Posted inଜାତୀୟ

ସଞ୍ଜୟଙ୍କ ହାତରେ ରହିଛି ବଡ଼ ଆଘାତ ଚିହ୍ନ, ସିବିଆଇ କହିଲା ହୋଇପାରେ…

କୋଲକାତା,୨୫।୮:କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଘଟଣାର ଦ୍ୱିତୀୟ ଦିନରେ କୋଲକାତା ପୋଲିସ ଗିରଫ କରିଥିଲା। କୋଲକାତା ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ ହାତରେ ଅଛି ଏବଂ ଏହା କ୍ରମାଗତ ଭାବେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହି ସଂପର୍କରେ ରବିବାର ଅଭିଯୁକ୍ତ ସଞ୍ଜୟଙ୍କ ପଲିଗ୍ରାଫି ପରୀକ୍ଷା କରାଯିବ। ତେବେ ପଲିଗ୍ରାଫି ପରୀକ୍ଷା ପୂର୍ବରୁ ଅଭିଯୁକ୍ତଙ୍କ ଶରୀରରେ ଆଘାତ ଚିହ୍ନ ଦେଖାଯାଇଛି। ଯାହାକୁ ନେଇ ସିବିଆଇ ସନ୍ଦେହ କରୁଛି।

ରିପୋର୍ଟ ଅନୁଯାୟୀ, ସିବିଆଇ ଅଧିକାରୀ କହିଛନ୍ତି ଯେ, ସଞ୍ଜୟ ରୟଙ୍କ ଉଭୟ ବାହୁରେ କଟ୍‌ କିମ୍ବା ଆଘାତ ଚିହ୍ନ ରହିଛି, ଯାହା ସୂଚିତ କରୁଛି ଯେ, ବଳାତ୍କାର ସମୟରେ ପୀଡ଼ିତାଙ୍କ ସହ ସଞ୍ଜୟଙ୍କ ସଂର୍ଘଷ ହୋଇଛି। ସିବିଆଇ କହିଛି, ଯେତେବେଳେ ସେମାନେ ଅଗଷ୍ଟ ୧୪ରେ ସଞ୍ଜୟଙ୍କୁ ଅଟକ ରଖିଥିଲେ, ସେତେବେଳେ ସେମାନେ ଅଭିଯୁକ୍ତଙ୍କ ବାମ ଓ ଡାହାଣ ହାତରେ କାନ୍ଧ ପର୍ଯ୍ୟନ୍ତ ଆଘାତ ଚିହ୍ନ ପାଇଥିଲେ।

ସିବିଆଇ ଅଧିକାରୀ କହିଛନ୍ତି, ସଞ୍ଜୟ କହିଛନ୍ତି ଯେ ସେ ନିଜେ ନିଜକୁ ଆଘାତ ଦେଇଛନ୍ତି। କିନ୍ତୁ ସେ ନିଜକୁ କାହିଁକି ଆଘାତ କରିଛନ୍ତି ସେ ସମ୍ପର୍କରେ ସେ ଉତ୍ତର ଦେଇ ପାରି ନ ଥିଲେ। ପୀଡିତାଙ୍କ ସହ ସଂଘର୍ଷ ସମୟରେ ଏହି ଆଘାତ ହୋଇବାର ଆମେ ସନ୍ଦେହ କରୁଛୁ।
ରୟଙ୍କୁ କଡ଼ା ସୁରକ୍ଷା ଅନ୍ତର୍ଗତ ୨୧ ନମ୍ବର ସେଲରେ ରଖାଯାଇଛି। ସେ ନିଜ ଏକ କୋଠରୀରେ ଏକୁଟିଆ ଅଛନ୍ତି। ସେଲ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri