ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି l ଠିକା ନେଇଥିବା ସଂସ୍ଥାର ବେପରୁଆ ନୀତି ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା ପଡି ରହୁଥିବା ଦେଖିବାକୁ ମିଳିଛି। ୱାର୍ଡ ନମ୍ବର ଛଅ ବ୍ରାହ୍ମଣ ଢମଣା ସାହି ସାରା ପ୍ରତ୍ୟେକ ଦିନ ଗୋବର (ଗାଈଗୋରୁ ମଳ) ପଡି ରହୁଥିଲେ ସୁଦ୍ଧା ଏନ୍‌ଏସି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି l