Posted inଖେଳ

ସନ୍ତୋଷ ଟ୍ରଫି ଫୁଟ୍‌ବଲ: ମଣିପୁରର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୬।୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ମଣିପୁର ୪-୧ ଗୋଲରେ ପଶ୍ଚିମବଙ୍ଗକୁ ହରାଇଥିବାବେଳେ ସର୍ଭିସେସ-ଦିଲ୍ଲୀ ମ୍ୟାଚ ୧-୧ ଓ ରେଲଓ୍ବେ-ମେଘାଳୟ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ପ୍ରଭାବୀ ରହିଥିଲା ମଣିପୁର। ୧୧ତମ ମିନିଟରେ ପଙ୍ଗାମବାମ ନାଓବା ମେଇତେଇ ଗୋଲ ଦେଇ ମଣିପୁରକୁ ଅଗ୍ରଣୀ କରିଥିବାବେଳେ ୩୭ତମ ମିନିଟରେ ଏହାକୁ ୨-୦ରେ ପରିଣତ କରିଥିଲେ ଅଧିନାୟକ ସିଙ୍ଗମ ସୁବାସ ସିଂ। ୫୪ତମ ମିନିଟରେ ପଶ୍ଚିମବଙ୍ଗର ବଦଳ ଖେଳାଳି ସୌଭିକ କର ଗୋଟିଏ ଗୋଲ ପରିଶୋଧ କରିବାରୁ ମ୍ୟାଚ ରୋମାଞ୍ଚକ ହୋଇଥିଲା। ମାତ୍ର ୮୧ତମ ମିନିଟରେ ପଶ୍ଚିମବଙ୍ଗର ବିଶ୍ୱଜିତ ହେମ୍ବ୍ରମଙ୍କ ଆତ୍ମଘାତୀ ଗୋଲ ମଣିପୁରକୁ ଫାଇଦାରେ ରଖିଥିଲା।

ଇଞ୍ଜୁରି ଟାଇମ୍‌ ୯୦+୪ ମିନିଟରେ ମଣିପୁର ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ ନାଗାଙ୍ଗବାମ ନାଓଚା ସିଂ। ଟୁର୍ନାମେଣ୍ଟରେ ୩ ମ୍ୟାଚରୁ ଏହାଥିଲା ମଣିପୁରର ଦ୍ୱିତୀୟ ବିଜୟ। ଫଳରେ ଦଳ ୬ ପଏଣ୍ଟରେ ପହଞ୍ଚତ୍ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି। ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ଏକ ମ୍ୟାଚରେ ଦିଲ୍ଲୀ ସହିତ ପଏଣ୍ଟ ଭାଗ କରିଥିଲା ସର୍ଭିସେସ। ଏଥିରେ ଦିଲ୍ଲୀ ପକ୍ଷରୁ କେହି ଗୋଲ ସ୍କୋର କରିପାରି ନ ଥିଲେ। ସର୍ଭିସେସର ପି. ଖ୍ରିଷ୍ଟୋଫର କାମେଇ ୨୧ତମ ମିନିଟରେ ପେନାଲ୍ଟିରୁ ଏକ ଗୋଲ ଦେଇ ଦଳକୁ ଆଗୁଆ କରାଇଥିଲେ। ୯୦ ମିନିଟ ପର୍ଯ୍ୟନ୍ତ ଅଗ୍ରଣୀ ରହି ଦଳ ବିଜୟ ଦ୍ୱାରରେ ପହଞ୍ଚତ୍ ଯାଇଥିଲା। ମାତ୍ର ଇଞ୍ଜୁରି ଟାଇମ୍‌ ୯୦+୩ ମିନିଟରେ ବଲ୍‌ ପାଇଁ ସଂଘର୍ଷ ସମୟରେ ସର୍ଭିସେସ ଡିଫେଣ୍ଡର ସଫିଲ ପି.ପି.ଙ୍କ ଆତ୍ମଘାତୀ ଗୋଲ ଯୋଗୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ଫଳରେ ଦିଲ୍ଲୀ ଗୋଟିଏ ପଏଣ୍ଟ ପାଇ ଯାଇଥିଲା। ଏହି ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ରେଲଓ୍ବେ କିମ୍ବା ମେଘାଳୟ ଦଳ କେହି ଗୋଲ ଦେଇ ପାରି ନ ଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ପାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri