ଶୁଟିଂ ସେଟ୍‌କୁ ଫେରିବେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କିଛିଦିନ ତଳେ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖ ଦେଇଥିଲା। ଏବେ କିନ୍ତୁ ସଞ୍ଜୟଙ୍କୁ ନେଇ ଆସିଛି ଏକ ଖୁସି ଖବର। ଖୁବ୍‌ଶୀଘ୍ର ବଲିଉଡ୍‌ର ଏହି ମୁନ୍ନାଭାଇ ଶୁଟିଂ ସେଟକୁ ଫେରିବେ ବୋଲି ଜଣାପଡିଛି। ମୁମ୍ବାଇରେ ସେ ଏବେ ଚିକିତ୍ସିତ ହେଉଛନ୍ତି। ଏବେ ସେ ଫୋର୍ଥ ଷ୍ଟେଜ କ୍ୟାନସର ସହ ଲଢୁଛନ୍ତି। ଏହାରି ଭିତରେ ବି ସଞ୍ଜୟ ରଣବୀର କପୁରଙ୍କ ସହ ଅଭିନୀତ ଫିଲ୍ମ ଶମଶେରାର ଶୁଟିଂ ପାଇଁ ସେଟ୍‌ରେ ପହଞ୍ଚିବେ ବୋଲି ଶୁଣିବାକୁ ମିଳିଛି। ମିଳିଥିବା ସୂଚନାରୁ ଜଣାପଡିଛି କି ସଞ୍ଜୟ ନିକଟରେ କେମୋ ଥେରାପି ନେଇଥିବା ବେଳେ ସେ ସୁସ୍ଥ ଅନୁଭବ କରୁଛନ୍ତି। ଏବେ ସେ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share