Posted inଫୁରସତ

ପ୍ରକୃତିର ଗନ୍ତାଘର ‘ବାଲି ’

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ମଙ୍ଗଳବାର ବାଲିରେ ପହଞ୍ଚିବା ପରେ ବେଶ୍‌ ଆଡ଼ମ୍ବର ସହକାରେ ସେଠାକାର ଲୋକେ ମୋଦିଙ୍କୁ ସ୍ବାଗତ କରିଥିଲେ। ବାଲିରେ ମୋଦି ୪୫ ଘଣ୍ଟା ରହିବେ। ମୁସଲମାନ ବହୁଳ ରାଷ୍ଟ୍ର ଇଣ୍ଡୋନେସାର ‘ବାଲି’ ବିଷୟରେ ପ୍ରତ୍ୟେକ ଦେଶର ଲୋକ ଜାଣନ୍ତି। ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନ ନିଜ ଅପରୂପ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବହୁବର୍ଷ ପୁରୁଣା ଦେବଦେବୀଙ୍କ ମନ୍ଦିର ସାଙ୍ଗକୁ ବହୁ ଐତିହ୍ୟ ଏଠାରେ ରହିଛି। ଖାଲି ପରିବାର ନୁହେଁ ନ୍ୟୁ ମ୍ୟାରେଡ୍‌ କପୁଲଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଖୁବ୍‌ ପସନ୍ଦଯୋଗ୍ୟ। ଦେଶ, ବିଦେଶରୁ ପ୍ରତିବର୍ଷ କୋଟି କୋଟି ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି। ବାଲି ସମୁଦ୍ରର କାଚକେନ୍ଦୁ ଭଳି ପାଣି ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ। ୧୭,୦୦୦ ଦ୍ୱୀପ ଇଣ୍ଡୋନେସିଆରେ ରହିଛି। କିନ୍ତୁ ବାଲିର ସ୍ବତନ୍ତ୍ରତା ଭିନ୍ନ। ଏଠାରେ ଏକାଧିକ ସମୁଦ୍ର କୂଳ ଥିବାବେଳେ ପ୍ରତ୍ୟେକ ବିଚ୍‌ ଅନ୍ୟଠାରୁ ବହୁ ଗୁଣରେ ଭିନ୍ନ।
ଆଧ୍ୟାତ୍ମିକବାଦୀ ଓ ସରଳ
ବିଶ୍ୱାସୀ ଲୋକ
ଇଣ୍ଡୋନେସିଆର ନାଗରିକ ଠାକୁରଙ୍କୁ ମାନୁଥିବାବେଳେ ସେମାନେ ଅତି ସରଳ ସ୍ବଭାବର ହୋଇଥାନ୍ତି। ସେମାନେ ପ୍ରତ୍ୟେକ ଦିନ ଇଶ୍ୱରଙ୍କୁ ପ୍ରାର୍ଥନା କରନ୍ତି। ପ୍ରତ୍ୟେକଙ୍କ ଘରେ ଭଗବାନଙ୍କ ପାଇଁ ଛୋଯ ମନ୍ଦିର ସଦୃଶ ପ୍ରକୋଷ୍ଠ ରହିଥାଏ। ବାଲିର ଥିବା ମନ୍ଦିରଗୁଡ଼ିକର ଅନେକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ରହିଛି। ବାଳିର ଖାଦ୍ୟପେୟ ପ୍ରତ୍ୟକଙ୍କ ପସନ୍ଦ।
ରୁପିଆରେ ଗଶେଷଙ୍କ ଚିତ୍ର
ଇଣ୍ଡୋନେସିଆରେ ୮୫% ଲୋକେ ମୁସଲମାନ ଥିବାବେଳେ ୨% ଲୋକ ହିନ୍ଦୁ। ଇଣ୍ଡୋନେସିଆର ୨୦ ହଜର ଟଙ୍କିଆ ରୁପିଆ ନୋଟ୍‌ରେ ଗଣେଷ ଠାକୁରଙ୍କ ଫଟୋ ଦେଖିବାକୁ ମିଳିଛି। ୨୦୦୮ରୁ ଏହି ନୋଟ୍‌ ପ୍ରଚଳନ ବନ୍ଦ କରିଦିଆଯାଇଛି। କିଛି ବର୍ଷ ଅନ୍ତରାୟରେ ଇଣ୍ଡୋନେସିଆର କରେନ୍ସିରେ ପରବର୍ତ୍ତନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri