କ୍ରିକେଟରଙ୍କୁ ବିବାହ କରିବେ ସାରା? ଜବାବ ଦେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ଏବେ ତାଙ୍କ ମୁଭି ‘ଜରା ହଟକେ ଜରା ବଚକେ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଫିଲ୍ମକୁ ନେଇ ଦର୍ଶକେ ଓ କ୍ରିଟିକ ଫେଣ୍ଟା ଫେଣ୍ଟି ପ୍ରତିକ୍ରିୟା ଦେଇଛନ୍ତି। ଏପଟେ ଫିଲ୍ମର ବ୍ୟବସାୟ ବି ଠିକ ଠାକ ଚାଲିଛି। ଏବେ ପ୍ରାୟ ସାରା ଅଲିଙ୍କ ନାମକୁ କ୍ରିକେଟର ଶୁଭମନ ଗିଲଙ୍କ ନାମ ସହ ଯୋଡା ଯାଉଛି। ନିକଟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ କ’ଣ ତାଙ୍କ ଜେଜେ ମା’ଙ୍କ ଭଳି କ୍ରିକେଟରଙ୍କୁ ଜୀବନସାଥି ବାଛିବେ କି?
ନିକଟରେ ଏକ ସାକ୍ଷାତକାରେ ସାରାଙ୍କୁ ଏଭଳି ପ୍ରଶ୍ନ ପଚରା ଯିବାରୁ ସେ ଏହାର ଉତ୍ତରରେ କହିଥିଲେ, ପ୍ରକୃତରେ ମୁଁ ଯେମିତି ଝିଅ ମୋତେ ମେଣ୍ଟାଲି ଓ ଇଣ୍ଟଲେକଚ୍ୟୁଆଲି ମ୍ୟାଚ କରୁଥିବା ଜଣେ ପାର୍ଟନର ଦରକାର, ସେ କ୍ରିକେଟର, ଆକ୍ଟର, ବିଜନେସମ୍ୟାନ, ଡାକ୍ତର…ହଁ ଡାକ୍ତର ନ ହୋଇ ପାରନ୍ତି କାରଣ ସେ ମୋତେ ଛାଡି ପଳାଇବେ। ଏମିତି ଭାବେ ନିଜ ଫ୍ୟୁଚର ଲାଇଫକୁ ନେଇ ମଜାକ କରିଥିଲେ ସାରା।
ତେବେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ ଭାରତୀୟ କ୍ରିକେଟ ଟିମର କାହାକୁ ବିବାହ କରିବାକୁ ଚାହୁଁଛନ୍ତି କି। ଏହାର ଜବାବରେ ନାୟିକା କହିଥିଲେ, ସତ କହିବାକୁ ଗଲେ ମୁଁ ଯାହାକୁ ବିବାହ କରିବି ତାଙ୍କୁ ଏବେ ପର୍ଯ୍ୟନ୍ତ ମୁଁ ଭେଟି ନାହିଁ। ମୁଁ ତାଙ୍କୁ ଅପେକ୍ଷା କରିଛି।

Share