Categories: ବାଣିଜ୍ୟ

ସଞ୍ଜୀବ ଏକ୍ସଟ୍ରାତେଜର ବ୍ରାଣ୍ଡ୍‌ ଆମ୍ବାସାଡାର

ଭୁବନେଶ୍ୱର,୨୮।୮: ଦେଶର ଜଣାଶୁଣା ସେଲିବ୍ରିଟି ତଥା ସେଫ ସଞ୍ଜୀବ କପୁର ଇଣ୍ଡେନ ଏକ୍ସଟ୍ରାତେଜ ଏଲ୍‌ପିଜି ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡାର ନିଯୁକ୍ତ ହୋଇଥିବା ସମ୍ପର୍କରେ ଭାରତୀୟ ତୈଳ ନିଗମ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ସଞ୍ଜୀବ ଓ ଏକ୍ସଟ୍ରାତେଜ ମଧ୍ୟରେ ଏକ ସହଭାଗିତା ହୋଇଥିବବେଳେ ବ୍ରାଣ୍ଡ୍‌ର ପ୍ରଚାର-ପ୍ରସାର ସହିତ ଏକ୍ସଟ୍ରାତେଜର ଗୁଣବତ୍ତା ଏବଂ ବ୍ୟବହାର ସମ୍ପର୍କରେ ଖାଉଟିଙ୍କୁ ଅବଗତ କରାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏପରିକି ବେଙ୍ଗାଲୁରୁଠାରେ ଆୟୋଜିତ ଇଣ୍ଡେନ ଏକ୍ସଟ୍ରାତେଜ ହୋଟେଲିୟର ହାରମୋନି ମିଟ୍‌ ଅବସରରେ ଇଣ୍ଡିଆନ ଅଏଲ ପକ୍ଷରୁ ଏ ନେଇ ବିସ୍ତୃତ ଭାବେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ମାର୍କେଟିଂ) ଭି.ସତୀଶ କୁମାର ଇଣ୍ଡେନ ଏକ୍ସଟ୍ରାତେଜ ଏଲପିଜି ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌-ନ୍ୟୁ ଭିଡିଓ କର୍ମସିଆଲକୁ ସଞ୍ଜୀବ କୁମାରଙ୍କ ଉପସ୍ଥିିତିରେ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ ଅଏଲର ଇଡି (ଏଲ୍‌ପିଜି)-ଏଚ୍‌ଓ ଏବଂ ଇଣ୍ଡିଆନ ଅଏଲର ଇଡି ତଥା କର୍ନାଟକ ରାଜ୍ୟ ମୁଖ୍ୟ ପି.ଗୁରୁ ପ୍ରସାଦ ଓ ଇଣ୍ଡିଆନ ଅଏଲର ଇଡି ( ସିସି ଆଣ୍ଡ ବି) ଏଚ୍‌ଓ ସନ୍ଦୀପ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Share