Posted inଜାତୀୟ

ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି ଏବଂ ଯଦି ସେ ଏହି ପଦବୀ ନ ପାଆନ୍ତି, ତେବେ ଇଣ୍ଡିଆ ମେଣ୍ଟ ଟିଡିପି ପ୍ରାର୍ଥୀକୁ ସମର୍ଥନ ଦେବ।
ସଞ୍ଜୟ ରାଉତ କହିଛନ୍ତି,ଲୋକ ସଭା ବାଚସ୍ପତି ପଦ ପାଇଁ ସଂଗ୍ରାମ ଗୁରୁତ୍ୱପୂର୍ଣ୍ଣ। ଏଥର ପରିସ୍ଥିତି ୨୦୧୪ ଏବଂ ୨୦୧୯ ଭଳି ନୁହେଁ। ସରକାର ସ୍ଥିର ନୁହଁନ୍ତି। ଆମେ ଶୁଣିଛୁ ଯେ ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି। ଯଦି ଏନଡିଏ ପ୍ରାର୍ଥୀ ଏହି ପଦବୀ ନ ପାଆନ୍ତି ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟିଡିପି, ଜେଡିୟୁ ଏବଂ ଏଲଜେପି (ରାମ ଭିଳାସ) ସହ ମେଣ୍ଟ ଭାଙ୍ଗିପାରିବେ।
ସୂଚନାଯୋଗ୍ୟ, ଯଦି ବିରୋଧୀ ଦଳକୁ ଉପବାଚସ୍ପତି ପଦ ନ ମିଳେ, ତେବେ ସେମାନେ ଲୋକ ସଭା ବାଚସ୍ପତି ପଦ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିପାରିବେ। ୧୭ତମ ଲୋକ ସଭା ସମୟରେ ଉପବାଚସ୍ପତି ପଦ ଖାଲି ରହିଥିଲା। ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନରେ ସମ୍ବୋଧିତ କରିବେ।
ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବଚନରେ ଭାଜପା ୨୪୦ଟି ଆସନ ଜିତିଛି ଏବଂ ଦଳର ସଂଖ୍ୟାଗରିଷ୍ଠତା ୨୭୨ ରୁ ୩୨ କମ। ଏଭଳି ପରିସ୍ଥିତିରେ ଟିଡିପି (୧୬) ଏବଂ ଜେଡିୟୁ (୧୨) ଆସନ ବିଶିଷ୍ଟ କିଙ୍ଗମେକର ଭାବରେ ଉଭା ହୋଇଛନ୍ତି। ଲୋକ ସଭା ପ୍ରାର୍ଥୀ ପଦରେ ମଧ୍ୟ ଟିଡିପି ଦାବି କରିଛି। ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ମଧ୍ୟ ଲୋକ ସଭା ବାଚସ୍ପତି ପଦବୀ ଜେଡିୟୁ କିମ୍ବା ଟିଡିପି ଯିବା ଉଚିତ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri