Categories: ଖେଳ

ସଙ୍ଗକାରା ରାଜସ୍ଥାନ ରୟାଲ୍ସ କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଶ୍ରୀଲଙ୍କାର ମହାନ୍‌ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ରବିବାର ଆସନ୍ତା ସିଜନ୍‌ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ କୋଚିଂ ଢାଞ୍ଚା, ନିଲାମ ଯୋଜନା, ଦଳର ରଣକୌଶଳ, ପ୍ରତିଭା ଚିହ୍ନଟ ସମେତ ନାଗପୁରସ୍ଥିତ ରୟାଲ୍ସ ଏକାଡେମୀର ବିକାଶ ଆଦି କାର୍ଯ୍ୟ ଚାଲିବ। ସଙ୍ଗକାରା ହେଉଛନ୍ତି ଶ୍ରୀଲଙ୍କାର ଜଣେ ସଫଳ କ୍ରିକେଟର। ତାଙ୍କ ୧୬ ବର୍ଷ କ୍ୟାରିୟରରେ ସେ ତାଙ୍କ ଦେଶ ପାଇଁ ୨୮,୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ୪୬ ବର୍ଷ ମଧ୍ୟରେ ଟେଷ୍ଟରେ ଯେକୌଣସି ଖେଳାଳିଙ୍କଠାରୁ ତାଙ୍କ ବ୍ୟାଟିଂ ଆଭରେଜ ସର୍ବାଧିକ। ଆସନ୍ତା ସିଜନ୍‌ ପାଇଁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ ରାଜସ୍ଥାନ ରୟାଲ୍ସର ଅଧିନାୟକ ମନୋନୀତ ହୋଇଛନ୍ତି। ବୋର୍ଡରେ ଭେଟେରାନ ଉଇକେଟକିପରଙ୍କୁ ପାଇ ସେ ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି।

Share