ପରିମଳ ବିପର୍ଯ୍ୟସ୍ତ, ପଡ଼ିରହିଛି ୬ ନୂଆ ଅଳିଆବୁହା ଗାଡ଼ି

ଗୁଣପୁର,୨୪।୩(ଡି. ଏନ.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦରେ ପରିମଳ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ସହରରେ ଏବେ ଜନସଂଖ୍ୟା ବଢିବା ସହିତ ଓ୍ବାର୍ଡ ସଂଖ୍ୟା ମଧ୍ୟ ବଢ଼ିଛି। ହେଲେ ସଫେଇ କାର୍ଯ୍ୟ ଠିକ ଭାବେ ହୋଇପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୫୦ ହଜାର ଲୋକ ବସବାସ କରୁଥିବା ଏହି ସହରରୁ ଅଳିଆ ନେବାକୁ ଗାଡ଼ି ଅଭାବ ରହିଛି। ମାତ୍ର ୨ଟି ଟାଟା ଏସ୍‌ସିଇ ଓ ଦୁଇଟି ଟ୍ରାକ୍ଟରରେ ଅଳିଆ ଯାଉଛି। ତେଣୁ ପ୍ରତ୍ୟେକ ସାହିର ଗଳିକନ୍ଦି ବୁଲି ଘରଗୁଡିକରୁ ଘରୁ ଅଳିଆ ନେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଅଳିଆ ସଂଗ୍ରହ ପାଇଁ ୫ଟି ବ୍ୟାଟେରୀଚାଳିତ ଗାଡି ରହିଥିଲେ ମଧ୍ୟ ସେ ସବୁ ଖରାପ ହୋଇ ପଡିରହିଛି। ତାହାକୁ ମରାମତି ଦିଗରେ ଦୃଷ୍ଟି ଦିଆଯାଉନାହିଁ। ପୌର ପରିଷଦରେ ଅଳିଆ ବୋଝେଇ ପାଇଁ ନୂଆ ୫ଟି ଟାଟା ଏସ୍‌ସିଇ, ଗୋଟିଏ ଭ୍ୟାନ ଓ ମଶାମାରିବା ଲାଗି ଗୋଟିଏ ଫଗିଂ ମେଶିନ ଲାଗିଥିବା ଗାଡି କ୍ରୟ ପାଇଁ ୭୫ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ କରିବା ପରେ ଭୁବନେଶ୍ବରର ବିଶାଲ ଟ୍ରେଡିଂ ନାମରେ ଏକ କମ୍ପାନୀ ପାଇଥିଲା। ଚୁକ୍ତି ପ୍ରକାରେ ଉକ୍ତ କମ୍ପାନୀ ଗାଡି ଗୁଡିକର ଅସ୍ଥାୟୀ ରେଜିଷ୍ଟ୍ରେଶନ କରି ପଠାଇଥିଲେ l ଏହା ମାସେରୁ ଅଧିକ ସମୟ ହେଲା ପଡିରହିଛି। ସ୍ଥାୟୀ ରେଜିଷ୍ଟ୍ରେଶନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଗାଡିଗୁଡିକ କାର୍ଯ୍ୟକ୍ଷମ ହୋଇ ପାରୁନାହିଁଷ ଅନ୍ୟପକ୍ଷେ ଉକ୍ତ କମ୍ପାନୀର ବକେୟା ଅର୍ଥ ପୈଠ ହେଉ ନ ଥିବା କାରଣରୁ ଗାଡି ଗୁଡାକର ସ୍ଥାୟୀ ରେଜିଷ୍ଟ୍ରେଶନ ହୋଇପାରୁନି କି କାମରେ ଲାଗି ପାରୁନି l ଏଥିସହ ଆସିବାକୁ ଥିବା ଅନ୍ୟ ଗାଡି ଗୁଡିକ ମଧ୍ୟ କମ୍ପାନୀ ଯୋଗାଉ ନାହିଁ। ପୌର କର୍ମଚାରୀମାନେ ସୀମିତ ବ୍ୟବସ୍ଥାରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ ନାକେଦମ ହେଉଛନ୍ତି। ହେଲେ ଅସ୍ଥାୟୀ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଏ ସବୁ ଦିଗରେ ଧ୍ୟାନ ଦେଉ ନ ଥିବା ବେଳେ ପୌରାଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ଗୌଡ ଏବଂ କାଉନସିଲମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri