ସଞ୍ଜୟଙ୍କ ‘ଧରିତ୍ରୀ’ କାର୍ଟୁନ ସଂଗ୍ରହ ନିଶା, ୯ ବର୍ଷ ହେଲା ସାଇତି ରଖିଛନ୍ତି…

ନୟାଗଡ଼ ଅଫିସ,୫।୫: ଦୈନିକ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ କାର୍ଟୁନିଷ୍ଟ ଉତ୍କଳ ଗୌରବଙ୍କ ପ୍ରତି କାର୍ଟୁନ ବିଭିନ୍ନ ମହଲରେ ସଚେତନତା ସୃଷ୍ଟି କରିଚାଲିଛି। ଗତ ୯ ବର୍ଷ ହେଲା ସେହି କାର୍ଟୁନ୍‌ ପ୍ରେମରେ ପଡିଛନ୍ତି ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ଦୁର୍ଦ୍ଦୁରା ଗାଁର ସଞ୍ଜୟ କୁମାର ସାହୁ। ପ୍ରତିଦିନ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନକୁ ସେ କାଟି ଅତି ଆଦରର ସହ ଖାତାରେ ଅଠା ଦେଇ ସାଇତି ରଖୁଛନ୍ତି। ଇତିମଧ୍ୟରେ ସଞ୍ଜୟଙ୍କ ୭ଟି ଖାତା ପୂର୍ଣ୍ଣ ହୋଇ୍‌ସାରିଛି। ସେ ବର୍ତ୍ତମାନ ସୁଦ୍ଧା ୨୫୭୫ କାର୍ଟୁନ ସଂଗ୍ରହ କରିସାରିଛନ୍ତି। ଏହି କାର୍ଟୁନ ସଂଗ୍ରହ କରି ୱାଲର୍‌ଡ ରେଡ୍‌କ୍ରସରେ ରେକର୍ଡ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି।

ସଞ୍ଜୟ ଜଣେ ସଂଗ୍ରାହକ ଓ ପରିବେଶବିତ୍‌ ଭାବେ ଜଣାଶୁଣା। ପିଲାଟି ଦିନରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ସେ ଗଢ଼ିଛନ୍ତି ଶ୍ରୀଜଗନ୍ନାଥ ସଂଗ୍ରହାଳୟ। ନିଜ ସଂଗ୍ରହାଳୟରେ ସେ ରଖିଛନ୍ତି ବହୁ ପୁରାତନ ତାଳପତ୍ର ପୋଥି, ବିଭିନ୍ନ କିସମର ଧାନ, ଦିଆସିଲି ଖୋଳ, ପାଞ୍ଜି, କ୍ୟାଲେଣ୍ଡର ପରି ଅନେକ ଦୁର୍ଲ୍ଲଭ ସାମଗ୍ରୀ। ସେଦିନ ଥିଲା ୨୦୧୩ ନଭେମ୍ବର ୭ ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା ଆଳୁର ଦରବୃଦ୍ଧିକୁ ନେଇ ଏକ କାର୍ଟୁନ। ସେହି କାର୍ଟୁନକୁ ଦେଖି ନୟାଗଡ଼ ଧରିତ୍ରୀ ଅଫିସକୁ ଆସିଥିଲେ ସଞ୍ଜୟ। ସେଦିନର କାର୍ଟୁନ ସହିତ ପିଲାଙ୍କ ଧରିତ୍ରୀରେ ପ୍ରକାଶ ପାଇଥିବା ଚଗଲା ଭୀମୁ କାର୍ଟୁନ ସେ ସଂଗ୍ରହ କରିଥିଲେ। ପ୍ରଥମ କାର୍ଟୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ଏ ୩୦ ଟଙ୍କିଆ ଆଳୁ ପ୍ରବଳ ଖଟା ଲାଗୁଛି। ଟିକିଏ ପାଟିରେ ବାଜିଲେ ମୁହଁକୁ ବଙ୍କେଇ ଦେଉଛି। ଏହାର ପ୍ରତ୍ୟୁତ୍ତରରେ ମମତା କହୁଛନ୍ତି, ଆଉ ୨ରୁ ୪ ଦିନ ଚଳାଉ ଥାଅ, ୧୪ ଟଙ୍କିଆ ଆଳୁ ପଠଉଚି। ସେହିଭଳି ଚଗଲା ଭୀମୁରେ ଟ୍ରାଫିକ୍‌ ପୋଲିସ ସମ୍ପର୍କରେ କାର୍ଟୁନ ସେ ସଂଗ୍ରହ କରିଥିଲେ। ସେହିଦିନଠାରୁ ସେ ପ୍ରତ୍ୟହ ଧରିତ୍ରୀ କିଣି କାର୍ଟୁନକୁ କାଟି ଖାତାରେ ଅଠା ଦେଇ ସାଇତି ରଖିଆସୁଛନ୍ତି। ଯଦି କୌଣସି ଦିନ ଧରିତ୍ରୀ ତାଙ୍କ ଘରକୁ ନ ଆସେ ସେ ବ୍ୟସ୍ତ ହୋଇପଡ଼ନ୍ତି। ହକରଙ୍କୁ ଫୋନ୍‌ କରି ଧରିତ୍ରୀ ଦେବାକୁ ଅନୁରୋଧ କରନ୍ତି। ଆବଶ୍ୟକ ପଡ଼ିଲେ ସେ ବଜାରକୁ ଯାଇ ଧରିତ୍ରୀ କିଣି ଆଣିଥାନ୍ତି।

ଏବେ ସଞ୍ଜୟଙ୍କ ୭ଟି ଖାତାରେ ଉତ୍କଳ ଗୌରବଙ୍କ ୨୫୭୦ କାର୍ଟୁନ ଅଛି। ସଂଗୃହୀତ କାର୍ଟୁନକୁ ସଞ୍ଜୟ ଲାଇବ୍ରେରିରେ ସାଇତି ରଖିଛନ୍ତି। ତାଙ୍କ ସଂଗ୍ରହାଳୟକୁ ଅନେକ ଲୋକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ବହୁ ପାଠକ ଧରିତ୍ରୀ କାର୍ଟୁନକୁ ଦେଖି ତା’ ଉପରେ ଆଲୋଚନା କରନ୍ତି ବୋଲି ସଞ୍ଜୟ କୁହନ୍ତି। ଛାତ୍ରୀଛାତ୍ରଙ୍କ ଧରିତ୍ରୀ କାର୍ଟୁନ ବେଶି ପସନ୍ଦ ବୋଲି ସେ ମତ ଦିଅନ୍ତି। ତେବେ ସଞ୍ଜୟଙ୍କୁ ଏହି କାମରେ ତାଙ୍କ ବୋଉ ଓ ସ୍ତ୍ରୀ ସହଯୋଗ କରନ୍ତି। କାର୍ଟୁନରୁ ଅଳ୍ପ ଶବ୍ଦରେ ଅନେକ କିଛି ଶିକ୍ଷା ମିଳିଥାଏ, ଯାହା ଅନ୍ୟ କେଉଁଠି ମିଳି ନ ଥାଏ ବୋଲି ସଞ୍ଜୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri