ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର, ୬।୧୦:ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ‘ଏସ୍‌୨୩ଏଫ୍‌ଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ସାମ୍‌ସଙ୍ଗ୍‌ର ଆଇକନିକ୍‌ ଗାଲାକ୍ସି ଏସ୍‌ ସିରିଜରେ ଉକ୍ତ ନୂତନ ମଡେଲ ହୋଇଥିବା ବେଳେ ଯୁବ ଗାଲାକ୍ସି ବ୍ୟବହାରକାରୀଙ୍କ ପାଇଁ ସାମ୍‌ସଙ୍ଗ୍‌ର ସର୍ବୋତ୍ତମ ଫ୍ଲାଗ୍‌ଶିପ୍‌ ଅଭିଜ୍ଞତା ପ୍ରଦାନ କରିବାକୁ ତାହା ଆକର୍ଷଣୀୟ ଭାବେ ଡିଜାଇନ୍‌ ହୋଇଥିବା ଜଣାପଡିଛି। ଏପରିକି ଗାଲାକ୍ସି ଏସ୍‌୨୩ଏଫ୍‌ଇ ପ୍ରିମିୟମ୍‌ ବୈଶିଷ୍ଟ୍ୟ ସହ ପାୱାର ପ୍ୟାକ୍‌ରେ ପୂର୍ଣ୍ଣ ହୋଇଛି, ଯାହାକି ଶକ୍ତିଶାଳୀ ପ୍ରଦର୍ଶନ ପ୍ରଦାନ କରିଥାଏ। ଆଜି ପର୍ଯ୍ୟନ୍ତ ସବୁଠାରୁ ଏପିକ୍‌ ଏଫ୍‌ଇ ସଂସ୍କରଣ ଭାବେ ଗାଲାକ୍ସି ଏସ୍‌୨୩ଏଫ୍‌ଇ ଆଇକନିକ୍‌ ଏବଂ ସ୍ଥାୟୀ ଡିଜାଇନ୍‌, ଉନ୍ନତ କାର୍ଯ୍ୟଦକ୍ଷତା, ଅତ୍ୟାଧୁନିକ କ୍ୟାମେରା ଏବଂ ଆହୁରି ଅନେକ ସୁବିଧା ଅନ୍ତର୍ଭୁକ୍ତ କରିଥାଏ। ଅପରପକ୍ଷରେ ଗାଲାକ୍ସି ଏସ୍‌୨୩ଏଫ୍‌ଇ ଭାରତୀୟ ବଜାରରେ ମିଣ୍ଟ, ବାଇଗଣୀ ଏବଂ ଗ୍ରାଫାଇଟ୍‌ ରଙ୍ଗରେ ଉପଲବ୍ଧ। ସେହିପରି ଗାଲାକ୍ସି ଏସ୍‌୨୩ଏଫ୍‌ଇ ନୂତନ ଫ୍ଲୋଟିଂ କ୍ୟାମେରା ଏବଂ ହାଲୁକା ପ୍ରଦର୍ଶନ ପାଇଁ ପ୍ରିମିୟମ୍‌ ଫିନିଶ୍‌ ସହ ଆଇକନିକ୍‌ ଏସ୍‌ ସିରିଜ୍‌ ଡିଜାଇନ କରାଯାଇଛି। ପ୍ରିମିୟମ୍‌ ଧାତୁ ଏବଂ ଗ୍ଲାସ୍‌ ସହିତ ନିର୍ମିତ ଗାଲାକ୍ସି ଏସ୍‌୨୩ଏଫ୍‌ଇ ଫ୍ଲାଗ୍‌ଶିପ୍‌ ଷ୍ଟାଇଲିଶ୍‌ ଲୁକ୍‌ ଏବଂ ଅନୁଭବକୁ ପ୍ରତିବିମ୍ବିତ କରିଥାଏ। ଉଲ୍ଲେଖଯୋଗ୍ୟ, ଗାଲାକ୍ସି ଏସ୍‌୨୩ଏଫ୍‌ଇ ଏକ ଆକର୍ଷଣୀୟ ୮ଜିବି ରାମ ସହିତ ୧୨୮ ଏବଂ ୨୫୬ଜିବି ଷ୍ଟୋରେଜ୍‌ ବିକଳ୍ପ ସହିତ ଆସିଥାଏ। ଉକ୍ତ ମଡେଲ ତିନୋଟି ଏପିକ୍‌ ରଙ୍ଗରେ ଉପଲବ୍ଧ। ସୂଚନାଯୋଗ୍ୟ, ଗାଲାକ୍ସି ଏସ୍‌୨୩ଏଫ୍‌ଇ ଅକ୍ଟୋବର ୫ରୁ ସାମ୍‌ସଙ୍ଗ୍‌ ଡଟ୍‌ କମ୍‌ ଏବଂ ଆମାଜନ.ଇନ୍‌ରେ ଶୁଭାରମ୍ଭ ହେବ ଏବଂ ଅକ୍ଟୋବର ୭ରୁ ପ୍ରାରମ୍ଭିକ ବିତରଣ ଆରମ୍ଭ ହେବ। ଗାଲାକ୍ସି ଏସ୍‌୨୩ଏଫ୍‌ଇ ୮ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ୍‌ର ମୂଲ୍ୟ ୪୯,୯୯୯ ଟଙ୍କା ହୋଇଥିବାବେଳେ ୮ଜିବି ରାମ ସହିତ ୨୫୬ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୫୪,୯୯୯ ଟଙ୍କା ରଖାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri