‘ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବ ବାଲୁକା ଗୁଳ୍ମ’

ଅସ୍ତରଙ୍ଗ,୨୩ା୧୦: ଦିନକୁ ଦିନ ଅଶାନ୍ତ ହେଉଛି ବଙ୍ଗୋପସାଗର। ଓଡ଼ିଶାର ପ୍ରାୟ ଅର୍ଦ୍ଧାଧିକ ଉପକୂଳ ଅଞ୍ଚଳ ବେଳାଭୂମି ଅବକ୍ଷୟ ହେବା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ପରିସ୍ଥିତିରେ ବାଲୁକା ଗୁଳ୍ମ ଓ ଉପକୂଳ ଉଦ୍ଭିଦ ସଂରକ୍ଷଣ ହିଁ ପ୍ରାକୃତିକ ପ୍ରତିରକ୍ଷା ରୂପେ ବେଳାଭୂମିକୁ ସୁରକ୍ଷା ଦେଇପାରିବ।

ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶ କର୍ମୀ ବିଚିତ୍ରାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଜାରି ରହିଛି ବାଲୁକା ଗୁଳ୍ମ ପୁନରୁଦ୍ଧାର ଓ ସଂରକ୍ଷଣ ଅଭିଯାନ। ଓଡ଼ିଶାର ସୁନାମୀ ପ୍ରବଣ ଅଞ୍ଚଳ ଜଗତସିଂହପୁରର ରାମତାରା, ଶିଆଳି ହେଉ ଅବା ପୁରୀ ଜିଲାର ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳର ବିଭିନ୍ନ ବେଳାଭୂମି ଅବକ୍ଷୟ ପ୍ରବଣ ଅଞ୍ଚଳ ହେଉ ଏନେଇ ଗୁଳ୍ମ ରୋପଣ କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ୱାଳ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବା।

ଏହି ପରିବେଶ ସୁରକ୍ଷା ଅଭିଯାନକୁ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଗୁରୁବାର ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାହର ଗ୍ରାମର ସମୁଦ୍ରକୂଳରେ ଏକ ଆଲୋଚନା ସଭା ଓ ବାଲୁକା ଗୁଳ୍ମ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମୁଦ୍ରକୂଳରେ ସାମୂହିକ ବାଲୁକା ଗୁଳ୍ମ ଚାରା ରୋପଣ ହୋଇଥିଲା। ଯେଉଁଥିରେ ଶତାଧିକ ସ୍ଥାନୀୟ ମହିଳା ସମୁଦାୟ, ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ଉତ୍ସାହିତ ଭାବେ ଅଂଶଗ୍ରହଣ କରିଥିଲେ ।

ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଦୈନିକ ଖବରକାଗଜ ମୁଖ୍ୟ ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏମ୍‌ପି ପ୍ରତିନିଧି ଦିବାକର ଛାଟୋଇ, ଗିଲେରିଓ ମୁଖ୍ୟ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ନଗର ସରପଞ୍ଚ ବିଜୟ କୁମାର ଖଣ୍ଡୁଆଳ ଓ ସବୁଜ ଶାଖା ବରିଷ୍ଠ ସଭ୍ୟ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀମତୀ ସତପଥୀ କହିଥିଲେ ଯେ, ମହିଳାମାନଙ୍କ ବିନା ଏହିପରି ଜଳବାୟୁ ମୁକାବିଲା ଉଦ୍ୟମ ସଫଳ ହୋଇପାରିବ ନାହିଁ। ସେ ମା’ମାନଙ୍କ ସହଭାଗିତା ଭିତ୍ତିରେ ଏହି ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ।
ସତପଥୀ ମଧ୍ୟ ନିଜ ବକ୍ତବ୍ୟ ମାଧ୍ୟମରେ ଉପକୂଳ ସମୁଦାୟଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ସରକାରଙ୍କ ଉପରେ ନିର୍ଭର ନ ହୋଇ ନିଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଜ ସ୍ତରରେ ଏହିପରି ଉଦ୍ୟମ ଆରମ୍ଭ କରିବାକୁ ଆହ୍ବାନ ଜାରି କରିଥିଲେ। ଏଥିସହିତ ସେ ଅଞ୍ଚଳର ସମୁଦ୍ର ବନ୍ଧ ସୁଦୃଢ଼ ପାଇଁ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିବା ସହିତ, ଏହି ପ୍ରୟାସକୁ ସାରା ଦେଶ ପାଇଁ ଏକ ମଡେଲ ଭାବେ ସଫଳ କରିବା ପାଇଁ ଗ୍ରାମବାସୀଙ୍କ ସହଭାଗିତା ଆବଶ୍ୟକ ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ଜଙ୍ଗଲ ସୁରକ୍ଷା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରାମର ବେଙ୍ଗଲତା ରାଉତ, ଛବିଲତା କାଳିଆ ଓ ରବି ଭୂୟାଁଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅନୁରୂପ ଭାବରେ ସଭାରେ ଅତିଥିମାନେ ବେଳାଭୂମି ସଂରକ୍ଷଣର ଆବଶ୍ୟକତା ଓ ସମୁଦାୟ ଭିତ୍ତିକ ଅଂଶଗ୍ରହଣ ଉପରେ ଜୋର୍‌ ଦେଇଥିଲେ।

କାର୍ଯ୍ୟକ୍ରମକୁ ସ୍ଥାନୀୟ ପରିବେଶ କର୍ମୀ ବିଚି କାଳିଆ ପରିଚାଳନା କରିଥିବା ବେଳେ ଗିଲେରିଓ ସଦସ୍ୟ ଅନିଶା ଆଦ୍ୟାଶା ସାହୁ, ସୌରଭ ଚୌଧୁରୀ, ପରିବେଶକର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ, ଜ୍ଞାନରଞ୍ଜନ ବିଶ୍ୱାଳ, ନିହାର ରଞ୍ଜନ ମହାରଣା, ପ୍ରଭାକର ବିଶ୍ୱାଳ, ବାବୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri