୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି ୨୭ ବର୍ଷର ବ୍ୟବଧାନ ପରେ ଶନି ଦେବ ପୁଣି ଥରେ ନିଜ ସ୍ୱ-ନକ୍ଷତ୍ର ଉତ୍ତରା ଭାଦ୍ରପଦକୁ ଫେରୁଛନ୍ତି । ଶନିଦେବ ୨୦ ଜାନୁଆରୀଠୁ ନେଇ ଆସନ୍ତା ମେ ୧୭ ତାରିଖ ଯାଏ ପାଖାପାଖି ୪ ମାସ ଏହି ନକ୍ଷତ୍ରରେ ଅବସ୍ଥାନ କରିବାକୁ ଯାଉଛନ୍ତି ।

ଏପରି ପରିସ୍ଥିତିରେ କେବଳଯେ ଉତରାଭାଦ୍ରପଦ ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଶୁଭ ରହିବ ତାହା ନୁହେଁ ବରଂ ଏହି ସମୟ ପ୍ରାୟ ସମସ୍ତ ରାଶି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ ବୋଲି ଜଣାପଡିଛି । ଯେଉଁ ଲୋକମାନଙ୍କ ଜନ୍ମ ଆଜିଠୁ ୨୭ ବର୍ଷ ପୂର୍ବେ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ହୋଇଥିଲା ସେମାନଙ୍କ ପାଇଁ ଏହି ସମୟ ଜୀବନର ଦିଗ ବଦଳାଇ ଦେବାର ସମ୍ଭାବନା ସୃଷ୍ଟି କରିଛି । ଏହି ବୟସ କାରିୟର ନିର୍ମାଣ, ସ୍ଥିରତା ଓ ଦାୟିତ୍ୱବୋଧତା ନେବାର ସମୟ ହୋଇଥାଏ । ଏଣୁ ଜନ୍ମ ନକ୍ଷତ୍ରରେ ଶନିଙ୍କ ଗୋଚର ଏହି ପ୍ରକାରର ବ୍ୟକ୍ତି ବିଶେଷଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଧନୁ ରାଶି ପାଇଁ ଏହି ଗୋଚର ଅତ୍ୟନ୍ତ ମହତ୍ତପୂର୍ଣ୍ଣ ହେବାକୁ ଯାଉଛି । ଜୀବନରେ ଚାଲୁ ରହିଥିବା ଅସ୍ଥିରତା ଦୁର ହେବା ସହ କ୍ୟାରିୟରରେ ନୂଆ ଦିଗ ମିଳିବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆପଣ ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବଢିବା ସହ ପରିବାରରେ ସୁଖ-ଶାନ୍ତି ବନି ରହିବ ।

କୁମ୍ଭ ରାଶିର ଜାତକ ପାଇଁ ଏହି ସମୟରେ ପରିଶ୍ରମ ଅଧିକା ପଡିବା ସହ ଏହାର ଫଳ ବିଳମ୍ୱରେ ପ୍ରାପ୍ତ ହେବ । କିନ୍ତୁ ଆପଣଙ୍କୁ ଯେଉଁ ବି ଫଳ ମିଳିବ ତାହା ସ୍ଥାୟୀ ରହିବ । କ୍ୟାରିୟରରେ ପରବର୍ତ୍ତନ ସହ ନୂଆ ଦାୟିତ୍ୱ ମିଳିବାକୁ ଯାଉଛି । ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଖାସ୍ କରି ହାଡ ଓ ଗଣ୍ଠି ଜନିତ ରୋଗ ହେବାର ସମ୍ଭାବନା ଅଧିକ ରହିଛି । ଅନୁସାସନ ଓ ସମୟ ପ୍ରବନ୍ଧନରେ ଆପଣଙ୍କୁ ବଡ ଲାଭ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri