ଗରିବ ଶିଶୁଙ୍କ ସହ ସମୟ କାଟିଲେ ସାରା

ମୁମ୍ବାଇ: ବଲିଉଡ ଦିଭା ତଥା ନବାବ ଖାନଦାନର ଝିଅ ସାରା ଅଲି ଖାଁଙ୍କ ଭ୍ୟାକେଶନ ଭିଡିଓ ପ୍ରଶଂସକଙ୍କ ଦିଲ ଜିତି ନେଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା ସାରା ଏବେ ଏକ ସାଦାସିଧା ଲୁକରେ ନଜର ଆସିଛନ୍ତି। ଏଥର ସେ ତାଙ୍କ ଭିନ୍ନ ଅନ୍ଦାଜକୁ ନେଇ ସମସ୍ତଙ୍କ ହୃଦୟ ଜିତି ଯାଇଛନ୍ତି। ଅମୃତା ସିଂ ଓ ଶୈଫ ଅଲି ଖାଁଙ୍କ ଝିଅ ସାରା ନିଜ ସଂସ୍କାରକୁ ନେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ସେ କିଛି ମନ୍ଦିର ଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

‘ଜରା ହଟକେ ଜରା ବଚକେ’ର ସଫଳତା ପରେ ସାରା ଅଲି ଖାନ କାଶ୍ମୀରରେ ଛୁଟି ଏନଜୟ କରୁଛନ୍ତି। ଏହାପୂର୍ବରୁ ସାରା ସୋନମର୍ଗ ଘାଟିରେ ଶୋଇଥିବାର କିଛି ସୁନ୍ଦର ଫଟୋ ସେୟାର କରିଥିଲେ। ଏହି ଅଭିନେତ୍ରୀ ତାଙ୍କ ଅମରନାଥ ଯାତ୍ରାର ଝଲକ ମଧ୍ୟ ଦେଖାଇଥିଲେ।
ଜୁଲାଇ ୨୪ରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ କାଶ୍ମୀର ଛୁଟିଦିନର ନୂଆ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଅଭିନେତ୍ରୀ ଏକ ଛୋଟ ଦରଘାରେ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତ। ସେ ଧଳା ସ୍ବେଟର୍ସ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତ। ଏହା ସହିତ ମୁଣ୍ଡରେ ଗୋଲାପୀ ରଙ୍ଗର ଦୁପଟ୍ଟା ଘୋଡାଇ ହୋଇଛନ୍ତି। ଗୋଟିଏ ଭିଡିଓରେ ସାରା ଜଣେ ସ୍ଥାନୀୟ ମହିଳାଙ୍କ ସହ ଏକ ତମ୍ବୁରେ ବସିଥିବାର ଦେଖିବାକୁ ମିଳିବ, ଯିଏ ସାରା ପାଇଁ ଚା କରିବାକୁ ଛେଳି କ୍ଷୀର ନେଉଛନ୍ତ।
ଅନ୍ୟ ଏକ ସୁନ୍ଦର ଭିଡିଓରେ ସାରା ଏକ ପ୍ୟାରେ ସେ ଛୋଟ ଛୁଆ ସହିତ ପୋଖରୀରେ ଗାଧୋଉଥିବାର ନଜର ଆସିଛନ୍ତ। ପିଲାଟି ସହିତ ଖେଳିବାବେଳେ ସେ ତାଙ୍କୁ ଖଉବ ସ୍ନେହ କରୁଥିବା ଦେଖିବାକୁ ମିଳିଛି। ସେ ତାଜିୱାସରେ ସ୍ଥାନୀୟ ପିଲାମାନଙ୍କ ସହ ନମସ୍ତେ ପୋଜ କରିଥିଲେ। ଏହି ପୋଷ୍ଟକୁ ସେୟାର କରି କେଦାରନାଥ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ପ୍ରଶ୍ନ: ଆମେ କେଉଁଠାରେ ଏବଂ କିପରି ଶାନ୍ତି ପାଇବୁ? ଉତ୍ତର: ସବୁଆଡେ। କେବଳ ନିଜ ଭିତରେ ଦେଖନ୍ତୁ। ସାରା ଅଲି ଖାନଙ୍କ ଏହି ଫଟୋଗୁଡ଼ିକରେ ପ୍ରଶଂସକମାନେ ତାଙ୍କର ଉଦାରତା ଏବଂ ସରଳତାକୁ ପ୍ରଶଂସା କରୁଛନ୍ତି।
ଭୋଲେନାଥଙ୍କ ଭକ୍ତ ସାରା ମଧ୍ୟ ବାବା ବାରଫାନୀଙ୍କ ଦର୍ଶନର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ସାଧାରଣ ଭକ୍ତଙ୍କ ସହ ମନ୍ଦିର ଉପରକୁ ଚଢୁଥିବାର ନଜର ଆସିଥିଲେ। ଏହାସହ ସେ ଜୟ ଭୋଲେ ନାଥ ମଧ୍ୟ ଜପ କରିଥିଲେ। ସାରା ହୁଏତ ଉଭୟ ହିନ୍ଦୁ ଏବଂ ଇସଲାମ ଧର୍ମରୁ ଆସିପାରନ୍ତି କିନ୍ତୁ ଭଗବାନ ଶିବଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି। ଏଭଳି ପରିସ୍ଥିତିରେ ସେ ଅନେକ ସମୟରେ ମନ୍ଦିର ପରିଦର୍ଶନ କରୁଥିବା ଦେଖାଯାଏ। ଟ୍ରୋଲ କରିବା ସତ୍ତ୍ୱେ ସେ ନିଜ ବିଶ୍ୱାସ ଦେଖାଇବାକୁ ପଛଘୁଞ୍ଚା ଦେଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri