ୍ଷମତାରେ ରହିବା ପୂର୍ବରୁ କୁପାରୀ ପଞ୍ଚାୟତର ହିତାଧିକାରୀଙ୍କୁ ଅଧିକାଂଶ ସମୟରେ ୩ ମାସରେ ଥରେ ଚାଉଳ ମିଳୁଥିଲା । ସେତେବେଳେ ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଥିବା ବେଳେ ବର୍ତ୍ତମାନ ୩ ପର୍ଯ୍ୟାୟରେ ଶତ ପ୍ରତିଶତ ଚାଉଳ ଆସୁଥିବାରୁ ଏକାଥରେ ଚାଉଳ ଆସିବା ପରେ ଦିଆଯାଉଛି । ଏଥିପାଇଁ ହୁଏତ ହିତାଧିକାରୀଙ୍କୁ କିଛିଦିନ ଅପେକ୍ଷା କରିବାକୁ ପଡୁଛି । ସେହିଭଳି କୁପାରୀରେ ତହସିଲରୁ ଅସ୍ଥାୟୀ ଅନୁମତି ନେଇ ରହୁଥିବା କେତେଜଣ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମେଡିକାଲ ଓ ସେମାନଙ୍କର ପିଲାମାନଙ୍କ ଶିକ୍ଷାର ସୁବିଧା ପାଇଁ ଆଧାର କାର୍ଡ ସଂଶୋଧନ କରାଯାଇଥିଲା। କୁପାରୀର କିଛି ସଙ୍ଗଠନ ଆପତ୍ତି ଉଠାଇବା ପରେ ତାଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇଥିଲା  । ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାସିନ୍ଦାଙ୍କର କାର୍ଡ ପୂର୍ବ ସରପଞ୍ଚଙ୍କ ସମୟରେ ସଂଶୋଧନ କରାଯାଇଥିଲା ଏବଂ କରୋନା ବେଳେ ସେମାନଙ୍କୁ ମଧ୍ୟ ପଞ୍ଚାୟତ ତରଫରୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏହାଛଡା ପ୍ରଧାନମନ୍ତ୍ରୀ ଆବାସରେ ୨୩୮ଜଣ ତାଲିକାଭୁକ୍ତ ଥିବା ବେଳେ ୧୦୨ଜଣଙ୍କ ନାମ ବାଦ୍‌ ପଡିବାକୁ ନେଇ ପୂର୍ବ ଲୋକ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି । ସେହିଭଳି ମହାନଗ ପୋଖରୀ ଓ ହଦ ପୋଖରୀ ଖୋଳାରେ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।
‘ଦୁର୍ନୀତି ପ୍ରମାଣ ଦେଲେ ରାଜନୀତି ଛାଡିଦେବି’ ବର୍ତ୍ତମାନର ସରପଞ୍ଚ ଏବଂ ଅନ୍ୟ ଲୋକ ପ୍ରତିନିଧିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ। କରୋନା ସମୟରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କୁ ପ୍ରବାସୀ ଭାବେ ବିବେଚିତ କରାଯାଇଥିଲା ଏବଂ ବର୍ତ୍ତମାନ ଆସିଥିବା ଲୋକଙ୍କୁ ଅଧିବାସୀ ଭାବେ ଆଧାରକାର୍ଡ ଦିଆଯାଇଛି । ପୋଖରୀ ଖୋଳା ହେଉ କି ଆବାସ ତାଲିକାରୁ ହିତାଧିକାରୀ ବାଦ୍‌ ପଡିବା ହେଉ ସବୁ କିଛି ସରକାରୀ ନିର୍ଦ୍ଦେଶନାମା ମଧ୍ୟରେ କରାଯାଇଛି। ବର୍ତ୍ତମାନ ଏହି ଲୋକ ପ୍ରତିନିଧି ଦଳୀୟ ମନୋଭାବ ରଖି ଅଭିଯୋଗ କରି କିଛି ଗରିବ ଲୋକଙ୍କ ନାମ କାଟିଛନ୍ତି । ଯଦି ତାଙ୍କ ସମୟରେ ହୋଇଥିବା ଦୁର୍ନୀତିର ଗୋଟିଏ ପ୍ରମାଣ ଦିଅନ୍ତି ତେବେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri