ନକଲି ଟିପିରେ ବଢୁଛି ବାଲି ଲୁଟ୍‌

ଯାଜପୁର ଅଫିସ/ପାଣିକୋଇଲି (ଡି.ଏନ.ଏ.), ୨୫ା୧୦: ନଦୀନାଳ ଭରା ଯାଜପୁର ଜିଲାରେ ବେଆଇନ ବାଲି ଉତ୍ତୋଳନ ଚାଲିଥିଲେ ହେଁ ରାଜସ୍ବ ବିଭାଗର ନଜର ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ଶନିବାର ଯାଜପୁର ତହସିଲଦାର ପାଣିକୋଇଲି ଥାନା ସଠିପୁର ନିକଟରୁ ଓଡି୦୧ଏଏଫ୍‌ ୭୮୭୮ ଏବଂ ଓଡି୦୧କେ୭୮୭୮ ନମ୍ବର ବିଶିଷ୍ଟ ୨ଟିି ବେଆଇନ ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିବା ବାଲି ଲୁଟକୁ ପ୍ରମାଣିତ କରୁଛି। ତେବେ ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ନିୟମିତ ଭାବେ ଏଭଳି ବାଲି ଗାଡି ଜବତ କରୁଥିଲେ ହେଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି।
ଯାଜପୁର ଜିଲା ବ୍ୟାସନଗର, ଯାଜପୁର, ଦଶରଥପୁର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ବାଲିଘାଟରୁ ବାର୍ଷିକ ୨୫ରୁ ୩୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଧାର୍ଯ୍ୟ କରାଯାଇଛି। ସେହିପରି ଦାନଗଦି, ଧର୍ମଶାଳା, ରସୁଲପୁର, ବରୀ ତହସିଲ ଅଧୀନ ଖରସ୍ରୋତା ନଦୀରୁ ବାର୍ଷିକ ୨୦ରୁ ୨୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଲିଜ୍‌ ପ୍ରଦାନ କରାଯାଇଛି। ଏହାବାଦ ଧର୍ମଶାଳା, ସୁକିନ୍ଦା, ଦାନଗଦି ତହସିଲ ଅଧୀନ ବ୍ରାହ୍ମଣୀ ନଦୀରେ ଏକାଧିକ ବାଲିଘାଟ ଲିଜ୍‌ ପ୍ରଦାନ କରାଯାଇ ବାର୍ଷିକ ୩୦ରୁ ୪୦ ହଜାର ଘନମିଟର ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି। ତଦନୁସାରେ ଜଣେ ଲିଜଧାରୀ ଦିନକୁ ହାରାହାରି ୮୨ ଘନ ମିଟର ବାଲି ଉତ୍ତୋଳନ କରିପାରିବେ। ଏହି ପରିମାଣ ଅନୁପାତରେ ତହସିଲ ଅଫିସ୍‌ର ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ଟିପି (ଟ୍ରାନଜିଟ୍‌ ପାସ୍‌) ଲିଜଧାରୀଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ମକୁନ୍ଦପୁର, ସାଅଁାଳା, ଦୋସିଆମୁହାଁ, କଣ୍ଟାବଣିଆ, ମଧୁରାପୁର, ସାଳବା, ଲିଙ୍ଗେଶ୍ୱର, ରଣପୁର ଆଦି ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରିବାକୁ ଲିଜଧାରୀମାନେ ନକଲି ଟିପିର ଆଶ୍ରୟ ନେଉଛନ୍ତି। ଏହି ନକଲି ଟିପି ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଛପା ଯାଉଥିବା ଜଣାପଡ଼ିଛି। ଉକ୍ତ ନକଲି ଟିପିର ଅଧିକାଂଶ ସ୍ଥାନ ଖାଲି ରହୁଥିବା ଦେଖିବାକୁ ମିଳିଛି। ତେବେ ଏହି କାରସାଦିରେ ତହସିଲ କର୍ତ୍ତୃପକ୍ଷ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ଅସାଧୁ ସମ୍ପର୍କ ରହିିଥିବା ଅଭିଯୋଗ ହେଉଛି। ଏହି କାରଣରୁ ଧାର୍ଯ୍ୟ ପରିମାଣଠାରୁ ଓଭରଲୋଡିଂ ପରିବହନ ହେଉଥିଲେ ହେଁ କେହି ଧରିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି। କେତେଜଣ ଅସାଧୁ ଅଫିସରଙ୍କୁ ହାତବାରିସି କରି ସ୍ଥାନୀୟ କେତେଜଣ ମାଫିଆ ପ୍ରତିଦିନ ଟ୍ରାକ୍ଟର, ହାଇୱା ଯୋଗେ ଶତାଧିକ ଟ୍ରିପ ବାଲି ଲୁଟି ନେଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ସମ୍ପୃକ୍ତ ବାଲିଘାଟ ନିକଟସ୍ଥ ଗ୍ରାମର ନଦୀବନ୍ଧ ଦୁର୍ବଳ ହୋଇପଡ଼ିଛି। ଏହାବାଦ୍‌ ଲିଜ୍‌ ନ ଥିବା ନଦୀ ତଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ ମଧ୍ୟ ବାଲି ଉତ୍ତୋଳନ ଜିଲାରେ ସୀମା ଟପିଛି।
୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରିଭେନଶନ ଅଫ୍‌ ଥେଫ୍ଟ ଅଫ୍‌ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍ସନ ଆକ୍ଟିଭିଟିଜ୍‌ (ପିଟିଏମ୍‌ଏମ୍‌ଇଏ) ନାମରେ ଏକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବାଲି ଉତ୍ସତ୍ ଚିହ୍ନଟ କରିବାକୁ ଜଳ ସମ୍ପଦ ବିଭାଗର ସହନିର୍ବାହୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ଓ ସମ୍ପୃକ୍ତ ତହସିଲଦାର ଯୁଗ୍ମ ଭାବେ ପଦକ୍ଷେପ ଗ୍ରହଣ କରିବା କଥା। ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ା୧୧ା୨୦୨୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁଣି ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ଜଳ ସମ୍ପଦ ବିଭାଗ ବାଲିଘାଟ ଚିହ୍ନଟ, ରାଜସ୍ବ ବିଭାଗ ବୃହତ୍‌ ଲଘୁ ଖଣିଜ ଖାଦାନ ଚିହ୍ନଟ ସହ ବିଧି ଅନୁଯାୟୀ ଲିଜ୍‌ ପ୍ରଦାନ ଓ ନିଷ୍ପତ୍ତିର ଅଗ୍ରଗତି ଉପରେ ସାପ୍ତାହିକ ବୈଠକ ଆୟୋଜନ, ଜଙ୍ଗଲ ବିଭାଗ ପକ୍ଷରୁ ପରିବେଶ ମଞ୍ଜୁରୀ ଇତ୍ୟାଦି ଉପରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା। କିନ୍ତୁ ସରକାରଙ୍କ ଏହି ଗାଇଡ୍‌ଲାଇନ୍‌ କିମ୍ବା ଯୋଜନାକୁ କେହି ମାନୁ ନ ଥିବାରୁ ଆଗାମୀ ବର୍ଷାରେ ପୁଣି ଘାଇ ସୃଷ୍ଟି ହୋଇ ଲୋକଙ୍କ ଧନଜୀବନ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଊଛି। ନକଲି ଟିପି ଫର୍ମକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri