ସଂଗ୍ରାମୀ ନେତାଙ୍କୁ ଆଜି ବି ଝୁରେ ସାନଖେମୁଣ୍ଡି: ସେ ଥିଲେ କୃଷକ ଆନ୍ଦୋଳନର କର୍ଣ୍ଣଧାର

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାଗୃହଠାରେ ଉଦୟଚନ୍ଦ୍ର ପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ। ଶମ୍ଭୁ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ସ୍ମୃତି କମିଟି ଆବାହକ ହରପ୍ରସାଦ ରଥ ସଂଯୋଜନା କରିଥିଲେ। ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ସମାଜ ବିଜ୍ଞାନୀ ଭଗବାନ ସାହୁ , ସିପିଆଇ ଗଞ୍ଜାମ ଜିଲା କମିଟି ସମ୍ପାଦକ ଶ୍ରୀହର୍ଷ ରଥ , ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର , ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ ,ସାନଖେମୁଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ , ପୂର୍ବତନ ଛାତ୍ରନେତା ପ୍ରଭାତ କୁମାର ମହାନ୍ତି, ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , କବି ବୃନ୍ଦାବନ ପଣ୍ଡା, ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ॥ ସଂଗ୍ରାମୀ ଉଦୟ ଗଞ୍ଜାମ ଜିଲା କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ବୋଲି ସ୍ମୃତି ସଭାରେ ମତପ୍ରକାଶ ପାଇଥିଲା । ଏପରିକି ପ୍ରଚଳିତ ସମାଜରେ ଜାତିଭେଦ ଓ ରାଜତନ୍ତ୍ରକୁ ସେ ବିରୋଧ କରିବା ସହ ଦୁର୍ନୀତି ବିରୋଧରେ ଋଣ ହୁଙ୍କାର କରି ତତ୍କାଳୀନ ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି କରି ଆସୁଥିଲେ। ୧୯୮୦ ମସିହାରେ ଘୋଡାହାଡ ଜଳସେଚନ ପ୍ରକଳ୍ପ କେନାଲର ସାହାସପୁର ଯାଏଁ ସମ୍ପ୍ରସାରଣ ଦାବି ନେଇ ସେ ଅନ୍ୟ କିଛି କୃଷକଙ୍କୁ ନେଇ ଦିଗପହଣ୍ଡି ତହସିଲ ସମ୍ମୁଖରେ ୧୮ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରି ଦାବିପୂରଣ ଦିଗରେ ସଫଳ ହୋଇଥିଲେ । ବ୍ଲକର ଗୋପାଳଗଣ୍ଡ , ରଘୁନାଥସାଗର , ଖଇରବାଙ୍କ ଏବଂ ଦିଗପହଣ୍ଡର ବେଲଘାଇ ପ୍ରମୁଖ ଜଳସେଚନ ପ୍ରକଳ୍ପ ତାଙ୍କ ଉଦ୍ୟମରେ କାର୍ଯ୍ୟକାରୀ ହୋଇପାରିଥିଲା । ତାଙ୍କର ଏହି ବୀରତ୍ୱ, ସାହାସିକତା ପାଇଁ ମଧ୍ୟ ସେ ସମସ୍ତଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହି ପାରିଛନ୍ତି ବୋଲି ବକ୍ତା ବୃନ୍ଦ କହିଥିଲେ । ସ୍ମୃତି ସଭାରେ ସାଥୀ ଅନନ୍ତ ମହାଙ୍କୁଡ , ବିଶ୍ୱନାଥ ବରାଡ଼, କୃଷ୍ଣଚନ୍ଦ୍ର ପାତ୍ର , ସରକାରୀ ଓକିଲ ମନୋରଞ୍ଜନ ପଣ୍ଡା, ଆଇନଜୀବୀ ରସାନନ୍ଦ ରାଉତ, ଇ. ଅର୍ଜୁନ, ଅଶେଷ ନାଥ ମିଶ୍ର, ପି.ଶିବଶଙ୍କର, କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପାତ୍ର , ଭଗବାନ ରାଉତ, ଅଶୋକ ଜେନା, ତ୍ରିନାଥ ପ୍ରଧାନ, ଦୈତାରୀ ରେଡ୍ଡୀ,ବିନାୟକ ଦାସ,ଅଶୋକ ବେହେରା, ପୁରୁଷୋତ୍ତମ ବେହେରାଙ୍କ ସମେତ ବହୁ କମ୍ୟୁନିଷ୍ଟ ନେତା ଓ ସଦସ୍ୟ ବୃନ୍ଦ ଉପସ୍ଥିତଥିଲେ। ଶେଷରେ ବରିଷ୍ଠ ଆଇନଜୀବୀ କୁରେଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri