ଓଡ଼ିଶାରୁ ପୁଣି ଏକମାତ୍ର ଭରସା ସପ୍ତଗିରି

ରାୟଗଡ଼ା,୬।୬(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାର ୨୧ ଲୋକ ସଭା ଆସନ ମଧ୍ୟରୁ ୨୦ ଆସନରେ ଭାଜପା ବିଜୟୀ ହୋଇଛି। ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କୋରାପୁଟ ଲୋକ ସଭା ଆସନକୁ ବଜାୟ ରଖି ଦ୍ୱିତୀୟ ଥର ଏମ୍‌ପି ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲାକା। ଚଳିତ ନିର୍ବାଚନରେ ସେ ୪, ୭୧, ୩୯୩ ଖଣ୍ଡ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୧,୪୭, ୭୪୪ ଭୋଟରେ ପରାଜିତ କରିଛନ୍ତି। କୌଶଲ୍ୟା ୩,୨୩, ୬୪୯ ଖଣ୍ଡ ଭୋଟ ପାଇଛନ୍ତି । ସପ୍ତଗିରିଙ୍କ ରଣନୀତି ବିଜେଡିକୁ ଧରାଶାୟୀ କରି କୋରାପୁଟ ଲୋକ ସଭା ଆସନ ସହ ୬ଟି ବିଧାନସଭା ଆସନ ଅକ୍ତିଆର କରିବାରେ କାମ ଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଭାଜପା କେବଳ କୋରାପୁଟ ବିଧାନସଭା ଆସନରେ ବିଜୟୀ ହୋଇଛି। ଉଲ୍ଲେଖଯୋଗ୍ୟ, ପଟାଙ୍ଗୀ, ଜୟପୁର, ଲକ୍ଷ୍ମୀପୁର, ରାୟଗଡ଼ା, ବିଷମକଟକ ଓ ଗୁଣପୁର ବିଧାନସଭା ଆସନରେ କଂଗ୍ରେସ ପୁଣି ନିଜ ଗଡ଼ ସୁଦୃଢ଼ କରିପାରିଛି ।
ବିଜେଡି ଏମ୍‌ପି ପ୍ରାର୍ଥୀ କୌଶଲ୍ୟାଙ୍କଠାରୁ ସପ୍ତଗିରି ରାୟଗଡ଼ା ଜିଲାର ରାୟଗଡା ଆସନରେ ସର୍ବାଧିକ ୩୭,୮୬୯, ଗୁଣପୁର ଆସନରେ ୩୬,୧୫୯ ଏବଂ ବିଷମକଟକ ଆସନରେ ୧୯,୮୧୪ ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ସେହିଭଳି କୋରାପୁଟ ଜିଲାର ଲକ୍ଷ୍ମୀପୁର ଆସନରେ ସର୍ବାଧିକ ୨୬,୨୩୩, କୋରାପୁଟରେ ୮,୫୪୩ ଏବଂ ଜୟପୁରରେ ୫,୨୯୮ ଖଣ୍ଡ ଭୋଟ ପାଇଛନ୍ତି। ଏପରିକି ପୋଷ୍ଟାଲ ବାଲଟରେ ମଧ୍ୟ ୧,୨୪୬ ଭୋଟରେ ଆଗୁଆ ରହିଛନ୍ତି ।
ପ୍ରକାଶଥାଉ କି, ସପ୍ତଗିରିଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ମୃତ୍ୟୁ ପରେ ସେ ରାୟଗଡ଼ା ଜିଲାର ମଙ୍ଗ ଧରିଥିଲେ। ତତ୍କାଳୀନ ଜିଲା କଂଗ୍ରେସ ସଭାପତିଙ୍କ ସହ ଯୋଡ଼ିି ହୋଇ ସପ୍ତଗିରି ଦଳର ସଙ୍ଗଠନକୁ ମଜଭୁତ କରିଥିଲେ। ୨୦୧୯ରେ ପ୍ରଥମ ଥର ସିଧାସଳଖ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇ କୋରାପୁଟ ଲୋକ ସଭା ଆସନରୁ ଏମ୍‌ପି ପ୍ରାର୍ଥୀ ହୋଇଥିଲେ। ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାଜିତ କରି ଏକଦା କଂଗ୍ରେସ ହାତରୁ ଚାଲି ଯାଇଥିବା କୋରାପୁଟ ଲୋକ ସଭା ଆସନକୁ ସେ ଅକ୍ତିଆର କରିଥିଲେ। ସେତେବେଳେ ଓଡ଼ିଶାର ସମସ୍ତ ଲୋକ ସଭା ଆସନରେ କଂଗ୍ରେସ ଦଳର ପୁରୁଖା ରାଜନେତା ପରାଜିତ ହୋଇଥିବା ବେଳେ ସପ୍ତଗିରି ଏକମାତ୍ର କଂଗ୍ରେସ ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ସଂସଦ ପ୍ରଶ୍ନକାଳରେ ସେ କୋରାପୁଟ ଓ ରାୟଗଡା ଜିଲାର ଅନେକ ପ୍ରସଙ୍ଗ ଉଠାଇ ବହୁ ବିକାଶମୂଳକ କାର୍ଯ୍ୟ କରିଥିବା ବିଷୟ ଏବେ ଆଲୋଚନା ହେଉଛି। ଦୁଇ ଜିଲ୍ଲାର ବିଭିନ୍ନ ଅପହଞ୍ଚ ଇଲାକାକୁ ଗମନାଗମନ, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଆବାସ ଯୋଜନା ଆଦି ସୁବିଧା କରିବା ସହିତ ଅପହଞ୍ଚ ଇଲାକାରେ ମୋବାଇଲ ଟାୱାର ସ୍ଥାପନାରେ ମୁଖ୍ୟ ଭୂମିକା ଗ୍ରହଣ କରି ଟାୱାରମ୍ୟାନ ପାଲଟିଯାଇଥିଲେ ସପ୍ତଗିରି। ସପ୍ତଗିରି କହିଛନ୍ତି, ଲୋକଙ୍କ ସେବା କରିବା ଏବଂ ଦଳର ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କ ସହଯୋଗ କାରଣରୁ ସେ ନିଜେ ବିଜୟୀ ହେବା ସହିତ କୋରାପୁଟ ଲୋକ ସଭା ଆସନର ୬ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri