ସାପକାମୁଡ଼ା ମୃତ୍ୟୁ ମୟୂରଭଞ୍ଜରେ ସର୍ବାଧିକ

ବାରିପଦା ଅଫିସ,୪।୯: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ବିଷଧର ସାପଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି ା ପ୍ରତିଦିନ ସାପ ଉଦ୍ଧାର ହେବା ଓ ସାପକାମୁଡ଼ା ନିତିଦିନିଆ ଘଟଣା ପାଲଟିଛି। ସଚେତନତା ଅଭାବରୁ ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ଜିଲାମାନଙ୍କ ତୁଳନାରେ ମୟୂରଭଞ୍ଜ ରାଜ୍ୟର ପ୍ରଥମ ସ୍ଥାନରେ ରହିଛି। ୫ବର୍ଷ ଧରି ସାପକାମୁଡ଼ାଜନିତ ମୃତ୍ୟୁ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଆସୁଛି। ସାପ କାମୁଡ଼ା ଜନିତ ମାଗଣା ଚିକିତ୍ସା ସରକାରୀ ଡାକ୍ତରଖାନାରେ ଉପଲବ୍ଧ ରହିଥିଲେ ହେଁ ଅନେକ ସମୟରେ ଠିକ୍‌ ଚିକିତ୍ସା ଅଭାବ, ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା ଚିକିତ୍ସା ଜନିତ ବିଳମ୍ବ ପାଇଁ ଜିଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧିର କାରଣ ବୋଲି କୁହାଯାଉଛି ା
ବାହାରିଥିବା ନଦୀ ନାଳ ଓ ବୃହତ୍‌ ଜଳଭଣ୍ଡାରରୁ ବର୍ଷା ଦିନେ ଉଦ୍‌ବୃତ୍ତ ଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିଥାଏ ା ଜଳପତ୍ତନ ବୃଦ୍ଧି ପାଇଲେ ସାପଗୁଡ଼ିକ ଭାସିଆସି ତଳିଆ ଅଞ୍ଚଳରେ ଥିବା ନଦୀ ସଂଲଗ୍ନ ଗ୍ରାମଗୁଡ଼ିକରେ ରହି ବଂଶ ବିସ୍ତାର କରିଥାନ୍ତି ା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ଲୋକେ ବାରଣ୍ଡାରେ ଶୋଇଥିବା ସମୟରେ ସାପ କାମୁଡିବା ଯୋଗୁ ଅନେକଙ୍କ ମୃତ୍ୟୁ ହୋଇଥାଏ।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ବର୍ଷରେ ଜିଲାରେ ୪୪ଜଣଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ୨୦୧୬-୧୭ବର୍ଷରେ ୪୫, ୨୦୧୭-୧୮ବର୍ଷରେ ୭୭, ୨୦୧୮-୧୯ବର୍ଷରେ ୧୦୨, ୨୦୧୯-୨୦ବର୍ଷରେ ୯୦, ୨୦୨୦-୨୧ବର୍ଷରେ ୯୨ ଓ ୨୦୨୧-୨୨ବର୍ଷରେ ୬୮ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୮-୧୯ବର୍ଷଠାରୁ କ୍ରମାଗତ ୪ବର୍ଷ ଧରି ଜିଲାରେ ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହିଛି। ୭ବର୍ଷର ହିସାବକୁ ନେଲେ ଜିଲାରେ ମୋଟ ୫୧୮ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି ା ଗାଁଗଣ୍ଡାରେ ସାପ କାମୁଡ଼ିଲେ ଲୋକେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥାନ୍ତି। ସୁସ୍ଥ ନ ହେଲେ ଶେଷରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥାନ୍ତି ା ଏପରି ସ୍ଥଳେ ରୋଗୀଙ୍କ ଶରୀରରେ ବିଷ ଖେଳିଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନ ଥାଏ। ପ୍ରାଥମିକ ଭାବେ ରୋଗୀ ଡାକ୍ତରଖାନରେ ପହଞ୍ଚତ୍ବା ପରେ ଆଣ୍ଟିି ସ୍ନେକ ଭେନମ ଇଞ୍ଜେକସନକୁ ସାଲାଇନ ଜରିଆରେ ଦିଆଯାଇଥାଏ ା ଏହା ଯୋଗୁ ରକ୍ତରେ ବିଷର ପରିମାଣ ହ୍ରାସ ପାଇଥାଏ ବୋଲି ଡା. ସନତ କୁମାର ଦାଶ କହିଛନ୍ତି ା ଜିଲାରେ ସାପକାମୁଡ଼ା ଚିକିତ୍ସା ଓ ଏହା ଦ୍ୱାରା ମିଳୁଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଗଲେ ସର୍ପଦଂଶନ ଜନିତ ମୃତ୍ୟୁରେ ସାମାନ୍ୟ ରୋକ ଆସିପାରନ୍ତା ବୋଲି ପରିବେଶବିତ ତଥା ଅବତୈନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri