‘ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବ ବାଲୁକା ଗୁଳ୍ମ’

ଅସ୍ତରଙ୍ଗ,୨୩ା୧୦: ଦିନକୁ ଦିନ ଅଶାନ୍ତ ହେଉଛି ବଙ୍ଗୋପସାଗର। ଓଡ଼ିଶାର ପ୍ରାୟ ଅର୍ଦ୍ଧାଧିକ ଉପକୂଳ ଅଞ୍ଚଳ ବେଳାଭୂମି ଅବକ୍ଷୟ ହେବା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ପରିସ୍ଥିତିରେ ବାଲୁକା ଗୁଳ୍ମ ଓ ଉପକୂଳ ଉଦ୍ଭିଦ ସଂରକ୍ଷଣ ହିଁ ପ୍ରାକୃତିକ ପ୍ରତିରକ୍ଷା ରୂପେ ବେଳାଭୂମିକୁ ସୁରକ୍ଷା ଦେଇପାରିବ।

ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶ କର୍ମୀ ବିଚିତ୍ରାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଜାରି ରହିଛି ବାଲୁକା ଗୁଳ୍ମ ପୁନରୁଦ୍ଧାର ଓ ସଂରକ୍ଷଣ ଅଭିଯାନ। ଓଡ଼ିଶାର ସୁନାମୀ ପ୍ରବଣ ଅଞ୍ଚଳ ଜଗତସିଂହପୁରର ରାମତାରା, ଶିଆଳି ହେଉ ଅବା ପୁରୀ ଜିଲାର ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳର ବିଭିନ୍ନ ବେଳାଭୂମି ଅବକ୍ଷୟ ପ୍ରବଣ ଅଞ୍ଚଳ ହେଉ ଏନେଇ ଗୁଳ୍ମ ରୋପଣ କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ୱାଳ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବା।

ଏହି ପରିବେଶ ସୁରକ୍ଷା ଅଭିଯାନକୁ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଗୁରୁବାର ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାହର ଗ୍ରାମର ସମୁଦ୍ରକୂଳରେ ଏକ ଆଲୋଚନା ସଭା ଓ ବାଲୁକା ଗୁଳ୍ମ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମୁଦ୍ରକୂଳରେ ସାମୂହିକ ବାଲୁକା ଗୁଳ୍ମ ଚାରା ରୋପଣ ହୋଇଥିଲା। ଯେଉଁଥିରେ ଶତାଧିକ ସ୍ଥାନୀୟ ମହିଳା ସମୁଦାୟ, ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ଉତ୍ସାହିତ ଭାବେ ଅଂଶଗ୍ରହଣ କରିଥିଲେ ।

ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଦୈନିକ ଖବରକାଗଜ ମୁଖ୍ୟ ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏମ୍‌ପି ପ୍ରତିନିଧି ଦିବାକର ଛାଟୋଇ, ଗିଲେରିଓ ମୁଖ୍ୟ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ନଗର ସରପଞ୍ଚ ବିଜୟ କୁମାର ଖଣ୍ଡୁଆଳ ଓ ସବୁଜ ଶାଖା ବରିଷ୍ଠ ସଭ୍ୟ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀମତୀ ସତପଥୀ କହିଥିଲେ ଯେ, ମହିଳାମାନଙ୍କ ବିନା ଏହିପରି ଜଳବାୟୁ ମୁକାବିଲା ଉଦ୍ୟମ ସଫଳ ହୋଇପାରିବ ନାହିଁ। ସେ ମା’ମାନଙ୍କ ସହଭାଗିତା ଭିତ୍ତିରେ ଏହି ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ।
ସତପଥୀ ମଧ୍ୟ ନିଜ ବକ୍ତବ୍ୟ ମାଧ୍ୟମରେ ଉପକୂଳ ସମୁଦାୟଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ସରକାରଙ୍କ ଉପରେ ନିର୍ଭର ନ ହୋଇ ନିଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଜ ସ୍ତରରେ ଏହିପରି ଉଦ୍ୟମ ଆରମ୍ଭ କରିବାକୁ ଆହ୍ବାନ ଜାରି କରିଥିଲେ। ଏଥିସହିତ ସେ ଅଞ୍ଚଳର ସମୁଦ୍ର ବନ୍ଧ ସୁଦୃଢ଼ ପାଇଁ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିବା ସହିତ, ଏହି ପ୍ରୟାସକୁ ସାରା ଦେଶ ପାଇଁ ଏକ ମଡେଲ ଭାବେ ସଫଳ କରିବା ପାଇଁ ଗ୍ରାମବାସୀଙ୍କ ସହଭାଗିତା ଆବଶ୍ୟକ ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ଜଙ୍ଗଲ ସୁରକ୍ଷା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରାମର ବେଙ୍ଗଲତା ରାଉତ, ଛବିଲତା କାଳିଆ ଓ ରବି ଭୂୟାଁଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅନୁରୂପ ଭାବରେ ସଭାରେ ଅତିଥିମାନେ ବେଳାଭୂମି ସଂରକ୍ଷଣର ଆବଶ୍ୟକତା ଓ ସମୁଦାୟ ଭିତ୍ତିକ ଅଂଶଗ୍ରହଣ ଉପରେ ଜୋର୍‌ ଦେଇଥିଲେ।

କାର୍ଯ୍ୟକ୍ରମକୁ ସ୍ଥାନୀୟ ପରିବେଶ କର୍ମୀ ବିଚି କାଳିଆ ପରିଚାଳନା କରିଥିବା ବେଳେ ଗିଲେରିଓ ସଦସ୍ୟ ଅନିଶା ଆଦ୍ୟାଶା ସାହୁ, ସୌରଭ ଚୌଧୁରୀ, ପରିବେଶକର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ, ଜ୍ଞାନରଞ୍ଜନ ବିଶ୍ୱାଳ, ନିହାର ରଞ୍ଜନ ମହାରଣା, ପ୍ରଭାକର ବିଶ୍ୱାଳ, ବାବୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri