ମାନବ ସେବା ପାଇଁ ବଲିଉଡ୍‌ ଛାଡିଥିବା ଅଭିନେତ୍ରୀ ଗଲେ ହନିମୁନ୍‌

ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍‌ ଛାଡିଥିଲେ। ମାନବ ସେବା କରିବା ପାଇଁ ସନା ବଲିଉଡ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ହଠାତ୍‌ ସନା ଖାନ ସୁରତରେ ମୁଫତି ଅନାସଙ୍କୁ ବିବାହ କରିଛନ୍ତି। ଅନାସ ଜଣେ ମୌଲାନା ଭାବେ କାର୍ଯ୍ୟ କରନ୍ତି। ବିବାହ ପରେ ସନା ଇନ୍‌ଷ୍ଟାଗ୍ରମାରେ ସ୍ବାମୀଙ୍କ ସହ ଏକ ଫଟୋ ଶେୟାର କରି କହିଥିଲେି ଆଲାହଙ୍କ ଯୋଗୁ ଆମେ ବିବାହ କରିପାରିଲୁ। ବିବାହ ପରେ ସନା ଏବେ ସ୍ବାମୀଙ୍କୁ ଧରି କଶ୍ମୀର ହନିମୁନ୍‌ ପାଇଁ ଯାଇଛନ୍ତି। ହନିମୁନ୍‌ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବଲିଉଡ ଛାଡିବା ପୂର୍ବରୁ ସନା ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ଲେଖିଥିଲେ। ବାର୍ତ୍ତାରେ ସେ ବଲିଉଡ୍‌ ଛାଡିବାର କାରଣ କହିଥିଲେ। ଏହି ଖବରକୁ ଶେୟାର କରି ସନା ଖାନ ତାଙ୍କ ନିଷ୍ପତ୍ତିକୁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଥିଲେ। କିଛି ଦିନ ହେଲା ମୋର ଅନୁଭବ ଅଛି ଯେ ଦୁନିଆକୁ ଆସିବାର ଉଦ୍ଦେଶ୍ୟ କେବଳ ଧନ ଏବଂ ଖ୍ୟାତି ଅର୍ଜନ କରିବା? ଜୀବନରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା କର୍ତ୍ତବ୍ୟ ନୁହେଁ କି? ଏହା ଭାବିବା ଉଚିତ ନୁହେଁ ଯେ ମୃତ୍ୟୁ ଯେକୌଣସି ସମୟରେ ଆସିପାରେ ଏବଂ ମୃତ୍ୟୁ ପରେ ତାଙ୍କ ସହିତ କ’ଣ ହେବ? ମୁଁ ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଛି ବୋଲି ସେ କହିଥିଲେ।

Share