Sarkari Naukari: ଯୁବବର୍ଗଙ୍କ ପାଇଁ ୮୭ ହଜାର ଶିକ୍ଷକ ଚାକିରି, କରନ୍ତୁ ଏଭଳି ଆବେଦନ…

ପାଟନା,୧୦।୨ : ବିହାର ଜନସେବା ଆୟୋଗ (ବିପିଏସସି) ଶିକ୍ଷକ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛି। ବିପିଏସସି ଅଧ୍ୟକ୍ଷ ଅତୁଲ ପ୍ରସାଦ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ବିହାରରେ ୮୭ହଜାର ଶିକ୍ଷକ ପଦବୀ ପୂରଣ ହେବ। ଆବେଦନ ପ୍ରକ୍ରିୟା ୧୦ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଫେବୃଆରୀ ୨୦୨୪। ମାର୍ଚ୍ଚ ୭ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୩୧ ପୂର୍ବରୁ ଆୟୋଗ ଫଳାଫଳ ପ୍ରକାଶ କରିବାକୁ ଚେଷ୍ଟା କରିବେ।

ନିଯୁକ୍ତି ଆବେଦନକାରୀଙ୍କ ପାଇଁ ସମ୍ପୃକ୍ତ ବିଷୟରେ ଡିଗ୍ରୀଧାରୀ ହେବା ବାଧ୍ୟତାମୂଳକ ଏବଂ B.Ed, D.El.Ed, CTET କିମ୍ବା STET ପାଶ କରିବା ଆବଶ୍ୟକ। ତେବେ CTET / STET ର ଦେଇଥିବା ପ୍ରାର୍ଥୀମାନେ ଆଦେନ କରିପାରିବେ ନାହିଁ ।

ଆବେଦନ କରିବାକୁ, ସର୍ବନିମ୍ନ ବୟସ ୧୮ରୁ ୨୧ ବର୍ଷ ଏବଂ ସର୍ବାଧିକ ୩୭ ରୁ ୪୨ ବର୍ଷ ରହିଛି। ରିଜର୍ଭ ବର୍ଗ ଆବେଦନକାରୀମାନଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି।
ଲିଖିତ ପରୀକ୍ଷା ଅଢ଼େଇ ଘଣ୍ଟାର ହେବ। ଏଥିରେ କୌଣସି ନେଗେଟିଭ ମାର୍କିଂ ହେବ ନାହିଁ। NCERT ଏବଂ SCRT ର ନିର୍ଦ୍ଦେଶ ଅନୁଯାୟୀ ସିଲାବସ ହେବ। ଫଳାଫଳରେ ମେରିଟ ତାଲିକା ପ୍ରକାଶ ପାଇବ।

ନିଯୁକ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଯୁବବର୍ଗମାନେ ଅନଲାଇନରେ ଆବେଦନ କରିବାକୁ ଅଫିସିଆଲ ୱେବସାଇଟ www.bpsc.bih.nic.in/www.onlinebpsc.bihar.gov.in କୁ ଲଗଇନ କରିପାରିବେ।

ପରୀକ୍ଷା ପେପର ୩ ଟି ପାର୍ଟର ରହିବ । ଏଥିରେ ଭାଷା, ସାଧାରଣ ଜ୍ଞାନ ଏବଂ ବିଷୟ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ। ଭାଷା ଅଧୀନରେ, ଏକ ଏକ ନମ୍ବରର ୩୦ଟି ପ୍ରଶ୍ନ ପଚରାଯିବ। ଜେନେରାଲ ଷ୍ଟଡିଜ ସହିତ ଜଡିତ ପ୍ରତ୍ୟେକ ଏକ ଏକ ନମ୍ବରର ୪୦ ଟି ପ୍ରଶ୍ନ ପଚରାଯିବ। ଏକ ଏକ ନମ୍ବରର ୮୦ଟି ପ୍ରଶ୍ନ ସମ୍ପୃକ୍ତ ବିଷୟ ଉପରେ ଆସିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri