ପଟ୍ଟାମୁଣ୍ଡାଇରେ ବନ୍ଦ ହୋଇଯିବ ସଂସ୍କୃତ ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୫ା୧ (ଜଗନ୍ନାଥ ଧଳ):ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜନ୍ମଗ୍ରହଣ କରି ସାମାଜିକତା ହାସଲ କରେ। ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତରୁ ସଂସ୍କୃତି ଆଉ ସଂସ୍କୃତିରୁ ହେଉଛି ସଂସ୍କାରର ସୃଷ୍ଟି। ଯାହା ପରିଶୋଧନ ପ୍ରକ୍ରିୟା ବା ରୀତିନୀତି ପ୍ରଦର୍ଶନ କରେ। ଆମ ଦେଶରେ ମୁନି ଋଷି ଓ ପଣ୍ଡିତମାନେ ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ପୂଜା, ଯଜ୍ଞ ଆଦିରେ ସଂସ୍କାର ପ୍ରଚଳନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ରାଧାରମଣ ମଠର ମହନ୍ତ ବ୍ୟବସାୟ ଆଳରେ ସଂସ୍କୃତ ବିଦ୍ୟାଳୟଟି ବନ୍ଦ କରିଥିବାବେଳେ ମହାବିଦ୍ୟାଳୟଟି ଏକ ଭଡ଼ାଘରେ ଚାଲୁଛି। ସଂସ୍କୃତ ଶିକ୍ଷାର ଅଧିକ ପ୍ରଚାର କରିବା ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ତଥା ପଟ୍ଟାମୁଣ୍ଡାଇ ରାଧାରମଣ ମଠର ମହନ୍ତ ବଳିଷ୍ଠ ଅବଦାନ ପାଇଁ ବିଭିନ୍ନ ସଂସ୍ଥାରୁ ସମ୍ମାନ ପାଉଥିବା ବେଳେ ରାଧାରମଣ ମଠର ତତ୍ତ୍ୱାବଧାନରେ ଥିବା ସଂସ୍କୃତ ବିଦ୍ୟାଳୟକୁ ବିଲୁପ୍ତ କରି ସାରିଲେଣି।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ, ଆଇନଜୀବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ ଅମୂଲ୍ୟ ପରିଡା, କୃପାସିନ୍ଧୁ ନାୟକ, ପ୍ରତାପ ପାଢୀ, କ୍ଷୀରୋଦ ମଲ୍ଲିକ କହିଛନ୍ତି, ସଂସ୍କୃତ ଶିକ୍ଷା ଏବେ ସଙ୍କଟରେ ଥିବା ବେଳେ ବହୁବର୍ଷ ଧରି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେଉଥିବା ରାଧାରମଣ ମଠର ତତ୍ତ୍ୱାବଧାନରେ ଥିବା ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଇତିମଧ୍ୟରେ ବନ୍ଦ ହୋଇଯାଇଛି। ଯେଉଁ ସଂସ୍କୃତ କଲେଜ ତିଷ୍ଠି ରହିଛି ତାହା ଭିତ୍ତିଭୂମି ଅଭାବରୁ ଭଡ଼ାଘରେ ଚାଲୁଛି। ପୂର୍ବରୁ ଇଂରେଜ ଶାସନ ସମୟରେ ଆମ ଶାସ୍ତ୍ରକୁ ନଷ୍ଟଭ୍ରଷ୍ଟ କରିଦିଆଯାଇଥିଲା। ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲୁ। ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ଓ ସଂସ୍କୃତ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ହୋଇଥିଲା। ଏ ନେଇ ୧୯୨୬ରେ ତତ୍କାଳୀନ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ହୃଷୀକେଶ ଦାସ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ମଠ ତତ୍ତ୍ୱାବଧାନରେ ସଂସ୍କୃତ ପଠାଗାର ଖୋଲିଥିଲେ। ସମୟାନୁକ୍ରମେ ଏହା ସଂସ୍କୃତ ପାଠାଗାର, ବିଦ୍ୟାଳୟ ଓ ୧୯୮୯ରେ ମହାବିଦ୍ୟାଳୟ ହୋଇ ମଠ ଜାଗାରେ ଉଭା ହୋଇଥିଲା। ମାତ୍ର ୩ ବର୍ଷ ହେବ ମଠ ମହନ୍ତ ଏଠାରୁ ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗି ଦେବା ସହ ମହାବିଦ୍ୟାଳୟକୁ ଅନ୍ୟତ୍ର ନେଇଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏବେ ରାଧାରମଣ ମଠର ଉକ୍ତ ଜାଗାକୁ ବ୍ୟବସାୟିକ ଆଳରେ ବଡ଼ ବଡ଼ ଘର ନିର୍ମାଣ ହେଉଥିବା ବେଳେ ଅନ୍ୟ ଘରଗୁଡ଼ିକରେ ଏକ ପବ୍ଲିକ ସ୍କୁଲ ଓ କେତେଗୋଟି ବ୍ୟବସାୟ ଅନୁଷ୍ଠାନକୁ ଭଡ଼ାସୂତ୍ରରେ ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାରେ ସଂସ୍କୃତ ଶିକ୍ଷାକୁ ବ୍ୟାପକ କରିବା ଲାଗି ଇଂରେଜ ସମୟରୁ ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ୱର, ସମ୍ବଲପୁର ଜିଲାରେ ଶତାଧିକ ସଂସ୍କୃତ ଟୋଲ୍‌ ମୁଣ୍ଡ ଟେକିଥିଲା। ୧୯୪୭ ସୁଦ୍ଧା ରାଜ୍ୟରେ ପ୍ରାୟ ୭୦ଟି ସଂସ୍କୃତ ଟୋଲ୍‌ ରହିଥିବା ବେଳେ ୧୯୬୦ବେଳକୁ ୧୩୯ଟି, ୧୯୭୫ ବେଳକୁ ୧୬୬ ଏବଂ ୧୯୯୪ ସୁଦ୍ଧା ୧୯୨ଟି ଏବେ ପ୍ରାୟ ୨୦୦ ଭଳି ସଂସ୍କୃତ ଟୋଲ୍‌ ଓଡ଼ିଶାରେ ରହିଛି। ୧୯୯୪ରୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ବିଦ୍ୟାଳୟକୁ ସରକାରୀକରଣ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା କେବଳ ଘୋଷଣାରେ ରହିଯାଇଛି। ଏହାପରେ ବାରମ୍ବାର ଚିଠି ଲେଖାଯିବା ସହ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି। ପ୍ରସ୍ତାବ ବି ପଠାଯାଇଛି। ତଥାପି କୌଣସି ସୁଫଳ ମିଳିପାରିନାହିଁ। କେବଳ କାଗଜପତ୍ରରେ ରହିଯାଇଛି ସବୁ କିଛି। ୨୦୨୧ ଅଗଷ୍ଟ ୨୯ରେ ୮୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ କରିଥିଲେ। ଏଥିସହ ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି କହିଥିଲେ। ଏ ସମ୍ପର୍କରେ ବିଇଓ ହରିହର ଦଳାଇଙ୍କୁ ପଚାରିବାରେ ଏ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ। ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ରାଧାରମଣ ମଠର ମହନ୍ତ ସ୍ବାମୀ ଅସୀମାନନ୍ଦ ଦାସଙ୍କୁ ପଚାରିବାରେ ସ୍କୁଲ ଚାଲିଥିବା ପର୍ଯ୍ୟନ୍ତ ସ୍କୁଲ ନାମରେ ରହିଥାନ୍ତା। ଯଦି ସ୍କୁଲ ଉଚ୍ଛେଦ ହେବ ତାହା ହେଲେ ଉକ୍ତ ସମ୍ପତ୍ତି ମଠର ହୋଇଯିବ ବୋଲି ପୁରୁଣା ଦଲିଲରେ ଉଲ୍ଲେଖ ରହିଛି। ମାତ୍ର ରାଧାରମଣ ସଂସ୍କୃତ ମହାବିଦ୍ୟାଳୟ ଚାଲିଥିବା ବେଳେ ଏଠାରୁ କାହିଁକି ହଟାଗଲା ବୋଲି ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri