ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ ଥିବାରୁ ଅନେକ ଜଳ ଭଣ୍ଡାର ଶୁଖିଲା ପଡ଼ିଲାଣି । ଫଳରେ ଜଳ ସଙ୍କଟ ଧିରେ ଧିରେ ଉତ୍କଟ ହେବାକୁ ବସିଲାଣି। କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାନ ମାଛକାନ୍ଦଣା ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ହ୍ରାସ ପାଇ ଶୁଷ୍କ ହେବାକୁ ବସିଛି। ଫଳରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ବର୍ଷା ନ ହେଲେ ଆଉ ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଜଳ ଯୋଗାଣ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଡ୍ୟାମ୍‌କୁ ଜଳ ପ୍ରବାହ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ବେଳେ ଗଛିତ ଜଳ ପ୍ରବଳ ଉତ୍ତାପ ଯୋଗୁ ଶୁଖିଯାଉଛି। ଏଣୁ ଏହାକୁ ନେଇ ଜନସ୍ବାସ୍ଥ୍ୟ( ସହରାଞ୍ଚଳ ଜଳ ଯୋଗାଣ ସଂସ୍ଥା) ବିଭାଗ ପଡ଼ିଥିବା ବେଳେ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। କିଛି ଦିନ ହେଲା ଜଳ ସ୍ତର କମିଯିବାରୁ ସିଧାସଳଖ ଯୋଗାଣ ହୋଇ ପାରି ନ ଥିଲା। ଫଳରେ ପମ୍ପ ଦ୍ୱାରା ପାଣି ଉଠାଇ ଯୋଗାଣ ହେଉଥିଲା । ଆଗକୁ ବର୍ଷା ନ ହେଲେ ପମ୍ପରେ ଉଠାଇ ପାଣି ଯୋଗାଣ ହୋଇ ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଯେ, କେନ୍ଦୁଝର ସହରକୁ ସାନ ମାଛକାନ୍ଦଣା ଓ କାନଝରୀ ଡ୍ୟାମ୍‌ରୁ ପାଇପ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ । ସେଥିରୁ ସାନ ମାଛକାନ୍ଦଣା ଡ୍ୟାମ୍‌ରେ ଜଳାଭାବ ଏବେଠୁ ଦେଖାଦେଇଥିବାରୁ ସାଧାରଣରେ ଚିନ୍ତା ସୃଷ୍ଟି ହୋଇଛି। ବାଂଶପାଳ ବ୍ଲକ ମେଦିନିପୁର ନିକଟରେ ରହିଛି ସାନ ମାଛକାନ୍ଦଣା ଡ୍ୟାମ୍‌। ଏହି ଡ୍ୟାମରୁ ରାଜାରାଜୁଡ଼ା ସମୟରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ। ମାଧ୍ୟାକର୍ଷଣ ଶକ୍ତି ବଳରେ ଏହି ପାଣି ପାଇପରେ ଆସି ଜୁଡିଆ ଘାଟିରେ ସଂରକ୍ଷଣ କରି ସେଠାରୁ ବିଶୁ୍‌ଦ୍ଧ ଜଳସହରକୁ ଯୋଗାଇ ଦିଆଯାଇଥାଏ। ଆଗରୁ ସମଗ୍ର ସହରକୁ ପାନୀୟ ଜଳ ଯୋଗାଣ ହେଉଥିଲା। ଏହି ଡ୍ୟାମ୍‌ରୁ ୧ରୁ ୮ ଓ ୧୧ରୁ ୧୫ ନମ୍ବର ଓ୍ବାର୍ଡକୁ ପାନୀୟ ଜଳ ଯୋଗାଣ ହୋଇଥାଏ । ପାଖାପାଖି ୫୦ ହଜାର ପରିବାର ଏହି ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରି ଚଳିଥାନ୍ତି ବୋଲି ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ଘାଷିରାମ ମାଝୀ କହିଛନ୍ତି। ଏହି ଡ୍ୟାମରୁ ଜଳସେଚନ ପାଇଁ ମଧ୍ୟ ଜଳ ଯୋଗାଣ ହୋଇଥାଏ । ତେବେ ଏହାର ରେଗୁଲେଟରରେ ସମସ୍ୟା ଯୋଗୁ ଡ୍ୟାମରୁ ଜଳ ଲିକ ହୋଇ ବୋହିଯିବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏଣୁ ପାଣି ସରିଗଲେ କିପରି ପାନୀୟ ଜଳ ମିଳିବ ସେ ନେଇ ସହରର ଉକ୍ତ ଓ୍ବାର୍ଡବାସୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ ଓ୍ବାାର୍ଡକୁ କାନଝରୀ ଜଳଭଣ୍ଡାରରୁ ପାଇପ ଦ୍ୱାରା ଜଳ ଯୋଗାଣ ହୋଇ ଆସୁଛି ।

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପାଖାପାଖି ୪ କୋଟି ଟଙ୍କା ବ୍ୟୟରେ ଏହି ଡ୍ୟାମ୍‌ର ପୁନରୁଦ୍ଧାର କାମ ହୋଇଥିଲା। କିନ୍ତୁ ଯେଉଁ ସ୍ଥାନରେ ଖୋଳା ଗଲେ ପାଣି ଗଛିତ ହୋଇ ପାରିବ ସେ ସ୍ଥାନରେ ଖୋଳା ନ ଯାଇ ଅନ୍ୟ ସ୍ଥାନରେ ଖୋଳାଯିବା ଏବଂ ରେଗୁଲେଟର ଠିକ୍‌ ଭାବରେ ମରାମତି କରା ନ ଯିବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ଏବେ ଡ୍ୟାମ୍‌ଟି ପ୍ରାୟତଃ ଶୁଷ୍କ ରହିଥିବାରୁ ଏହାର ଖନନ କରାଗଲେ ଆଗାମୀ ଦିନରେ ଅଧିକ ଜଳ ଗଛିତ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏନେଇ ବିଭାଗର ସାଧାରଣ ପରିଚାଳକ ନାରଦ ରଥ କହିଛନ୍ତି ଯେ, ଜଳସ୍ତର କମିଲେ ପମ୍ପ ଦ୍ୱାରା ଉଠାଇ ପାନୀୟ ଜଳ ଯୋଗାଣ କରାଯାଉଛି। ପରବର୍ତ୍ତୀ ସମୟରେ ଜଳ ସମସ୍ୟା ଦୂର କରିବାକୁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ଜଳ ଯୋଗାଣ କରାଯିବ। ଏହି ଡ୍ୟାମ୍‌ର ତଳ ଅଞ୍ଚଳରେ ରହିଛି ପ୍ରସିଦ୍ଧ ବଡ଼ଘାଗରା ଓ ସାନଘାଗରା ଜଳ ପ୍ରପାତ। ପ୍ରାକୃତିକ ଏହି ଦୁଇ ଜଳପ୍ରପାତକୁ ଦେଖିବାକୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି। ଏଥିପାଇଁ ବହୁ କୋଟି ଟଙ୍କା ବ୍ୟୟରେ ବିକାଶ କାମ କରାଯାଇଛି। ଏଣୁ ଜଳ ପ୍ରବାହ ବନ୍ଦ ହୋଇ ଗଲେ ଦୁଇ ଜଳପ୍ରପାତ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଏହା ଦ୍ୱାରା ଜୀବଜନ୍ତୁ, ପକ୍ଷୀମାନେ ମଧ୍ୟ ଜଳସଙ୍କଟର ସମ୍ମୁଖୀନ ହେବା ସହ ନଦୀ କୂଳରେ ଚାଷ କରି ବହୁ ଲୋକ ଚଳିଆସନ୍ତି। ଅଧିକ ପାଣି ଗଛିତ ହୋଇ ରହୁ ନ ଥିବାରୁ ଉଭୟ ପାନୀୟ ଜଳ ଓ ଖରାଟିଆ ଚାଷ ପାଇଁ ଜଳସେଚନରେ ସମସ୍ୟା ଉପୁଜିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri