ସଂଗ୍ରାମୀ ନେତାଙ୍କୁ ଆଜି ବି ଝୁରେ ସାନଖେମୁଣ୍ଡି: ସେ ଥିଲେ କୃଷକ ଆନ୍ଦୋଳନର କର୍ଣ୍ଣଧାର

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାଗୃହଠାରେ ଉଦୟଚନ୍ଦ୍ର ପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ। ଶମ୍ଭୁ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ସ୍ମୃତି କମିଟି ଆବାହକ ହରପ୍ରସାଦ ରଥ ସଂଯୋଜନା କରିଥିଲେ। ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ସମାଜ ବିଜ୍ଞାନୀ ଭଗବାନ ସାହୁ , ସିପିଆଇ ଗଞ୍ଜାମ ଜିଲା କମିଟି ସମ୍ପାଦକ ଶ୍ରୀହର୍ଷ ରଥ , ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର , ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ ,ସାନଖେମୁଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ , ପୂର୍ବତନ ଛାତ୍ରନେତା ପ୍ରଭାତ କୁମାର ମହାନ୍ତି, ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , କବି ବୃନ୍ଦାବନ ପଣ୍ଡା, ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ॥ ସଂଗ୍ରାମୀ ଉଦୟ ଗଞ୍ଜାମ ଜିଲା କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ବୋଲି ସ୍ମୃତି ସଭାରେ ମତପ୍ରକାଶ ପାଇଥିଲା । ଏପରିକି ପ୍ରଚଳିତ ସମାଜରେ ଜାତିଭେଦ ଓ ରାଜତନ୍ତ୍ରକୁ ସେ ବିରୋଧ କରିବା ସହ ଦୁର୍ନୀତି ବିରୋଧରେ ଋଣ ହୁଙ୍କାର କରି ତତ୍କାଳୀନ ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି କରି ଆସୁଥିଲେ। ୧୯୮୦ ମସିହାରେ ଘୋଡାହାଡ ଜଳସେଚନ ପ୍ରକଳ୍ପ କେନାଲର ସାହାସପୁର ଯାଏଁ ସମ୍ପ୍ରସାରଣ ଦାବି ନେଇ ସେ ଅନ୍ୟ କିଛି କୃଷକଙ୍କୁ ନେଇ ଦିଗପହଣ୍ଡି ତହସିଲ ସମ୍ମୁଖରେ ୧୮ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରି ଦାବିପୂରଣ ଦିଗରେ ସଫଳ ହୋଇଥିଲେ । ବ୍ଲକର ଗୋପାଳଗଣ୍ଡ , ରଘୁନାଥସାଗର , ଖଇରବାଙ୍କ ଏବଂ ଦିଗପହଣ୍ଡର ବେଲଘାଇ ପ୍ରମୁଖ ଜଳସେଚନ ପ୍ରକଳ୍ପ ତାଙ୍କ ଉଦ୍ୟମରେ କାର୍ଯ୍ୟକାରୀ ହୋଇପାରିଥିଲା । ତାଙ୍କର ଏହି ବୀରତ୍ୱ, ସାହାସିକତା ପାଇଁ ମଧ୍ୟ ସେ ସମସ୍ତଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହି ପାରିଛନ୍ତି ବୋଲି ବକ୍ତା ବୃନ୍ଦ କହିଥିଲେ । ସ୍ମୃତି ସଭାରେ ସାଥୀ ଅନନ୍ତ ମହାଙ୍କୁଡ , ବିଶ୍ୱନାଥ ବରାଡ଼, କୃଷ୍ଣଚନ୍ଦ୍ର ପାତ୍ର , ସରକାରୀ ଓକିଲ ମନୋରଞ୍ଜନ ପଣ୍ଡା, ଆଇନଜୀବୀ ରସାନନ୍ଦ ରାଉତ, ଇ. ଅର୍ଜୁନ, ଅଶେଷ ନାଥ ମିଶ୍ର, ପି.ଶିବଶଙ୍କର, କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପାତ୍ର , ଭଗବାନ ରାଉତ, ଅଶୋକ ଜେନା, ତ୍ରିନାଥ ପ୍ରଧାନ, ଦୈତାରୀ ରେଡ୍ଡୀ,ବିନାୟକ ଦାସ,ଅଶୋକ ବେହେରା, ପୁରୁଷୋତ୍ତମ ବେହେରାଙ୍କ ସମେତ ବହୁ କମ୍ୟୁନିଷ୍ଟ ନେତା ଓ ସଦସ୍ୟ ବୃନ୍ଦ ଉପସ୍ଥିତଥିଲେ। ଶେଷରେ ବରିଷ୍ଠ ଆଇନଜୀବୀ କୁରେଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri