ମୁମ୍ବାଇ,୬।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷେ ମ୍ୟାଚ୍ରେ ଠିକଣା ସମୟରେ ଘାତକ ବୋଲିଂ କରି ପ୍ରତିପକ୍ଷ ବ୍ୟାଟରଙ୍କୁ ବଡ଼ ଶଟ୍ ଖେଳିବାରୁ ରୋକିଥିବା ଯଶପ୍ରୀତ ବୁମରାଙ୍କ ଲାଗି ସଞ୍ଜୁ ସାମସନ ତାଙ୍କ ପ୍ଲେୟର ଅଫ୍ ଦି ମ୍ୟାଚ୍ ପୁରସ୍କାର ଉତ୍ସର୍ଗ କରିଛନ୍ତି।
ସମସ୍ତ ଶ୍ରେୟର ଅଧିକାରୀ। ମୋ ମତରେ ସେ ଜଣେ ବିଶ୍ୱସ୍ତରୀୟ ବୋଲର ଓ ଏକ ପିଢ଼ିରେ ଥରେ ସୃଷ୍ଟି ହେଉଥିବା ଜଣେ ଅସଲ ଖେଳାଳି। ସେ ମ୍ୟାଚ୍ରେ ଯେଉଁଭଳି ବୋଲିଂ କରିଥିଲେ, ସେଥିଲାଗି ସେ ଏହି ପୁରସ୍କାରର ହକ୍ଦାର। ଯଦି ଡେଥ୍ ଓଭରରେ ସେ ଉଚିତ ଲାଇନରେ ବୋଲିଂ କରି ନ ଥାନ୍ତେ, ମୁଁ ଏଠାରେ ନ ଥାନ୍ତି। ଏଣୁ ସମସ୍ତ ଶ୍ରେୟ ବୋଲରଙ୍କୁ ଦିଆଯିବା ଦରକାର’ ବୋଲି ସାମସନ କହିଛନ୍ତି।
ଏହାବାଦ ସେ ତାଙ୍କ ବ୍ୟାଟିଂ ସମ୍ପର୍କରେ କହିଛନ୍ତି, ଅବିଶ୍ୱସନୀୟ ଅନୁଭବ ହେଉଛି। ଆମେ ଏଠାରେ ଜିତିବାକୁ ଚାହୁଁଥିଲୁ। ଗତ ମ୍ୟାଚ୍ରେ ମୁଁ ମୋ ଫର୍ମ ଫେରିପାଇଥିଲି। ନିଜ ଫର୍ମର ଅଧିକରୁ ଅଧିକ ଫାଇଦା ଉଠାଇବାକୁ ଚାହୁଁଥିଲି। ଏଥିଯୋଗୁ ନିଜକୁ ଅତିରିକ୍ତ ସମୟ ଦେଇଥିଲି। ମୁଁ କାଲକ୍ୟୁଲେଟ ଇନିଂସ ଗଢ଼ିଥିଲି। ଇନିଂସ ଆରମ୍ଭରୁ ମୋତେ ଭାଗ୍ୟ ସାଥ ଦେଇଥିଲା। ଆମକୁ ଜଣାଥିଲା ଯେ, ଏଠାରେ କୌଣସି ସ୍କୋର ସୁରକ୍ଷିତ ନୁହେଁ। ଏଣୁ ଆମେ ଯଥା ସମ୍ଭବ ଅଧିକରୁ ଅଧିକ ସ୍କୋର କରିବାକୁ ଚାହୁଁଥିଲୁ। ଏପରିକି ଏଠାରେ ୨୫୦ ଟାର୍ଗେଟ ମଧ୍ୟ ହାସଲ କରି ହେବ। ଇଂଲଣ୍ଡ ଖୁବ ଭଲ ଖେଳିଲା।

