‘ଚିକିତ୍ସା ନୁହେଁ, ମରିବାକୁ ଥିଲା ପସନ୍ଦ’

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କ୍ୟାନସର୍‌ ଭଳି ଏକ ଗୁରୁତର ରୋଗ ସହ ଲଢି ଶେଷରେ ଜିତିଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ରୋଗକୁ ସେ କିପରି ପରାସ୍ତ କରିଛନ୍ତି ତାହା ଲୋକମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ଏବଂ ବର୍ତ୍ତମାନ ସେ ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ସଞ୍ଜୟ ନିଜକୁ କ୍ୟାନସର୍‌ ହେବା ଜାଣିବାପରେ ଏହାର ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ କେମୋଥେରାପି ବଦଳରେ ମରିବାକୁ ଚାହୁଁଥିଲେ। ସଞ୍ଜୟ ଏପରି କାହିଁକି ଚାହୁଁଥିଲେ ତାହା ସେ ନିକଟରେ ଖୁଲାସା କରିଛନ୍ତି।
ଗତ ବର୍ଷ ସଞ୍ଜୟ ଦତ୍ତ ଫିଲ୍ମ ‘କେଜିଏଫ ୨’ରେ ନଜର ଆସିଥିଲେ। ଫିଲ୍ମରେ ଭିଲେନ ଭୂମିକାରେ ସଞ୍ଜୟ ଦତ୍ତ ତାଙ୍କର ଦୃଢ ଅଭିନୟ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ନିକଟରେ ଏକ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ତାଙ୍କ କ୍ୟାନସର ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି- ଫିଲ୍ମ ‘କେଜିଏଫ ୨’ ଶୁୁଟିଂ ସମୟରେ ମୋ ପିଠିରେ ଯନ୍ତ୍ରଣା ହେଉଥିଲା। ଶୁଟିଂ ସମୟରେ ମୋତେ ଔଷଧ ଏବଂ ଗରମ ପାଣି ଆବଶ୍ୟକ ପଡୁଥିଲା। କିନ୍ତୁ ଦିନେ ମୋର ନିଃଶ୍ୱାସ ନେବାରେ ବହୁତ ଅସୁବିଧା ହେଲା ଏବଂ ତା’ପରେ ମୁଁ ହସ୍ପିଟାଲରେ ଯାଞ୍ଚ କରାଇଥିଲି। ପରେ ଜଣାପଡିଥିଲା ମୁଁ କ୍ୟାନସରରେ ରୋଗରେ ପୀଡିତ। ସେତେବେଳେ ମୁଁ କେମୋଥେରାପି ନେବାକୁ ଚାହୁଁ ନ ଥିଲି। ଔଷଧ ନୁହେଁ, କେବଳ ମରିବାକୁ ଚାହୁଁଥିଲି। ଆମ ପରିବାରରେ କ୍ୟାନସର ରୋଗର ପୁରୁଣା ଇତିହାସ ରହିଛି। କ୍ୟାନସର କାରଣରୁ ମା’ ନର୍ଗିସଙ୍କର ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, ମୋର ପ୍ରଥମ ସ୍ତ୍ରୀ ରିଚା ଶର୍ମା ମଧ୍ୟ ସ୍ତନ କର୍କଟ କାରଣରୁ ଦୁନିଆକୁ ବିଦାୟ ଦେଇଥିଲେ। କିନ୍ତୁ କ୍ୟାନସର ରୋଗ ସମୟରେ ସ୍ତ୍ରୀ ମାନ୍ୟତା ଦତ୍ତ ଏବଂ ଭଉଣୀ ପ୍ରିୟା ଏବଂ ନମ୍ରତା ଦତ୍ତ ମୋତେ ବହୁତ ସମର୍ଥନ କରିଥିଲେ। ଏହି ଗୁରୁତର ରୋଗରେ ଜିତିବା ପାଇଁ ବାକି ଡାକ୍ତର ଦଳ ମୋତେ ବହୁତ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri