ଦିଲ୍ଲୀ କ୍ୟାପିଟାଲ୍ସରେ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? କେବଳ ଏଇଠି ଅଟକିଛି ଡିଲ୍‌  

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ ୨୦୨୬ ସିଜନ ପୂର୍ବରୁ ସଞ୍ଜୁ ସାମସନ ଏବଂ  ରାଜସ୍ଥାନ ରୟାଲ୍ସ ଦଳ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଦଳ ପରିଚାଳନାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ସେ ପରବର୍ତ୍ତୀ ସିଜନ୍‌ ଦଳରେ ରହିବେ ନାହିଁ। ଏହାପାଇଁ ସେ ନିଜକୁ ଟ୍ରେଡ କରିବାକୁ ନଚେତ ଅକ୍ସନରେ ରିଲିଜ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ ଏବେ ସଞ୍ଜୁଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ସଞ୍ଜୁଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏହି ଡିଲ ଏତେ ବି ସହଜ ନୁହେଁ।
ଆଇପିଏଲ ୨୦୨୬ ସିଜନ୍‌ରେ ଫ୍ରାଞ୍ଚାଇଜ ଦଳମାନଙ୍କ ମଧ୍ୟରେ ଖେଳାଳିଙ୍କ କ୍ରୟ-ବିକ୍ରୟ ଓ ରିଟେନ୍‌ଶନକୁ ନେଇ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନର ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ନିଜ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଦଳ ସଞ୍ଜୁଙ୍କୁ ଆଇପିଏଲ୍‌ ଟ୍ରେଡ ୱିଣ୍ଡୋ ମାଧ୍ୟମରେ କିଣିବାକୁ ଚାହୁଁଛି। କିନ୍ତୁ ପ୍ରଶ୍ନ ହେଉଛି, କେଉଁ ଖେଳାଳିଙ୍କ ବଦଳରେ ଏହା ସମ୍ଭବ ହେବ?
ଆଇପିଏଲ ୨୦୨୫ ସମୟରେ ସାମସନ ଓ ରାଜସ୍ଥାନ ମଧ୍ୟରେ କିଛି ମତଭେଦର ଖବର ଆସିଥିଲା, ଯେଉଁଥିଲାଗି ସେ ନୂଆ ଦଳକୁ ଯିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି। କିନ୍ତୁ ଟ୍ରେଡର ପଥ ସହଜ ନୁହେଁ। ରାଜସ୍ଥାନ ସଞ୍ଜୁଙ୍କୁ ସହଜରେ ଯିବାକୁ ଦେବ ନାହିଁ, କାରଣ ସେମାନେ ନିଜ କୋର୍‌ ଦଳକୁ ମଜବୁତ ରଖିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅନେକ ଯୁବ ଓ ଅନୁଭବୀ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଟ୍ରେଡ ଟେବୁଲ୍‌ରେ ରଖାଯାଇପାରେ। କିନ୍ତୁ ଦିଲ୍ଲୀ ଦଳ ନିଶ୍ଚିତ କରିନାହିଁ ଯେ କେଉଁ ଖେଳାଳିକୁ ରାଜସ୍ଥାନ ସହିତ ଟ୍ରେଡ କରିପାରିବ।
ଆଇପିଏଲ ଟ୍ରେଡ ୱିଣ୍ଡୋ କ’ଣ?
ଆଇପିଏଲ ଟ୍ରେଡ ୱିଣ୍ଡୋ ଏକ ନିୟମ ହେଉଛି ଯାହା ଅଧୀନରେ ଦଳମାନେ ଅକ୍ସନ ପୂର୍ବରୁ କିମ୍ବା ପରେ ଖେଳାଳିଙ୍କ ଅଦଳ-ବଦଳ କରିପାରନ୍ତି। ବର୍ତ୍ତମାନ ଆଇପିଏଲ ୨୦୨୬ ପାଇଁ ଟ୍ରେଡ ୱିଣ୍ଡୋ ଖୋଲା ରହିଛି। ଆଇପିଏଲ ସିଜନ ଶେଷ ହେବାର ଏକ ମାସ ପରେ ଟ୍ରେଡ ୱିଣ୍ଡୋ ଖୋଲିଥାଏ, ଯାହା ଅକ୍ସନ୍‌ରୁ ଏକ ସପ୍ତାହ ପୂର୍ବଯାଏଁ ଖୋଲା ରହେ। ଏହା ଅଧୀନରେ ଫ୍ରାଞ୍ଚାଇଜ ଦଳମାନେ ନିଜ ନିଜ ଖେଳାଳିଙ୍କ ଅଦଳ-ବଦଳ କରିପାରନ୍ତି। କିମ୍ବା ଦଳ ଖେଳାଳିକୁ ଟ୍ରେଡ କରୁଥିବା ଫ୍ରାଞ୍ଚାଇଜ୍‌ ବଦଳରେ ଟଙ୍କା ଦେଇପାରେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ପ୍ରଭାବ: ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗୁ ଏପ୍ରିଲରେ ଅହମଦାବାଦ୍‌ରେ ହେବାକୁ ଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯିବା ସହ ମେ’…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌…

ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ…

BCCI ପରେ ICCର ବଡ଼ ଘୋଷଣା, ଟିମ୍ ଇଣ୍ଡିଆ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୧ା୩:  ମାର୍ଚ୍ଚ ୮ ତାରିଖରେ ଟି୨୦ ବିଶ୍ୱକପ୍ ବିଜେତା ଘୋଷଣା କରାଯାଇଥିଲା। ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ…

୧୨ରୁ କାର୍ଯ୍ୟବନ୍ଦ କରିବେ ନର୍ସିଂ, ପାରା ମେଡିକାଲ କର୍ମଚାରୀ

କୋରାପୁଟ,୧୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଜଣେ ଅଧିକାରୀଙ୍କ ବଦଳି ଦାବି କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଛି।…

ମାଛ ଜାଲରୁ ସାପକୁ ଉଦ୍ଧାର କରିବାବେଳେ ମାରିଲା ଚୋଟ, ଆଉ ତା’ ପରେ…

ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି। ସୂଚନାରୁ…

ଭାଜପାରେ ମିଶିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା, କାଲି ଛାଡିଥିଲେ ବିଜେଡି

ଭୁବନେଶ୍ବର,୧୧।୩: ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ରବୀନ୍ଦ୍ର ଜେନା ଆଜି ଭାଜପାରେ ମିଶିଛନ୍ତି । ରାଜ୍ୟ ପାର୍ଟି ଅଫିସ ଯାଇ ସେ ଦଳରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri