ଓଟିଟିରେ ଆସିବ ‘ସର୍ଦ୍ଦାର ଉଧମ ସିଂ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ ଶେଷରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ ପାଇଁ ସ୍ଥିର ହୋଇଛି। ଫିଲ୍ମର ଶୁଟିଂ ଓ ପୋଷ୍ଟ ପ୍ରଡକ୍ସନ ଗତ ବର୍ଷରୁ ହିଁ ଶେଷ ହୋଇଥିଲା। ୨ ଅକ୍ଟୋବର ୨୦୨୦ରେ ଚଳଚ୍ଚିତ୍ର ରିଲିଜ କରାଯିବାକୁ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ଯୋଗୁ ତାହା ହୋଇପାରି ନ ଥିଲା। ପରେ ଫିଲ୍ମ ନିର୍ମାତା ୧୫ ଜାନୁୟାରୀ ୨୦୨୧ରେ ରିଲିଜ୍‌ ପାଇଁ ସ୍ଥିର କରିଥିଲେ ହେଁ ସମାନ କାରଣ ଯୋଗୁ ଫିଲ୍ମ ପରଦାକୁ ଆସିପାରି ନ ଥିଲା। ଶେଷରେ ଏହାକୁ ଆସନ୍ତା ଅଗଷ୍ଟରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ରେ ମୁକ୍ତିଲାଭ ପାଇଁ ନିଷ୍ପତ୍ତି ହୋଇଛି। ସୁଜିତ୍‌ ସିରକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ୍‌ ସିଂଙ୍କ ଜୀବନୀ ଉପରେ ଆଧାରିତ। ବ୍ରିଟିଶ ସରକାରବେଳେ ୧୯୧୯ରେ ଜାଲିଓ୍ବାନା ଓ୍ବାଲାବାଗ୍‌ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଉଧମ ସିଂ ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଗଭର୍ନର ମାଇକେଲ ଓ’ ଡାୟରଙ୍କୁ ହତ୍ୟା କରିଥିଲେ।

Share