ସାନିଆଙ୍କ ବାପା କହିଲେ ଶୋଏବ ନୁହନ୍ତି, ସାନିଆ ହିଁ ପକାଇଛନ୍ତି ବିବାହରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା ଶୋଏବଙ୍କ ତୃତୀୟ ବିବାହ ଥିଲା। ଶୋଏବ ଏବଂ ସାନିଆ ୨୦୧୦ରେ ବିବାହ କରିଥିଲେ। ଦୀର୍ଘ ୧୪ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗିଗଲା। ସାନିଆ ଏବଂ ଶୋଏବ ଦୀର୍ଘଦିନ ଧରି ଅଲଗା ରହୁଥିଲେ। ସାନିଆ ଏବଂ ଶୋଏବଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବାକୁ କିଏ ପଦକ୍ଷେପ ନେଇଥିଲା? କିମ୍ବା ଛାଡ଼ପତ୍ର କିଏ ନେଇଛି, ଏବେ ଏହା ମଧ୍ୟ ପ୍ରକାଶ ପାଇଛି।

Sania Mirza's father reacts after Shoaib Malik's third marriage

ସାନିଆଙ୍କ ବାପା ଇମ୍ରାନ ମିର୍ଜା ଏହା ପ୍ରକାଶ କରିଛନ୍ତି। ଇମ୍ରାନ କହିଛନ୍ତି, ଶୋଏବ ନୁହନ୍ତି, ସାନିଆ ନିଜେ ହିଁ ସମ୍ପର୍କ ଭାଙ୍ଗିଛନ୍ତି। ସାନିଆ ‘ଖୁଲା’ ଅଧିକାର ଅଧୀନରେ ଶୋଏବଙ୍କ ସହ ତାଙ୍କର ବିବାହରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏହାର ଅର୍ଥ ହେଉଛି, ଶୋଏବ ଛାଡ଼ପତ୍ର ଦେଇନାହାନ୍ତି କିନ୍ତୁ ସାନିଆ ନିଜେ ମତଭେଦ ହେତୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପରେ ‘ଖୁଲା’ ଅଧୀନରେ ଅଧିକାର ବ୍ୟବହାର କରି ବିବାହରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

The Love Tale Of Tennis Star Sania Mirza And Pakistani Cricketer Shoaib Malik

ଇମ୍ରାନ କହିଛନ୍ତି, ଇସ୍‌ଲାମରେ ଏକ ବିବାହ ଭାଙ୍ଗିବାର ଅନେକ ଉପାୟ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଖୁଲା’। ଏହା ଅଧୀନରେ କେବଳ ମହିଳାଙ୍କର ବିବାହ ଭାଙ୍ଗିବାର ଅଧିକାର ରହିଛି। ଜଣେ ମୁସଲମାନ ମହିଳା ‘ଖୁଲା’ ଅଧୀନରେ ତାଙ୍କ ସ୍ବାମୀଙ୍କ ସହ ସମ୍ପର୍କ ଭାଙ୍ଗିପାରନ୍ତି। ଜଣେ ମୁସଲମାନ ମହିଳା ଏକପାଖିଆ ଭାବରେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପାରିବେ। ଯେତେବେଳେ ବିବାହ ଭାଙ୍ଗିବା ନିଷ୍ପତ୍ତିକୁ ସ୍ବାମୀ ଗ୍ରହଣ କରନ୍ତି, ସେତେବେଳେ ଏହା ପାଇଁ ଅଲଗା ପ୍ରକ୍ରିୟା ଥାଏ ଏବଂ ଏହାକୁ ଛାଡ଼ପତ୍ର କୁହାଯାଏ।

शोएब मलिक नहीं, सानिया मिर्ज़ा ने ही तोड़ा रिश्ता... 'खुला' अधिकार के तहत खत्म की थी शादी; इमरान मिर्ज़ा का खुलासा

୨୦୧୦ରେ ବହୁ ବିବାଦ ମଧ୍ୟରେ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ବିବାହ କରିଥିଲେ। ଏହି ବିବାହ ସମ୍ପର୍କରେ ସାନିଆଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସାନିଆ ଏବଂ ଶୋଏବଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଇଜାନ ମିର୍ଜା ମଲିକ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri