Posted inଫୁରସତ

ପରିଚୟ ଦେଇଛି ବାଲୁକା କଳା

ପଢ଼ାବେଳେ ଛୁଟିଦିନମାନଙ୍କରେ ପୁରୀ ବେଳାଭୂମିରେ ସେ ସମୟ କାଟୁଥିଲେ। ସାଙ୍ଗସାଥୀଙ୍କ ସହ ମିଶି ସମୁଦ୍ର ପାଣିରେ ଗାଧୋଇବା ଓ ବାଲିରେ ଘର ତୋଳିବା ତାଙ୍କୁ ଆନନ୍ଦ ଦେଉଥିଲା। ହେଲେ କୌଣସି ବାଲୁକା ଶିଳ୍ପୀଙ୍କ ଦ୍ୱାରା ବେଳାଭୂମିରେ ନିର୍ମିତ ବାଲୁକା କଳା ଥିଲା ତାଙ୍କ ପାଇଁ ମୁଖ୍ୟ ଆକର୍ଷଣ। ଯାହାକୁ ଦେଖି ସେ ନା କେବଳ ବିମୋହିତ ହେଉଥିଲେ ବରଂ ନିଜେ ମଧ୍ୟ ସେହିପରି ବାଲୁକା କଳା ନିର୍ମାଣ କରିବା ପାଇଁ ସ୍ବପ୍ନ ଦେଖୁଥିଲେ। ଯୁକ୍ତ ୨ ପଢ଼ା ଶେଷ ହେବା ପରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଠାରୁ ତାଙ୍କର ବାଲୁକା କଳା ଶିଖିବା ଆରମ୍ଭ ହୋଇଥିଲା। ଆଉ ବର୍ତ୍ତମାନ ନିଜ ଉଦ୍ୟମ ବଳରେ ଜଣେ ଜାତୀୟସ୍ତରୀୟ ବାଲୁକା ଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ପୁରୀରେ ଥିବା ମେଡିକାଲ୍‌ ସ୍କୋୟାର୍‌ ନିକଟସ୍ଥ ତଳମାଳି ସାହିରେ ରହୁଥିବା ମିତାଲି ଏବଂ ଲୋକନାଥ ମହାନ୍ତିଙ୍କ ପୁଅ ଚିତ୍ତ ରଞ୍ଜନ। ସେ କୁହନ୍ତି, ”ବାଲୁକା କଳା ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା। ୨୦୦୯ରେ ଯେବେ ପ୍ରଥମ ଥର ପାଇଁ ବାଲୁକା କଳା ନିର୍ମାଣ ଆରମ୍ଭ କରିଥିଲି, ତାହା ଏକ ସୁଖଦ ଅନୁଭୂତି ଥିଲା। ପର୍ଯ୍ୟଟକମାନେ ଯେତେବେଳେ ମୋ ବାଲୁକା କଳାର ପ୍ରଶଂସା କରୁଥିଲେ, ଯେଉଁ ଆନନ୍ଦ ମିଳୁଥିଲା ତାହା ଅବର୍ଣ୍ଣନୀୟ।“ ଦୀର୍ଘ ୧୫ ବର୍ଷ ହେବ କେବଳ ପୁରୀ କିମ୍ବା ଓଡ଼ିଶାର ବିଭିନ୍ନ ସ୍ଥାନରେ ନୁହେଁ ବରଂ ମୁମ୍ବାଇ, ଦିଲୀ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରେ ବାଲୁକା କଳା ନିର୍ମାଣ କରି ସେ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି। ଇଣ୍ଟରନ୍ୟାଶନାଲ ସି ବିଚ୍‌ ଫେଷ୍ଟିଭାଲ୍‌ ୨୦୧୫, ରଥଯାତ୍ରା ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ-୨୦୧୮, ଇଣ୍ଟରନ୍ୟାଶନାଲ ହ୍ୟୁମାନ୍‌ ରାଇଟ୍ସ ଡେ’ ଫେଷ୍ଟିଭାଲ୍‌ ୨୦୨୨, କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ, ଇଣ୍ଟରନ୍ୟାଶନାଲ ନର୍ସିଂ ଡେ’ ୨୦୨୩ ଆଦିରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଭବିଷ୍ୟତରେ ନିଜ ଗୁରୁ ମାନସ ସାହୁଙ୍କ ପରି ଏକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ହେବାର ଲକ୍ଷ୍ୟ ରଖିଥିବା ଚିତ୍ତରଞ୍ଜନ ଟେରାକୋଟା ଭଳି ଅନ୍ୟାନ୍ୟ ହସ୍ତକଳାରେ ମଧ୍ୟ ବେଶ୍‌ ନିପୁଣ।
– ଅଜିତ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri