ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର

ବ୍ରାହ୍ମଣୀଗାଁ,୨୪।୯:ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ ଥିବା ବିଶ୍ରାମାଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ନିତିଦିନିଆ ଏହି ରାସ୍ତା ଦେଇ ବିଭିନ୍ନ କାମ ପାଇଁ ଯାଉଥିବା ଲୋକେ ଖରା ଓ ବର୍ଷା ଦାଉରୁ ମୁକ୍ତି ପାଇବା ପାଇଁ ବିଶ୍ରାମାଗାରରେ ଟିକେ ଆଶ୍ରୟ ନିଅନ୍ତି।

ବ୍ରାହ୍ମଣୀଗାଁରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରାସ୍ତା ୧୨୦ କି.ମି ହେବ। ବଡ଼ ଶଙ୍ଖ ଛକ କଡ଼ରେ ଏକ ମାତ୍ର ଯାତ୍ରୀ ବିଶ୍ରାମାଗାର ଥିବାବେଳେ ଏହାକୁ କିରାମାହା, ନୂଆଗାଁ , କିନାରୀ ଗାଁ, ଗଡମାହା, ବାଘପଦା, କୁଟଲାରି ଗାଁ ଏବଂ ସାଙ୍ଗଡ଼ମା ଭଳି ୭ ଗୋଟି ଗ୍ରାମର ଲୋକେ ବ୍ରହ୍ମପୁରକୁ ଯିବାକୁ ହେଲେ ଏଠାରେ ଥିବା ବିଶ୍ରାମଗାରରେ ବସକୁ ଅପେକ୍ଷା କରୁଥାଆନ୍ତି ।

ରକ୍ଷଣବେକ୍ଷଣର ଅଭାବ ଯୋଗୁ ଏହି ବିଶ୍ରାମାଗାର ଆଗରେ ଘଞ୍ଚ ଲୋଟା ବୁଦାରେ ପରିପୂର୍ଣ୍ଣ ହୋଇ ଏବେ ଗାଈ ଗୋରୁ ଏବଂ ମଦୁଆମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାତ୍ରୀ ବିଶ୍ରାମାଗାରର କାନ୍ଥ, ଛାତ ସବୁ ଭଙ୍ଗା ଅବସ୍ଥାରେ ରହିଥିବାରୁ ଏଠାରେ କେହି ଯାତ୍ରୀ ବିଶ୍ରାମ ନେବା ପାଇଁ ଇଛା କରୁ ନ ଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏହି ଯାତ୍ରୀ ବିଶ୍ରାମାଗାରର ନବୀକରଣ କରିବାକୁ ପଦକ୍ଷେପ ନେଇନାହାନ୍ତି। ନୂଆ ସରକାର ଆସିବା ପରେ ଲୋକେ ଏହି ଯାତ୍ରୀ ବିଶ୍ରାମାଗାରଟି ପୁନଃଉଦ୍ଧାର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଅଞ୍ଚଳବାସୀ ପ୍ରଶାସନକୁ ଅଞ୍ଚଳରେ ଥିବା ସମସ୍ତ ଯାତ୍ରୀ ବିଶ୍ରାମାଗାରମାନଙ୍କୁ ଅବସ୍ଥା ସୁଧାରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri