Posted inଖେଳ

ସାନିଆଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ, ୨୨।୨(ପି.ଟି.): ଭାରତର ଭେଟେରାନ୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କ ଅନ୍ତର୍ଜାତୀୟ କ୍ୟାରୟର ଶେଷ। ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ରେ ପରାଜୟ ସହିତ ସେ ତାଙ୍କ ସ୍ବର୍ଣ୍ଣିମ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି। ସାନିଆ ୨୦୨୨ ସିଜନରେ ଟେନିସ୍‌ ଛାଡ଼ିବେ ବୋଲି ଘୋଷଣା କରିଥିଲେ। କିନ୍ତୁ କହୁଣି ଆଘାତ କାରଣରୁ ୟୁଏସ୍‌ ଓପନ ଖେଳିପାରି ନ ଥିଲେ। ଫଳରେ ୨୦୨୩ରେ ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ ପରେ ଅବସର ନେବାକୁ ଘୋଷଣା କରିଥିଲେ। ମାଡିସନ୍‌ କିଙ୍କୁ ସାଥୀ କରି ଖେଳୁଥିବା ସାନିଆ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି। ସାନିଅ-ମାଡିସନଙ୍କ ଯୋଡି ୪-୬, ୦-୬ ସେଟରେ ରୁଷିଆନ୍‌ ଯୋଡି ଭେରୋନିକା କୁଦେରମେଟୋଭା ଓ ଲିଉଡମିଲା ସାମସୋନୋଭାଙ୍କ ନିକଟରୁ ପରାଜିତ ହୋଇଥିଲେ। ପ୍ରଥମ ସେଟ୍‌ ୪-୪ରେ ରହିଥିବା ବେଳେ ସାନିଅ-ମାଡିସନ ପଛୁଆ ହୋଇ ଯାଇଥିଲେ। ପ୍ରଥମ ରାଉଣ୍ଡ ପରାଜିତ ହେବା ପରେ ଦ୍ୱିତୀୟ ରାଉଣ୍ଡକୁ ରୁଷୀୟ ଯୋଡି ସହଜରେ ଜିତି ନେଇଥିଲେ। ୨୦୦୩ରେ କ୍ୟାରିୟର ଆରମ୍ଭ କରିଥିବା ସାନିଆ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟୀ ହୋଇଛନ୍ତି। ମହିଳା ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସେ ୩ଟି ଲେଖାଏ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ୩୬ ବର୍ଷୀୟା ସାନିଆ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିବା ପରେ ଦଶନ୍ଧି ହେବ ଦୁବାଇରେ ଅବସ୍ଥାନ କରି ଆସୁଛନ୍ତି। ୩ଟି ଯାକ ଡବଲ୍ସ ଟାଇଟଲ ସେ ସ୍ବିଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହିତ ବିଜୟୀ ହୋଇଥିଲେ। ଏହା ବ୍ୟତିତ ମିକ୍ସଡ ଡବଲ୍ସରେ ମହେଶ ଭୂପତିଙ୍କ ସହିତ ଅଷ୍ଟ୍ରେଲିଆନ୍‌ ଓପନ ଓ ଫ୍ରେଞ୍ଚ ଓପନ ଜିତିଥିବା ବେଳେ ବ୍ରୁନୋ ସୋରେସଙ୍କ ସହିତ ୟୁଏସ୍‌ ଓପନ ବିଜୟୀ ହୋଇଥିଲେ।ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବରେ ସାନିଆ ଡବଲ୍ସରେ ନମ୍ବର ଓ୍ବାନ୍‌ ଓ ସିଙ୍ଗଲ୍ସରେ ଟପ୍‌-୧୦୦ରେ ସାମିଲ ହୋଇଥିଲେ। ଟେନିସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାନିଆଙ୍କୁ ୨୦୦୪ରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୬ରେ ପଦ୍ମଶ୍ରୀ, ୨୦୧୫ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ୨୦୧୬ରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri