ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ, ୩ ଅଟକ

ପାରଳାଖେମୁଣ୍ଡି,୧୭।୧(ଡି.ଏନ୍‌.ଏ.): ଗଜପତି ଜିଲାରେ ବନବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିଛି। ବେଆଇନ ରକ୍ତ ଚନ୍ଦନ ଚୋରା ଚାଲାଣ ବେଳେ ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ କରିଛି ବନବିଗଭାଗ। ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜରେ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଉପଲଡ଼ା ନିକଟରେ କାବୁ କରିବାରେ ସଫଳ ହୋଇଛି ବନବିଭାଗ। ମହେନ୍ଦ୍ରଗିରି ବନାଞ୍ଚଳରୁ ହେଉଥିବା ଏହି ଚୋରାଚାଲାଣରେ ବ୍ୟବହୃତ ଅଟୋ ଜବତ ହୋଇଥିବା ବେଳେ ୩ ଜଣ ଅଟକ ଅଛନ୍ତି।