୧୮୬ରୁ ଅଧିକ ମୃତଦେହ ଦାହ ସଂସ୍କାର କଲେଣି ସାନଦାଦା

ମୋରଡ଼ା,୩୧ା୩(ସ୍ମାରକ ମାଜୀ)ସଂସାରରେ ଜୀବନ ଯାତ୍ରା ସରିବା ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ତେବେ ଏହି ମୁକ୍ତି ଯାତ୍ରାର ବାହକ ହୁଅନ୍ତି ନିଜ ରକ୍ତ ସମ୍ପର୍କୀୟ ଓ଼ ଆତ୍ମୀୟ ସ୍ବଜନ। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଯେକୌଣସି ମୃତ ବ୍ୟକ୍ତିଙ୍କ ଘରେ ଯୋଗଦେଇ ମୃତ ବ୍ୟକ୍ତିଙ୍କର ଶବ ବାହକ ଏବଂ ଦାହକ ଭାବେ କାର୍ଯ୍ୟ କରନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଚିତ୍ରଡ଼ା ଅଞ୍ଚଳର ପ୍ରବୋଧ କୁମାର ରାୟବାବୁ। ସମସ୍ତେ ତାଙ୍କୁ ସାନ ଦାଦା ବୋଲି ଡାକନ୍ତି।
ପେସାରେ ଡ୍ରାଇଭର ହେଲେ ମଧ୍ୟ ନିଶା ତାଙ୍କର ଜନସେବା। ଚିତ୍ରଡା, ହଳଦୀପାଳ ଏବଂ ବ୍ଲକ୍‌ର ଆଖପାଖ ଅଞ୍ଚଳର ଯେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାଙ୍କୁ ଖୋଜାପଡ଼େ। ବେଳେ ବେଳେ ଖବର ଶୁଣି ନିଜେ ମଧ୍ୟ ପହଞ୍ଚତ୍ ଯାଆନ୍ତି। ମରଶରୀରକୁ କାନ୍ଧ ଦେବା ସହିତ ୬ ଖଣ୍ଡ କାଠରେ କୋକେଇ ବାନ୍ଧିବା ତାଙ୍କ ପାଇଁ ଏକ କର୍ତ୍ତବ୍ୟ। ଚଉଦ ବର୍ଷ ବୟସ ତଥା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସେ ପ୍ରଥମେ ମୃତଦେହ ବାହକ ହୋଇ ମଶାଣିକୁ ଯାଇଥିଲେ। ସେ ଦିନଠାରୁ ଏ ପର୍ଯ୍ୟନ୍ତ ୧୮୬ ଜଣଙ୍କୁ କାନ୍ଧ ଦେବା ସହ ଦାହା ସଂସ୍କାର କରିଛନ୍ତି। ସେହିପରି ମୃତ୍ୟୁ ଲୋକଙ୍କ ଅସ୍ଥି ବିସର୍ଜନ ମଧ୍ୟ କରିବାକୁ ଯାଆନ୍ତି। ୩୦ରୁ ଅଧିକ ଲୋକଙ୍କ ଅସ୍ଥି ବିସର୍ଜନ ମଧ୍ୟ କରିସାରିଲେଣି। କୋରନା ମହାମାରୀ ସମୟରେ ମୃତ୍ୟୁ ଶରୀର ପାଖକୁ କେହି ଯାଉ ନ ଥିବା ବେଳେ ସେ ନିଜେ କାନ୍ଧରେ ବୋହି ଅନେକ ମୃତଦେହ ଦାହ କରିଥିଲେ। ଯାହା ପାଇଁ ସମଗ୍ର ଅଞ୍ଚଳରେ ତାଙ୍କୁ ପ୍ରଶଂସା କରାଯାଇଥିଲା। ଏଥିସହ ଅଞ୍ଚଳରେ ବାହାଘର ହେଉକି ବ୍ରତଘର କି ରୋଗୀଙ୍କୁ ନେଇ ଡାକ୍ତରଖାନା ଯିବା ସବୁ ଜାଗାରେ ସହଯୋଗ ପାଇଁ ଆଗେଇ ଆସନ୍ତି। ତାଙ୍କର ପରପୋକାରୀ ଗୁଣ ପାଇଁ ଅଞ୍ଚଳର ଘରେ ଘରେ ସାନ ଦାଦା ଭାବେ ବେଶ ପରିଚିତ ହୋଇପାରିଛନ୍ତି। ବିପଦ ଆପଦ ସମୟରେ ଯଥା ମୃତଦେହ ଦାହ, ବ୍ରତ, ବାହାଘର ସମୟରେ ସାନ ଦାଦାଙ୍କୁ ଖୋଜାପଡ଼େ। ସେ ଖୁସିର ସହ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରନ୍ତି ବୋଲି ଅଞ୍ଚଳର ବିଶ୍ୱ ବନ୍ଦନ ବେହେରା, ବରିଷ୍ଠ ନାଗରିକ ସେକ ମୁସ୍ତଫା, ଦୀପକ କୁମାର ବେହେରା ପ୍ରମୁଖ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri