‘କୃଷକଙ୍କ ଅଧିକାର ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ ସର୍ଦ୍ଦାର ପଟେଲ’

ଜି.ଉଦୟଗିରି,୩୧।୧୦(ଚିନ୍ମୟ କୁମାର ସେଠୀ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଣ ଦୌଡ଼ ଆୟୋଜନ କରାଯାଇଥିଲା।

ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅୟୋଜିତ ଏହି ରନ୍‌ ଫର୍‌ ୟୁନିଟି କାର୍ଯ୍ୟକ୍ରମରେ ଶତାଧିକ ଯୁବକଙ୍କ ସହ ବୟସ୍କ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଖଣ୍ଡ ଭାରତର ପରିକଳ୍ପନାକୁ ସମ୍ମାନ ଜଣାଇ ଦେଶବାସୀ ଏକତା ଓ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଥିଲା। ଏପରିକି କୃଷକଙ୍କ ଅଧିକାର ପାଇଁ ସର୍ଦ୍ଦାର ପଟେଲ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମତପ୍ରକାଶ ପାଇଥିଲା।

ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ପୋଷ୍ଟ ଅଫିସ ଛକରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ମହିଳା ଇନ୍ସପେକ୍ଟର ରଞ୍ଜିତା ବେହେରା, ଏସ୍‌ଆଇ କାମରାଜୁ ରେଡ୍ଡି, ଏସ୍‌ଆଇ ରୂପକ ଦଲେଇ, ଏଏସ୍‌ଆଇ ରବୀନ୍ଦ୍ରନାଥ ସେଠୀ, ବୁଲୁ ବେହେରା, ବଣ୍ଟି ଦଣ୍ଡିଆଙ୍କ ସହ ସମସ୍ତ ମହିଳା ପୁରୁଷ ପୋଲିସ ବାହିନୀ ଉପସ୍ଥିତ ଥିବା ବେଳେ ସହରବାସୀ ଏବଂ କଲେଜର ଛାତ୍ରୀଛାତ୍ର ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri