Posted inଖେଳ

ଅନ୍ତିମ ମ୍ୟାଚ ଖେଳିଲେ ସାନିଆ

ହାଇଦ୍ରାବାଦ, ୬ା୩ (ପି.ଟି.): ଭାରତୀୟ ଟେନିସ କିମ୍ବଦନ୍ତୀ ସାନିଆ ମିର୍ଜା ରବିବାର ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ରବିବାର ଖେଳିଛନ୍ତ, ଯେଉଁଠାରେ ସେ ଆରମ୍ଭ କରିଥିଲେ। ସ୍ଥାନୀୟ ଲାଲବାହାଦୁର ଷ୍ଟାଡିୟମରେ ସେ ରୋହନ ବୋପାନ୍ନା, ଯୁବରାଜ ସିଂ ଓ ତାଙ୍କ ବାନ୍ଧାବୀ ବେଥାନି ମାଟେକ୍‌-ସାଣ୍ଡ୍ସ, ଇଭାନ୍‌ ଡୋଗିଗ୍‌, କାରା ବ୍ଲାକ୍‌ ଓ ମାରିଅନ ବାର୍ତ୍ତୋଲିଙ୍କୁ ନେଇ ପ୍ରଦର୍ଶନୀ ମ୍ୟାଚ ଖେଳିଥିଲେ।

ଏଥିସହ ସେ ତାଙ୍କ କ୍ୟାରିୟରକୁ ଗୁଡ୍‌ବାଏ କରିଥିଲେ। ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ସେ ଏଠାରେ ଏକ ଐତିହାସିକ ଡବ୍ଲ୍ୟୁଟିଏ ଟାଇଟଲ ସଫଳତା ହାସଲ କରିଥିଲେ। ମ୍ୟାଚ ଖେଳିସାରିବା ପରେ ସାନିଆଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖିବାକୁ ମିଳିଥିଲା।

ପ୍ରଦର୍ଶନୀ ମ୍ୟାଚ ଦେଖିବା ଲାଗି ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଥିଲେ, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ, ଭାରତ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ, ଯୁବରାଜ ସିଂ ରବିନ ଉଥାପ୍ପା, ଅନନ୍ୟା ବିର୍ଲା, ହୁମା କୁରେଶୀ ଦୁଲକେର ସଲମନ, ତାଙ୍କ ପ୍ରଶଂସକ, ବନ୍ଧୁ ପରିଜନ, କ୍ରୀଡ଼ା ବ୍ୟକ୍ତିତ୍ୱ ଏବଂ ସାନିଆ ମିର୍ଜା ଟେନିସ ଏକାଡେମୀର ଛାତ୍ରୀଛାତ୍ର। ଏହି ଅବସରରେ ୬ଥର ଗ୍ରାଣ୍ଡସ୍ଲାମ ବିଜେତା (୩ଥର ମହିଳା ଡବଲ୍ସ ଓ ୩ଥର ମିକ୍ସଡ ଡବଲ୍ସ) ତାଙ୍କ ବିଦାୟୀ ଭାଷଣ ଦେବାବେଳେ ଭାବ ପ୍ରବଣ ହୋଇ ପଡ଼ିଥିଲେ। ଦେଶ ପାଇଁ ଦୀର୍ଘ ୨୦ ବର୍ଷ ଧରି ଖେଳିବା ତାଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri