ଜେଜେ ମାଆଙ୍କ ବାୟୋପିକରେ ନଜର ଆସିବେ ସାରା!

ମୁମ୍ବାଇ: ମୁଭି ‘କେଦାରନାଥ‘ରେ ବଲିଉଡରେ ଡେବ୍ୟୁ କରିଥିବା ନାୟିକା ସାରା ଅଲି ଖାଁ ପ୍ରାୟ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ସେ ଏବେ ପର୍ଯ୍ୟନ୍ତ କେତେଜଣ ଟ୍ୟାଲେଣ୍ଟେଡ ଷ୍ଟାରଙ୍କ ସହ କାମ କରି ସାରିଛନ୍ତି । ନିକଟରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା କି ତାଙ୍କ ଜେଜେମା ତଥା ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ବାୟୋପିକରେ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ଏହି ରୋଲକୁ କେମିତି କ୍ୟାରି କରିବେ । ସେ କହିଥିଲେ ଜେଜେ ମାଆଙ୍କ ବାୟୋପିକରେ କାମ କରିବା ମୋ ପାଇଁ ଏତେ ସହଜ ହେବ ନାହିଁ ।
ସାରା କହିଥିଲେ ଜେଜେ ମା’ ଶର୍ମିଳା ଟାଗୋର ଖୁବ୍ ସୁନ୍ଦର ଓ ପରିପକ୍ୱ ଅଭିନେତ୍ରୀ । ସେ ବହୁତ ସୁନ୍ଦର ଓ ସଭ୍ୟ । ମୋତେ ଜଣାନାହିଁ ମୁଁ ସୁନ୍ଦର ଓ ସଭ୍ୟ କି ନା । ସାରା କହିଥିଲେ ସେ ପ୍ରାୟ ସବୁବେଳେ ତାଙ୍କ ଜେଜେ ମାଆଙ୍କ ସହ କଥା ହୋଇଥାଆନ୍ତି । ହେଲେ ସେ କ୍ୟାରିୟରକୁ ନେଇ ସେମିତି କିଛି ଅଧିକ କଥା ହୋଇ ନାହାନ୍ତି । ମୋ ଜେଜ ମାଆ ଖୁବ୍ ସମଝଦାର ଓ ପଢାଲିଖା ତେଣୁ ଆମେ ଅଲଗା କଥା ବେଶୀ କଥା ହୋଇଥାଉ ।
ସୂଚନା ଅନୁଯାୟୀ, ଶର୍ମିଳା ଟାଗୋରଙ୍କ ଜେନରାଲ ନଲେଜ ବି ବହୁତ ଭଲ । ସେ ବହୁତ କ୍ଲାସି ଓ ବିଶ୍ୱର ସମସ୍ତ ବିଷୟକୁ ନେଇ ତାଙ୍କର ଏକ ରାୟ ରହିଥାଏ । ୱାର୍କଫ୍ରଣ୍ଟ କଥା ଆଲୋଚନା କଲେ ସାରା ଅଲି ଶେଷଥର ପାଇଁ ମୁଭି ‘ଅତରଙ୍ଗି ରେ’ରେ ଦେଖାଦେଇଥିଲେ । ଏବେ ସେ ଫିଲ୍ମ ‘ଗ୍ୟାସଲାଇଟ’ ପାଇଁ ବ୍ୟସ୍ତ ଅଛନ୍ତି ।

Share