ଗୃହରେ ବାଲି ଝଡ଼

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ହଜାର ହଜାର ଟ୍ରକ୍‌ ବାଲି ପଡ଼ୋଶୀ ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶକୁ ଚାଲିଯାଉଛି। ଦଲାଲମାନେ ଶହ ଶହ ଟ୍ରକ୍‌ ବାଲି ଚୋରାଚାଲାଣ କରୁଛନ୍ତି। ରାଜ୍ୟକୁ ୫ ହଜାର କୋଟି ଟଙ୍କାର ରାଜସ୍ବହାନି ହେଉଛି। ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନୀତିରେ ସରକାର ସାଧାରଣ ଲୋକ ନେଉଥିବା ବାଲି ଟ୍ରାକ୍ଟର ପାଇଁ ୬୦ ହଜାର ଟଙ୍କା ଜରିମାନା କରୁଛନ୍ତି। ବାଲି ନୀତି ନ ଥିବାରୁ ନିଲାମ ନେଉଥିବା ଲିଜ୍‌ଧାରୀମାନେ ମନଇଚ୍ଛା ମୂଲ୍ୟରେ ବିକୁଛନ୍ତିି। ଏମିତି କି ବାଲି ଟ୍ରକ୍‌ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନେଉଛନ୍ତି । ରାଜ୍ୟରେ ହେଉଥିବା ବାଲି ଚୋରା ଚାଲାଣକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ। ସରକାର ତୁରନ୍ତ ବାଲି ନୀତି କାର୍ଯ୍ୟକାରୀ କରି ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ବାଲିକୁ ନେଇ ୫୦ ଜଣ ସଭ୍ୟ ବିଧାନସଭାରେ ମନ୍ତ୍ରୀଙ୍କଠାରୁ ଜବାବ ତଲବ କରିଥିଲେ। ଗୃହର ଉଦ୍‌ବେଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତୁରନ୍ତ ରାଜ୍ୟରେ ବାଲି ମୂଲ୍ୟ ନିର୍ଦ୍ଧାରଣ ପାଇଁ ନୀତି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।
ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଭ୍ୟ ମୋହନ ଚରଣ ମାଝି ବାଲି ଚୋରାଚାଲାଣ ଓ ବାଲି ନୀତିକୁ ନେଇ ପ୍ରଶ୍ନ କରିଥିଲେ। ରାଜ୍ୟରେ ବାଲି ନୀତି କାର୍ଯ୍ୟକାରୀ କରିବା ପାଇଁ କେବେ ନିଷ୍ପତ୍ତିି ହୋଇଥିଲା। ଅନ୍ୟ ରାଜ୍ୟରେ ବାଲି ନୀତି କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ କେଉଁ କାରଣରୁ ବିଳମ୍ବ ହେଉଛି। କେବେ ସୁଦ୍ଧା ବାଲି ନୀତି କାର୍ଯ୍ୟକାରୀ ହେବ। ରାଜ୍ୟରେ ବାର୍ଷିକ ବାଲିର ଚାହିଦା କେତେ । ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ କେତେ ବାଲି ଉତ୍ତୋଳନ ହୋଇଛି। ବାହାର ରାଜ୍ୟ ଓ ବିଦେଶକୁ କେତେ ବାଲି ରପ୍ତାନି ହୋଇଛି। କେଉଁ ମହାନଗରରେ ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବାଲିର ପ୍ରତି କ୍ୟୁବିକ୍‌ ଟନ୍‌ ମୂଲ୍ୟ କେତେ ବୋଲି ପଚାରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ, ଓଡ଼ିଶା ବାଲି ନୀତି କାର୍ଯ୍ୟକାରୀ କରିବା ପାଇଁ ୨୦୧୮ ଏପ୍ରିଲ ୧୧ ତାରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତିି ହୋଇଥିଲା। ଏହି ନୀତିର ଚିଠା ପ୍ରସ୍ତୁତି ତର୍ଜମା ପର୍ଯ୍ୟାୟରେ ରହିଛି। ରାଜ୍ୟରେ ବାଲିର ଚାହିଦା ଆକଳନ ହୋଇ ନାହିଁ। ଜିଲା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫-୧୬ରେ ୨୬,୪୧,୨୪୦ କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ ହୋଇଥିବା ବେଳେ ୨୦୧୬-୧୭ରେ ୩୫,୫୧,୧୨୬, ୨୦୧୭-୧୮ରେ ୪୧,୫୫,୨୯୨,୨୦୧୮-୧୯ରେ ୪୪,୩୭,୨୧୪, ୨୦୧୯-୨୦ରେ ୪୪,୧୭,୮୮୭ ଏବଂ ୨୦୨୦-୨୧ରେ ୪୭,୪୬,୪୫୪ କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ ହୋଇଛି। ବିଦେଶକୁ କିଛି ବାଲି ରପ୍ତାନି ହୋଇନାହିଁ। ତେବେ ୩ଟିି ରାଜ୍ୟକୁ ୨୦୧୮-୧୯ରେ ୧,୦୭,୮୩୧, ୨୦୧୯-୨୦ରେ ୭୪,୩୦୬ ଏବଂ ୨୦୨୦-୨୧ରେ ୫୯,୮୬୭ କ୍ୟୁବିକ୍‌ ମିଟର ବାଲି ରପ୍ତାନି କରାଯାଇଛି। ୫ଟି ମହାନଗର ନିଗମରେ ସରକାରୀ କାର୍ଯ୍ୟରେ ବ୍ୟବହୃତ ବାଲିର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ନାହିଁ। ମୋହନ ମାଝି ଅତିରିକ୍ତ ପ୍ରଶ୍ନରେ ପୁଣି ପଚାରିଲେ, ରାଜ୍ୟ ସରକାର ବାଲିରୁ ବର୍ଷକୁ ମାତ୍ର ୧,୫୦୦ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ବାଲି ମୂଲ୍ୟ ନିର୍ଦ୍ଧାରଣ ହୋଇଥିଲେ ରାଜ୍ୟକୁ ବର୍ଷକୁ ୫ ହଜାର କୋଟି ଟଙ୍କାର ରାଜସ୍ବ ମିଳିପାରନ୍ତା ବୋଲି ସେ କହିଥିଲେ। ମନ୍ତ୍ରୀ କହିଥିଲେ, ବିଦେଶକୁ ବାଲି ରପ୍ତାନି ହେଉନାହିଁ। ୨/୩ଟି ରାଜ୍ୟକୁ ବାଲି ରପ୍ତାନି ହୋଇଛି। ବାଲି ମୂଲ୍ୟ ନିର୍ଦ୍ଧାରଣ ପାଇଁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ରୁଲ୍‌ ହେବ । ଗୃହର ଉଦ୍‌ବେଗକୁ ଦେଖି ବାଚସ୍ପତି କହିଥିଲେ, ରାଜ୍ୟରେ ବାଲି ଚୋରାଚାଲାଣ ହେଉଛି। ମୋ ନିର୍ବାଚନମଣ୍ଡଳୀରେ ମଧ୍ୟ ବାଲି ଆନ୍ଧ୍ରକୁ ଚାଲିଯାଉଛି। ସରକାର ଯଦି ୫ ହଜାର କୋଟି ଟଙ୍କା ରାଜସ୍ବ ପାଇବେ ତେବେ ବାଲି ନୀତି କାହିଁକି କରୁନାହାନ୍ତି। ତୁରନ୍ତ ବାଲି ନୀତି କରନ୍ତୁ ବୋଲି ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଥିଲେ, ଆନ୍ଧ୍ରକୁ ଦୈନିକ ଶହ ଶହ ଟ୍ରକ୍‌ ବାଲି ଯାଉଛି। ମାଫିଆମାନେ ବାଲି ମୂଲ୍ୟ ବଢ଼ାଇ ବିିକ୍ରି କରୁଛନ୍ତି । ସରକାର ଯେଉଁ ନିଲାମ ରେଟ୍‌ ଦେଇଛନ୍ତି ତାହା ୨/୩ ମାସରେ ଭରଣା ହୋଇଯାଉଛି। ବର୍ଷତମାମ ସେମାନେ ବାଲି ବିକି ଚାଲିଛନ୍ତି। ସାଧାରଣ ଲୋକ ମୁଠାଏ ବାଲି ପାଉନି। ବାଲି ଟ୍ରାକ୍ଟର ଉପରେ ୬୦ ହଜାର ଟଙ୍କା ଜରିମାନା କରାଯାଉଛି। ବିଜେଡି ନେତାମାନେ ବାଲି ବେପାର କରିବେ, ଆଉ କେହି କରିବେ ନାହିଁ। ମନ୍ତ୍ରୀ କହିଥିଲେ, ବାଲି ଚୋରା ଚାଲାଣ ରୋକିବାକୁ ସ୍କ୍ବାଡ ଗଠନ ହୋଇଛି । ଲଘୁଖଣିଜ ପଦାର୍ଥ କନ୍‌ସେସନ ରୁଲ୍‌-୨୦୧୫ ଅନୁଯାୟୀ ଜରିମାନା କରାଯାଉଛି। ୫ ହଜାରରୁ ୫ ଲକ୍ଷ ଯାଏ ଜରିମାନା ହୋଇପାରିବ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ବାଲି ଚୋରିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦୁର୍ଦ୍ଦାନ୍ତ ଲୋକମାନେ ଜିଲାପାଳ ଓ ତହସିଲଦାରଙ୍କୁ ଧରି ବାଲି ନିଲାମ ନେଉଛନ୍ତି । ଭୁବନେଶ୍ୱର ଓ ଏହାର ଆଖପାଖ ନଦୀରୁ ବାଲି ଚୋରାରେ ବିକ୍ରିି ହେଉଛି। ହଜାର ହଜାର ଟ୍ରକ୍‌ ବାଲି ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଚାଲିଯାଉଛି। ବାଲି ଉତ୍ତୋଳନ ଦ୍ୱାରା ପରିବେଶ ଉପରେ ପ୍ରଭାବ ପଡୁଛି। ନଦୀ ଗତିପଥ ବଦଳାଇ ଦେଉଛି। ସରକାର ଚୋରା ବାଲି ଚାଲାଣକୁ ତୁରନ୍ତ ବନ୍ଦ କରନ୍ତୁ । ମନ୍ତ୍ରୀ କହିଥିଲେ, ଚୋରି ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ହୋଇଛି। ବାଲି ଏକ ଜରୁରୀ ଜିନିଷ। ୧୪୪ ବ୍ଲକ୍‌ ସମ୍ବେଦନଶୀଳ ରହିଛି। ସେହି ସବୁ ବ୍ଲକ୍‌ରେ ଚୋରା ଚାଲାଣ ବନ୍ଦ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ବାଚସ୍ପତି ପୁଣି କହିଥିଲେ, ଏହା ରାଜ୍ୟର ସମସ୍ୟା। ତୁରନ୍ତ ବାଲି ନୀତି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri