ସଞ୍ଜୟଙ୍କ ‘ଧରିତ୍ରୀ’ କାର୍ଟୁନ ସଂଗ୍ରହ ନିଶା, ୯ ବର୍ଷ ହେଲା ସାଇତି ରଖିଛନ୍ତି…

ନୟାଗଡ଼ ଅଫିସ,୫।୫: ଦୈନିକ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ କାର୍ଟୁନିଷ୍ଟ ଉତ୍କଳ ଗୌରବଙ୍କ ପ୍ରତି କାର୍ଟୁନ ବିଭିନ୍ନ ମହଲରେ ସଚେତନତା ସୃଷ୍ଟି କରିଚାଲିଛି। ଗତ ୯ ବର୍ଷ ହେଲା ସେହି କାର୍ଟୁନ୍‌ ପ୍ରେମରେ ପଡିଛନ୍ତି ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ଦୁର୍ଦ୍ଦୁରା ଗାଁର ସଞ୍ଜୟ କୁମାର ସାହୁ। ପ୍ରତିଦିନ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନକୁ ସେ କାଟି ଅତି ଆଦରର ସହ ଖାତାରେ ଅଠା ଦେଇ ସାଇତି ରଖୁଛନ୍ତି। ଇତିମଧ୍ୟରେ ସଞ୍ଜୟଙ୍କ ୭ଟି ଖାତା ପୂର୍ଣ୍ଣ ହୋଇ୍‌ସାରିଛି। ସେ ବର୍ତ୍ତମାନ ସୁଦ୍ଧା ୨୫୭୫ କାର୍ଟୁନ ସଂଗ୍ରହ କରିସାରିଛନ୍ତି। ଏହି କାର୍ଟୁନ ସଂଗ୍ରହ କରି ୱାଲର୍‌ଡ ରେଡ୍‌କ୍ରସରେ ରେକର୍ଡ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି।

ସଞ୍ଜୟ ଜଣେ ସଂଗ୍ରାହକ ଓ ପରିବେଶବିତ୍‌ ଭାବେ ଜଣାଶୁଣା। ପିଲାଟି ଦିନରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ସେ ଗଢ଼ିଛନ୍ତି ଶ୍ରୀଜଗନ୍ନାଥ ସଂଗ୍ରହାଳୟ। ନିଜ ସଂଗ୍ରହାଳୟରେ ସେ ରଖିଛନ୍ତି ବହୁ ପୁରାତନ ତାଳପତ୍ର ପୋଥି, ବିଭିନ୍ନ କିସମର ଧାନ, ଦିଆସିଲି ଖୋଳ, ପାଞ୍ଜି, କ୍ୟାଲେଣ୍ଡର ପରି ଅନେକ ଦୁର୍ଲ୍ଲଭ ସାମଗ୍ରୀ। ସେଦିନ ଥିଲା ୨୦୧୩ ନଭେମ୍ବର ୭ ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା ଆଳୁର ଦରବୃଦ୍ଧିକୁ ନେଇ ଏକ କାର୍ଟୁନ। ସେହି କାର୍ଟୁନକୁ ଦେଖି ନୟାଗଡ଼ ଧରିତ୍ରୀ ଅଫିସକୁ ଆସିଥିଲେ ସଞ୍ଜୟ। ସେଦିନର କାର୍ଟୁନ ସହିତ ପିଲାଙ୍କ ଧରିତ୍ରୀରେ ପ୍ରକାଶ ପାଇଥିବା ଚଗଲା ଭୀମୁ କାର୍ଟୁନ ସେ ସଂଗ୍ରହ କରିଥିଲେ। ପ୍ରଥମ କାର୍ଟୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ଏ ୩୦ ଟଙ୍କିଆ ଆଳୁ ପ୍ରବଳ ଖଟା ଲାଗୁଛି। ଟିକିଏ ପାଟିରେ ବାଜିଲେ ମୁହଁକୁ ବଙ୍କେଇ ଦେଉଛି। ଏହାର ପ୍ରତ୍ୟୁତ୍ତରରେ ମମତା କହୁଛନ୍ତି, ଆଉ ୨ରୁ ୪ ଦିନ ଚଳାଉ ଥାଅ, ୧୪ ଟଙ୍କିଆ ଆଳୁ ପଠଉଚି। ସେହିଭଳି ଚଗଲା ଭୀମୁରେ ଟ୍ରାଫିକ୍‌ ପୋଲିସ ସମ୍ପର୍କରେ କାର୍ଟୁନ ସେ ସଂଗ୍ରହ କରିଥିଲେ। ସେହିଦିନଠାରୁ ସେ ପ୍ରତ୍ୟହ ଧରିତ୍ରୀ କିଣି କାର୍ଟୁନକୁ କାଟି ଖାତାରେ ଅଠା ଦେଇ ସାଇତି ରଖିଆସୁଛନ୍ତି। ଯଦି କୌଣସି ଦିନ ଧରିତ୍ରୀ ତାଙ୍କ ଘରକୁ ନ ଆସେ ସେ ବ୍ୟସ୍ତ ହୋଇପଡ଼ନ୍ତି। ହକରଙ୍କୁ ଫୋନ୍‌ କରି ଧରିତ୍ରୀ ଦେବାକୁ ଅନୁରୋଧ କରନ୍ତି। ଆବଶ୍ୟକ ପଡ଼ିଲେ ସେ ବଜାରକୁ ଯାଇ ଧରିତ୍ରୀ କିଣି ଆଣିଥାନ୍ତି।

ଏବେ ସଞ୍ଜୟଙ୍କ ୭ଟି ଖାତାରେ ଉତ୍କଳ ଗୌରବଙ୍କ ୨୫୭୦ କାର୍ଟୁନ ଅଛି। ସଂଗୃହୀତ କାର୍ଟୁନକୁ ସଞ୍ଜୟ ଲାଇବ୍ରେରିରେ ସାଇତି ରଖିଛନ୍ତି। ତାଙ୍କ ସଂଗ୍ରହାଳୟକୁ ଅନେକ ଲୋକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ବହୁ ପାଠକ ଧରିତ୍ରୀ କାର୍ଟୁନକୁ ଦେଖି ତା’ ଉପରେ ଆଲୋଚନା କରନ୍ତି ବୋଲି ସଞ୍ଜୟ କୁହନ୍ତି। ଛାତ୍ରୀଛାତ୍ରଙ୍କ ଧରିତ୍ରୀ କାର୍ଟୁନ ବେଶି ପସନ୍ଦ ବୋଲି ସେ ମତ ଦିଅନ୍ତି। ତେବେ ସଞ୍ଜୟଙ୍କୁ ଏହି କାମରେ ତାଙ୍କ ବୋଉ ଓ ସ୍ତ୍ରୀ ସହଯୋଗ କରନ୍ତି। କାର୍ଟୁନରୁ ଅଳ୍ପ ଶବ୍ଦରେ ଅନେକ କିଛି ଶିକ୍ଷା ମିଳିଥାଏ, ଯାହା ଅନ୍ୟ କେଉଁଠି ମିଳି ନ ଥାଏ ବୋଲି ସଞ୍ଜୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri